ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଗଣତନ୍ତ୍ରରେ ବିରୋଧୀଙ୍କ ସହଯୋଗୀ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ! ସାମାନ୍ୟ ଭୁଲ ପାଇଁ ସମାଧି ପାଲଟିଲା ହସିନାଙ୍କ ସରକାର...

ନୂଆଦିଲ୍ଲୀ,୦୬/୦୮: ଅଗଷ୍ଟ ୫ ତାରିଖ ୨୦୨୪। ବାଂଲାଦେଶ ଦେଖିଲା ଏକ ବଡ଼ ରାଜନୈତିକ ତଥା କୁଟନୈତିକ ପରିବର୍ତ୍ତନ। ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବାସଭବନ ଆଡ଼କୁ ମାଡ଼ିଯାଉଥାଆନ୍ତି। ନା ସେନା ସେମାନଙ୍କୁ ଅଟକାଇଲା ନା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା। ଆଉ ଏହାରି ଭିତରେ ମାତ୍ର ୪୫ ମିନିଟ ଭିତରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ଥଫା ଦେଇ ଦେଶ ଛାଡ଼ିଥିଲେ ଶେଖ ହସିନା। ସୌଭାଗ୍ୟବଶତଃ ସେ ନିଜ ଭଉଣୀଙ୍କ ସହିତ ଏକ ନିରାପଦ ସ୍ଥାନ ଭାରତରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ। ଥରେ କି ଦୁଇ ଥର ନୁହେଁ...୧୯ରୁ ଅଧିକ ଥର ସେ ମରଣକୁ ଚକ୍‌ମା ଦେଇ କ୍ଷମତା ଓ ଗାଦୀ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଛନ୍ତି। ଏଥର ମାମଲା ସମ୍ପୁର୍ଣ୍ଣ ଅଲଗା....ପ୍ରଧାନମନ୍ତ୍ରୀର ପଦବୀରେ ବସି ଦେଶ ରକ୍ଷା କରିବାର ଶପଥ ନେଇଥିବା ଶେଖ୍‌ ହସିନାଙ୍କୁ ଆଜି ସେହି ଦେଶର ଜନତା କେବଳ ଗାଦିଚ୍ୟୁତ କରିନାହାନ୍ତି, ଦେଶରୁ ବାହାର ମଧ୍ୟ କରିଛନ୍ତି। କାରଣ କ'ଣ, କାହିଁକି ଏ ବିରୋଧ, କ'ଣ ପାଇଁ ଏ ପ୍ରଦର୍ଶନ, କ'ଣ ପାଇଁ ବଦଳିଗଲା ବଂଗଳାଦେଶର ରାଜନୈତିକ ଚିତ୍ରପଟ୍ଟ.... 

କୁହାଯାଏ, ପ୍ରତ୍ୟେକ କାହାଣୀ ପଛରେ ଆଉ ଏକ ଇତିହାସ ଲୁଚି ରହିଥାଏ....ନିଆଁ ଜଳିଛି ମାନେ କେଉଁଠି ନା କେଉଁଠି ଧୂଆଁ ବି କୁହୁଳିଥିବ...ତେବେ ବାଂଲାଦେଶର ରାଜନୈତିକ ପ୍ରତିଛବି କ'ଣ ଥିଲା, କାହିଁକି ଆଜି ଏ ସ୍ଥିତି...

୫ ଅଗଷ୍ଟରେ କ୍ଷମତା ପରିବର୍ତ୍ତନ ପରେ, ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତରେ ଶରଣ ନେଇଥିଲେ ଶେଖ ହସିନା, ତେବେ ପରେ ସେ ଇଂଲଣ୍ଡ ଚାଲିଯାଇଥିବା ଜଣାପଡ଼ିଥିଲା। ଏହା ପ୍ରଥମ ଥର ନୁହେଁ ଯେ ସେ ସାହାଯ୍ୟ ପାଇଁ ଭାରତ ଆସିଛନ୍ତି। ପିତାଙ୍କ ହତ୍ୟା ପରେ ଯେତେବେଳେ ତାଙ୍କ ମୁଣ୍ଡ ଉପରୁ ଛାତ ହଟିଥିଲା, ସେତେବେଳେ ବି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ଭାରତରେ ୬ ବର୍ଷ ଆଶ୍ରୟ ଦେଇଥିଲେ। ତମାମ ମାମଲାର ସିଧାସଳଖ ଲିଙ୍କ୍‌ ରହିଛି ଏହାର ଇତିହାସ ସହିତ...

ବାଂଲାଦେଶର କାହାଣୀ ହେଉଛି ଶେଖ ମୁଜିବୁର ରହମାନଙ୍କ କାହାଣୀ। ପୂର୍ବ ପାକିସ୍ତାନରେ ପାକିସ୍ତାନୀ ସେନା ଦ୍ୱାରା କରାଯାଇଥିବା ଅତ୍ୟାଚାର ଏବଂ ପଶ୍ଚିମ ପାକିସ୍ତାନର ନେତାଙ୍କ ଅବହେଳା ଯୋଗୁଁ ସେମାନେ ଭିତତ୍ରସ୍ତ ହୋଇପଡ଼ିଥିଲେ। ୧୯୬୯ ସୁଦ୍ଧା ଅତ୍ୟାଚାରର ସୀମା ଟପିବା ପରେ ପରିସ୍ଥିତି ଏପରି ହୋଇଗଲା ଯେ, ଏକ ପୃଥକ ଦେଶ ଗଠନ ପାଇଁ ଦାବି ଆରମ୍ଭ ହେବାକୁ ଲାଗିଲା। ପୂର୍ବ ପାକିସ୍ଥାନରେ ପାକିସ୍ତାନୀ ସୈନ୍ୟମାନେ ହିନ୍ଦୁମାନଙ୍କୁ ଏବଂ ବଙ୍ଗାଳୀ ଭାଷାଭାଷୀ ମୁସଲମାନମାନଙ୍କୁ ଖୋଜିଖୋଜି ଅତି ନିର୍ମମ ଭାବେ ହତ୍ୟା କରୁଥିଲେ। ଅନେକ ଆନ୍ଦୋଳନ ଏଥିରୁ ଆରମ୍ଭ ହୋଇଥିଲା। ଶେଖ ମୁଜିବୁର ରହମାନ ଏହି ସମସ୍ତ ଆନ୍ଦୋଳନର ନେତୃତ୍ୱ ନେଉଥିଲେ। ଯଦି ଆପଣ ଜାଣି ନାହାଁନ୍ତି, ତେବେ କହିରଖୁଛୁ ଯେ, ଶେଖ୍ ହସିନା ହେଉଛନ୍ତି, ମୁଜିବୁର ରେହମାନଙ୍କ ବଡ଼ ଝିଅ।

ମୁଜିବୁର ରେହମାନଙ୍କ ପରିବାର

ଏବେ ଫେରିବା ମୁଜିବୁର ରେହମାନଙ୍କ ପାଖକୁ। ଶେଖ ମୁଜିବୁର ରହମାନଙ୍କୁ ପାକିସ୍ତାନ ଦୀର୍ଘ ସମୟ ଧରି ଜେଲରେ ରଖିଥିଲା। ସେମାନଙ୍କୁ ଯେତେ ଅଧିକ ଅତ୍ୟାଚାର କରାଯାଉଥିଲା, ସେପଟେ ପୂର୍ବ ପାକିସ୍ଥାନରେ ସେମାନଙ୍କ ଦଳ ଶକ୍ତିଶାଳୀ ହେବାରେ ଲାଗିଥିଲା। ଶେଷରେ, ୨୬ ମାର୍ଚ୍ଚ ୧୯୭୧ ରୁ ଆରମ୍ଭ ହେଲା ବାଂଲାଦେଶ ମୁକ୍ତି ସଂଗ୍ରାମ। ଏଥିରେ ଭାରତର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। କାହିଁକି ନା, ସମସ୍ତ ଲୋକ ବାଂଲାଦେଶ (ପୂର୍ବ ପାକିସ୍ଥାନ) ରୁ ଭାରତ ପଳାଇ ଆସିଥିଲେ। ୧୬ ଡିସେମ୍ବର ୧୯୭୧, ବିଶ୍ୱ ମାନଚିତ୍ରରେ ଯୋଡ଼ି ହୋଇଥିଲା ଆଉ ଏକ ଦେଶ । ବାଂଲାଦେଶର କମାଣ୍ଡ ଶେଖ ମୁଜିବୁର ରହମାନଙ୍କ ହାତକୁ ଆସିଲା। ସେ ମଧ୍ୟ ବାଂଲାଦେଶର କ୍ଷମତା ଗ୍ରହଣ କରିବାକୁ ସବୁଠାରୁ ଯୋଗ୍ୟ ଥିଲେ। ପରିଶେଷରେ ସେ ଜଣେ ମାତ୍ର ବ୍ୟକ୍ତି ଥିଲେ, ଯାହାଙ୍କ ପାଇଁ ବିଶ୍ବ ଦେଖିଥିଲା ପାକିସ୍ତାନ ବର୍ବରତାର ଚିତ୍ର। 

ଶେଖ ମୁଜିବୁର ରହମାନ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ। ଅତ୍ୟାଚାର, ବର୍ବରତା ଓ ନିର୍ମମ ରକ୍ତାକ୍ତ ଅତୀତର ଜ୍ବଳନ୍ତ ସାକ୍ଷୀ ପାଲଟିଥିବା ବଂଲାଦେଶ ଏବେ ଟିକେ ଶାନ୍ତିରେ ନିଃଶ୍ବାସ ନେବାକୁ ଚାହୁଁଥିଲା। ତଥାପି..... ଲାଗୁଥିଲା ବାଂଲାଦେଶକୁ ଶାନ୍ତି ଆସିବ ଏବଂ ବିକାଶର ଏକ ନୂଆ କାହାଣୀ ଲେଖାଯିବ। କିନ୍ତୁ କୁହାଯାଏ ଜୀବନ ହେଉଛି ଏକ ସଂଘର୍ଷ ଯାହା ମୃତ୍ୟୁ ପର୍ଯ୍ୟନ୍ତ ଚାଲିଥାଏ। ଶେଖ ମୁଜିବୁର ରହମାନଙ୍କ ମଧ୍ୟ ସମାନ କାହାଣୀ ଥିଲା। ସଂଘର୍ଷ ମଧ୍ୟରେ ସେ ଜନ୍ମ ହୋଇଥିଲେ । ତାଙ୍କର ଯୌବନକୁ ଆନ୍ଦୋଳନ ଏବଂ ଜେଲରେ ବିତାଇଲେ ଏବଂ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିଥିଲେ ।

ଶେଖ ମୁଜିବୁର ରହମାନ

ବାଂଲାଦେଶର ପ୍ରଥମ କ୍ଷମତା ପରିବର୍ତ୍ତନ: 


ସ୍ୱାଧୀନତାର ୪ ବର୍ଷ ପରେ ବାଂଲାଦେଶ ଉପରେ ପୁଣି ଏକ କଳାବାଦଲ । ଠିକ୍, ଯେପରି ଖରା ପରେ ବର୍ଷା ଏବଂ ବର୍ଷା ପରେ ଆସେ ଶୀତ...ଠିକ୍‌ ସେହିପରି ବାଂଲାଦେଶରେ ମଧ୍ୟ ଗଣତାନ୍ତ୍ରିକ ସରକାର ପରେ କ୍ଷମତା ପରିବର୍ତ୍ତନ, ହିଂସା ଏବଂ ପୁଣି ନିର୍ବାଚନ ହୁଏ। ୧୫ ଅଗଷ୍ଟ ୧୯୭୫ ବାଂଲାଦେଶ ପାଇଁ କୌଣସି କଳାଦିନ ଠାରୁ କମ୍‌ ନୁହେଁ। ବଙ୍ଗବନ୍ଧୁ ଏବଂ ତାଙ୍କ ପରିବାରକୁ ହାତଗଣତି କିଛି ସୈନିକ ହତ୍ୟା କରିଥିଲେ। ଧନମୋଡି ୩୨ ରେ ଶେଖ ମୁଜିବୁର ରହମାନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଜୀବନ ଛାଡ଼ିବା ପର୍ଯ୍ୟନ୍ତ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ ସୈନିକ। ୧୫ ଅଗଷ୍ଟ ୧୯୭୫ରେ ମୁଜିବୁର ରହମାନ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଧାନମୋଡି ୩୨ ର କାନ୍ଥ ଠୁ ଚଟ୍ଟାଣ ସବୁଠି ରକ୍ତର ଛିଟା। ଯେଉଁ ଦେଶକୁ ସ୍ବତନ୍ତ୍ର କରି ଏହାର ସ୍ବାଧିନତା ପାଇଁ ମୁଜିବୁର ରେହମାନ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ, ତାଙ୍କୁ ଯେ, ଏପରି ନିର୍ମମ ଭାବେ ହତ୍ୟା କରାଯିବ, ତାହା ହୁଏତ କେହି କେବେ ବି ଭାବି ନଥିଲେ।

ପ୍ରଥମ ସାମରିକ କ୍ଷମତା ପରିବର୍ତ୍ତନର ନେତୃତ୍ବ ନୋଇଥିଲେ ମେଜର ସୟଦ ଫାରୁକ ରେହମାନ, ମେଜର ଖଣ୍ଡେକର ଅବଦୁର ରସିଦ ଏବଂ ରାଜନେତା ଖୋଣ୍ଡେକର ମୁସ୍ତାକ୍ ଅହମ୍ମଦ। ଏହା ପରେ ଏକ ନୂତନ ବ୍ୟବସ୍ଥା ସ୍ଥାପିତ ହେଲା - ମୁସ୍ତାକ୍ ଅହମ୍ମଦ ରାଷ୍ଟ୍ରପତି ହୋଇଥିଲେ ଏବଂ ମେଜର ଜେନେରାଲ୍ ଜିଆର୍ ରେହମାନଙ୍କୁ ନୂତନ ସେନା ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ୧୫ ଅଗଷ୍ଟ ୧୯୭୫ ରେ, ମୁଜିବୁର ରହମାନଙ୍କ ପରିବାରକୁ ହତ୍ୟା କରାଯାଇଥିଲା କିନ୍ତୁ ଦୁଇଜଣ ଲୋକ ଜୀବିତ ଥିଲେ। ସେ ଦୁଇଜଣ ହେଲେ ଶେଖ ହସିନା ଏବଂ ତାଙ୍କ ଭଉଣୀ। ଶେଖ ମୁଜିବୁର ରହମାନଙ୍କ ଉଭୟ ଝିଅ ଜର୍ମାନୀରେ ଥିଲେ। ତାଙ୍କ ପିତାଙ୍କ ହତ୍ୟା ଏବଂ ସାମରିକ କ୍ଷମତା ପରିିବର୍ତ୍ତନ ସମ୍ପର୍କରେ ସେ ଫୋନରେ ସୂଚନା ପାଇଥିଲେ। ତାଙ୍କୁ ଭାରତ ସହାୟତା ପ୍ରଦାନ କରିଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ସମସ୍ତ ସାହାଯ୍ୟର ପ୍ରତିଶୃତି ଦେଇଥିଲେ। ସେ ନିଜ ପରିଚୟ ଲୁଚାଇ ନିଜ ପରିବାର ସହିତ ୬ ବର୍ଷ ଧରି ଦିଲ୍ଲୀରେ ରହୁଥିଲେ।

ବାଂଲାଦେଶର ଦ୍ବିତୀୟ ସବୁଠାରୁ ବଡ଼ କ୍ଷମତା ପରିବର୍ତ୍ତନ: 

ଗାଦୀ ପରିବର୍ତ୍ତନର ଖେଳ ଠିକ୍‌ ଏହିପରି, କିଏ କାହାକୁ କ୍ଷମତାରୁ କେଉଁ ମୁହୁର୍ତ୍ତରେ ବହିଷ୍କାର କରିବ ତାହା ପୂର୍ବାନୁମାନ କରିପାରିବା ଅସମ୍ଭବ। ୧୫ ଅଗଷ୍ଟର ଘଟଣାକ୍ରମ ପରେ ମୁଜିବଙ୍କ ସମର୍ଥକ ଭାବରେ ଉଭା ହୋଇଥିବା ବ୍ରିଗେଡିୟର୍ ଖଲିଦ ମୁଶରଫ ଅନ୍ୟ ଏକ ରାଜନୈତିକ ପରିବର୍ତ୍ତନର ନେତୃତ୍ୱ ନେଇଥିଲେ। ସେ ନିଜକୁ ନୂତନ ସେନା ମୁଖ୍ୟ ଭାବେ ନିଯୁକ୍ତ କଲେ ଏବଂ ଜିୟାଉର ରେହମାନଙ୍କୁ ନଜରବନ୍ଦୀ କରି ରଖିଲେ । ତାଙ୍କର ଧାରଣା ଥିଲା ଯେ, ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ହତ୍ୟା ପଛରେ ଜିଆୟୁର ରହମାନଙ୍କ ହାତ ଅଛି।

ବାଂଲାଦେଶର ତୃତୀୟ କ୍ଷମତା ପରିବର୍ତ୍ତନ:

ଖୁବ୍ ଶୀଘ୍ର ଏକ ତୃତୀୟ ରାଜନୈତିକ କ୍ଷମତା ପରିବର୍ତ୍ତନ ଦେଖିବାକୁ ମିଳିଲା ବାଂଲାଦେଶ ମାଟିରେ। ବାମପନ୍ଥୀ ସେନା କର୍ମଚାରୀଙ୍କ ଦ୍ବାରା ଜାତିୟ ସମାଜବାଦୀ ଦଳର ବାମପନ୍ଥୀ ରାଜନେତାଙ୍କ ସହଯୋଗରେ ଏହା ଆରମ୍ଭ ହୋଇଥିଲା। ଏହି ଘଟଣା ସୈନିକ ଏବଂ ଜନକ୍ରାନ୍ତି ନାଁରେ ଜଣାଶୁଣା। ତୃତୀୟ କ୍ଷମତା ପରିବର୍ତ୍ତନରେ ମୁଶରଫଙ୍କୁ ହତ୍ୟା କରାଯାଇଥିଲା ଏବଂ ଜିଆୟୁର ରହମାନ ରାଷ୍ଟ୍ରପତି ହୋଇଥିଲେ।

ଜିଆୟୁର ରେହମାନ


ଦଳ ଗଢ଼ିଲେ ଜିଆୟୁର ରେହମାନ: 

୧୯୭୮ ମସିହାରେ ଜିଆଉର ରହମାନ ବାଂଲାଦେଶ ନାସନାଲିଷ୍ଟ ପାର୍ଟି (ବିଏନପି) ଗଠନ କରିଥିଲେ। ସେ ସେହି ବର୍ଷର ସାଧାରଣ ନିର୍ବାଚନରେ ମଧ୍ୟ ଜିତିଥିଲେ କିନ୍ତୁ ୧୯୮୧ ମସିହାରେ ମେଜର ଜେନେରାଲ ମଞ୍ଜୁରଙ୍କ ନେତୃତ୍ୱରେ ଏକ ବିଦ୍ରୋହୀ ସେନା ୟୁନିଟ୍ ଦ୍ୱାରା ଉପାଡ଼ି ଫୋପାଡ଼ି ଦିଆଯାଇଥିଲା। ବିଦ୍ରୋହୀମାନେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଅଭିଯୋଗ କଲେ ଯେ, ଯେଉଁମାନେ ପାକିସ୍ତାନ ବିରୋଧରେ ଯୁଦ୍ଧରେ ଅଂଶଗ୍ରହଣ କରିନାହାଁନ୍ତି ସେମାନଙ୍କ ସପକ୍ଷରେ ଅଛନ୍ତି ରାଷ୍ଟ୍ରପତି। ଏମାନେ ସ୍ୱାଧୀନତା ପରେ ପଶ୍ଚିମ ପାକିସ୍ତାନରୁ ଆସିଥିଲେ। 

ଜେନେରାଲ ଇରସାଦଙ୍କ କ୍ଷମତା ପରିବର୍ତ୍ତନ:

୨୪ ମାର୍ଚ୍ଚ ୧୯୮୨ ରେ ତତ୍କାଳୀନ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହୁସେନ୍ ମହମ୍ମଦ ଏରଶାଦ ରକ୍ତହୀନ ରାଜନୈତିକ ପରିବର୍ତ୍ତନରେ କ୍ଷମତା ଗ୍ରହଣ କରିଥିଲେ। ସେ ସମ୍ବିଧାନ ସ୍ଥଗିତ ରଖି ସାମରିକ ଆଇନ ପ୍ରଣୟନ କରିଥିଲେ। ସେ ଜିଆୟୁର ରହମାନଙ୍କ ସ୍ଥାନ ନେଇଥିବା ରାଷ୍ଟ୍ରପତି ଅବଦୁସ ସତ୍ତାର (ବିଏନପି) କୁ ହଟାଇ ଦେଇଥିଲେ। ଏରଶାଦ ୧୯୮୬ ରେ ଜାତୀୟ ପାର୍ଟି ପ୍ରତିଷ୍ଠା କରିଥିଲେ। ୧୯୮୨ ରାଜନୈତିକ ପରିବର୍ତ୍ତନ ପରେ ବାଂଲାଦେଶରେ ପ୍ରଥମ ସାଧାରଣ ନିର୍ବାଚନ କରିବାକୁ ଅନୁମତି ମଧ୍ୟ ଦିଆଯାଇଥିଲା। ତାଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ଏବଂ ୧୯୯୦ ପର୍ଯ୍ୟନ୍ତ ଏରଶାଦ ରାଷ୍ଟ୍ରପତି ରହିଥିଲେ। ଦେଶରେ ଗଣତନ୍ତ୍ର ସମର୍ଥକ ବିରୋଧ ପରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। 

ସେନା ଦ୍ବାରା ହସ୍ତକ୍ଷେପ: 

୧୯୯୧ ରେ ଲେଫ୍ଟନାଣ୍ଟ ଜେନେରାଲ ହୁସେନ୍ ମହମ୍ମଦ ଏରଶାଦଙ୍କ ପରେ ସଂସଦୀୟ ଗଣତନ୍ତ୍ର ବାଂଲାଦେଶକୁ ଫେରି ଆସିଥିଲା, କିନ୍ତୁ ସେନାର ହସ୍ତକ୍ଷେପ କେବେ ବନ୍ଦ ହୋଇନଥିଲା। ୨୦୦୬-୦୭ ମସିହାରେ, ବିଏନ୍‌ପି ଏବଂ ଆୱାମୀ ଲିଗ୍ ମଧ୍ୟରେ କାର୍ଯ୍ୟନିର୍ବାହୀ ସରକାରକୁ ନେଇ ବିବାଦ ଲାଗି ରହିଥିଲା। ସେହି ବର୍ଷ ଅକ୍ଟୋବରରେ ରାଷ୍ଟ୍ରପତି ଇୟାଜୁଦ୍ଦିନ ଅହମ୍ମଦ ନିଜକୁ ଜଣେ କାର୍ଯ୍ୟନିର୍ବାହୀ ସରକାରର ନେତା ଘୋଷଣା କରି ଆସନ୍ତା ବର୍ଷ ନିର୍ବାଚନ କରିବାକୁ ଘୋଷଣା କରିଥିଲେ।

୨୦୦୭ରେ ମଧ୍ୟ କ୍ଷମତା ପରିବର୍ତ୍ତନ: 

ପରବର୍ତ୍ତୀ ସମୟରେ, ୧୧ ଜାନୁୟାରୀ ୨୦୦୭ ରେ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ମୋଇନ୍ ଅହମ୍ମଦ ଏକ ସାମରିକ କ୍ଷମତା ପରିବର୍ତ୍ତନ କରିଥିଲେ। ସେନାର ସହଯୋଗରେ ଏକ ତଦାରଖକାରୀ ସରକାର ଗଠନ କରାଯାଇଥିଲା। ଅର୍ଥନୀତିଜ୍ଞ ଫଖରୁଦ୍ଦିନ ଅହମ୍ମଦଙ୍କୁ ସରକାରର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିବାବେଳେ ରାଷ୍ଟ୍ରପତି ଇଜୁଦ୍ଦିନ ଅହମ୍ମଦ ତାଙ୍କ ରାଷ୍ଟ୍ରପତି ବଜାୟ ରଖିବାକୁ ବାଧ୍ୟ ହୋଇଥିଲେ। ଜେନେରାଲ ମୋଇନ୍ ଆହାମ୍ ସେନା ମୁଖ୍ୟ ଭାବେ କାର୍ଯ୍ୟକାଳକୁ ଏକ ବର୍ଷ ଏବଂ କାର୍ଯ୍ୟନିର୍ବାହୀ ସରକାରଙ୍କ ଶାସନକୁ ଦୁଇ ବର୍ଷ ବଢ଼ାଇଦେଲେ। ଡିସେମ୍ବର ୨୦୦୮ ରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବା ପରେ ଏବଂ ଶେଖ ହସିନା କ୍ଷମତାକୁ ଆସିବା ପରେ ସାମରିକ ନିୟମର ଅନ୍ତ ଘଟିଥିଲା। ଏହା ପରେ ଶେଖ ହସିନାଙ୍କୁ ୨୦୨୪ ରେ ଦେଶ ବାହାରକୁ ଯିବାକୁ ବାଧ୍ୟ ହେବାକୁ ପଡ଼ିଛି ଏବଂ ସେନା ଅନ୍ତରିଣ ସରକାର ଗଠନ କରିବାକୁ ଦାୟିତ୍ବ ଗ୍ରହଣ କରିଛି। 

ଏବେ ହସିନାଙ୍କ କାହାଣୀ: 

ଶେଖ ହସିନାଙ୍କ ରାଜନୈତିକ କ୍ୟାରିୟର ଇଡେନ କଲେଜରୁ ଆରମ୍ଭ ହୋଇଥିଲା। ସେ ଛାତ୍ର ସଂଗଠନର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ଇଡେନ କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ କରିବା ପରେ ସେ ଢ଼ାକା ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇଥିଲେ। ସେ ଏଠାରୁ ବଙ୍ଗାଳୀ ସାହିତ୍ୟ ଅଧ୍ୟୟନ କରିଥିଲେ। ଢ଼ାକା ବିଶ୍ୱବିଦ୍ୟାଳୟରେ ଷ୍ଟୁଡେଣ୍ଟ ଲିଗ୍ ମହିଳା ୱିଙ୍ଗର ସାଧାରଣ ସମ୍ପାଦକ ଭାବରେ ଶେଖ ହସିନା ମନୋନୀତ ହୋଇଥିଲେ। ଶେଖ ହସିନା ୧୯୬୭ ମସିହାରେ ଇଡେନ କଲେଜରୁ ସ୍ନାତକ ହାସଲ କରିଥିଲେ। ଶେଖ ହସିନା ଆଣବିକ ବୈଜ୍ଞାନିକ ଏମ ୱାଜିଦ ମିଆନଙ୍କୁ ବିବାହ କରିଥିଲେ। ବିବାହ ପରେ ମଧ୍ୟ ସେ ଅଧ୍ୟୟନ ଏବଂ ରାଜନୀତିରେ ସକ୍ରିୟତା ଜାରି ରଖିଥିଲେ। ସ୍ୱାଧୀନତା ସଂଗ୍ରାମ ୧୯୭୦ ଦଶକରେ ପାକିସ୍ତାନରେ ଆରମ୍ଭ ହୋଇଥିଲା। ଏହି ଯୁଦ୍ଧ ଆରମ୍ଭ ହେବାର କାରଣ ଥିଲା ପାକିସ୍ତାନର ସେନା।

୧୯୭୦ ସାଧାରଣ ନିର୍ବାଚନରୁ ଆରମ୍ଭ ହୋଇ‌ଥିଲା ବାଂଲାଦେଶ କାହାଣୀ: 

୧୯୭୦ ରେ ପାକିସ୍ତାନରେ (ସେତେବେଳେ ପୂର୍ବ ଏବଂ ପଶ୍ଚିମ ପାକିସ୍ଥାନ) ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପୂର୍ବ ପାକିସ୍ଥାନର ୧୬୨ ଟି ସିଟ୍ ମଧ୍ୟରୁ ଶେଖ୍ ମୁଜିବୁର ରହମାନଙ୍କ ଆୱାମୀ ଲିଗ୍ ୧୬୦ ଟି ଜିତିଥିବାବେଳେ ଜୁଲଫିକର ଅଲି ଭୁଟ୍ଟୋଙ୍କ ପିପିପି ପଶ୍ଚିମ ପାକିସ୍ଥାନର ୧୩୮ ଟି ସିଟ୍ ମଧ୍ୟରୁ ୮୧ ଟିରେ ଜିତିଥିଲା। ଏହି ଫଳାଫଳ ପାକିସ୍ତାନକୁ ଦୁଇ ଭାଗରେ ବିଭକ୍ତ କରିବାର ଏକ ସନ୍ଦେଶ ଥିଲା। ଆୱାମୀ ଲିଗ୍ ଜିତିଥିଲା। ଏହା ସତ୍ତ୍ୱେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ୟାହିୟା ଖାନ, ମୁଜିବୁର ରହମାନଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ମନା କରିଦେଇଥିଲେ। ଏହି ଅଶାନ୍ତି ପରେ ପୂର୍ବ ପାକିସ୍ତାନରେ ବ୍ୟାପିଗଲା। ବଙ୍ଗାଳୀ ସାଂସ୍କୃତିକ ରାଷ୍ଟ୍ରବାଦରୁ ଅନୁପ୍ରାଣିତ ହେବା ଏବଂ ଉର୍ଦ୍ଦୁ ଉପରେ ଲାଗୁ ହେବା ବିରୁଦ୍ଧରେ ସେଠାରେ ଆନ୍ଦୋଳନ ଚାଲିଥିଲା। ଏହି ଗତିବିଧିକୁ ଦମନ କରିବା ପାଇଁ ସେନା ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ଖୋଜି ଖୋଜି ହତ୍ୟା କରୁଥିଲା।

୭ ମାର୍ଚ୍ଚ ୧୯୭୧ ରେ ମୁଜିବୁର ରହମାନ ପୂର୍ବ ପାକିସ୍ତାନର ଲୋକଙ୍କୁ ବାଂଲାଦେଶର ସ୍ବାଧୀନତା ସଂଗ୍ରାମରେ ଯୋଗଦେବାକୁ ଆହ୍ବାନ ଦେଇଥିଲେ। ଏହା ପରେ ପାକିସ୍ତାନୀ ସେନା ଅପରେସନ୍ ସର୍ଚ୍ଚ ଲାଇଟ୍ ଆରମ୍ଭ କରିଥିଲା। ବହୁ ହତ୍ୟା, ବେଆଇନ ଗିରଫ, ଦୁଷ୍କର୍ମ ଏବଂ ଅଗ୍ନିକାଣ୍ଡର ଏକ ନିଷ୍ଠୁର ସମୟ ଆରମ୍ଭ ହୋଇଥିଲା। ଜଣଙ୍କୁ ଯେତେ କଷ୍ଟ ହେଉ ନା କାହିଁକି! ପୂର୍ବ ପାକିସ୍ତାନରେ ବଙ୍ଗୀୟ ସୈନିକମାନେ ବିଦ୍ରୋହ କରିଥିଲେ। 

ଏହା ପରେ ବାଂଲାଦେଶ ମୁକ୍ତି ଯୁଦ୍ଧ ଆରମ୍ଭ ହେଲା। ଯେତେବେଳେ ଭାରତ ଏଥିରେ ହସ୍ତକ୍ଷେପ କଲା, ପାକିସ୍ତାନ କିପରି ବଞ୍ଚିପାରିବ? ବିଦ୍ରୋହୀ ସୈନିକମାନେ ମୁକ୍ତି ବାହିନୀ ସେନା ଗଠନ କରି ପାକିସ୍ତାନୀ ସେନା ବିରୋଧରେ ଗରିଲା ଯୁଦ୍ଧ କରିଥିଲେ। ୧୬ ଡିସେମ୍ବର ୧୯୭୧ ରେ ବାଂଲାଦେଶର ଜନ୍ମ ସହିତ ମୁକ୍ତି ସଂଗ୍ରାମର ପରିସମାପ୍ତି ଘଟିଥିଲା। ବାଂଲାଦେଶର କମାଣ୍ଡ ଶେଖ ମୁଜିବୁର ରହମାନଙ୍କ ହାତକୁ ଆସିଲା। ୪ ବର୍ଷ ପରେ ପୁଣି ଏକ କ୍ଷମତା ପରିବର୍ତ୍ତନ ହୋଇଥିଲା ଏବଂ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ସହ ଯାହା ଘଟିଥିଲା ତାହା ଆମେ ପୂର୍ବରୁ କହିସାରିଛେ। 

ହସିନାଙ୍କ ରାଜନୈତିକ କ୍ୟାରିୟର: 

ପିତାଙ୍କ ମୃତ୍ୟୁ ପରେ ଶେଖ ହସିନା ଭାରତରେ ଅଜ୍ଞାତ ଜୀବନ ବିତାଇବାକୁ ବାଧ୍ୟ ହୋଇଥିଲେ। ପରିସ୍ଥିତି ଖୁବ୍ ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଥିଲା। ୧୯୮୧ ମସିହାରେ, ସେ ଭାରତରେ ରହୁଥିବାବେଳେ ଆୱାମୀ ଲିଗର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ଏହାର ୬ ବର୍ଷ ପରେ ଶେଖ ହସିନା ନିଜ ଦେଶକୁ ଫେରିଥିଲେ। ତାଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରେ ବହୁ ସଂଖ୍ୟାରେ ଲୋକ ପହଞ୍ଚିଥିଲେ। ଦେଶକୁ ଫେରିବାର କିଛି ସମୟ ପରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ଏବଂ ନଜରବନ୍ଦି ଶେଖ ହସିନାଙ୍କ ପାଇଁ ଦୀର୍ଘ ସମୟ ଧରି ଚାଲିବାକୁ ଥିଲା। ଆଗାମୀ ବର୍ଷଗୁଡିକରେ, ସେ ବେଳେବେଳେ ଗୃହରେ ଏବଂ ବେଳେବେଳେ ପୋଲିସ୍ ହେପାଜତରେ ରହିଥିଲେ।   ବାଂଲାଦେଶ ଏବଂ ଶେଖ ହସିନାଙ୍କ ପାଇଁ ମଧ୍ୟ ଏହା ଏକ କଷ୍ଟକର ସମୟ ଥିଲା। ୧୯୮୬ ମସିହାରେ ଢ଼ାକାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ପୂର୍ବରୁ ଶେଖ ହସିନାଙ୍କୁ ମୁକ୍ତ କରାଯାଇଥିଲା। ତେବେ ହାସିନାଙ୍କ ନେତୃତ୍ୱରେ ଆୱାମୀ ଲିଗ୍ କେବଳ ୧୦୦ ଟି ସିଟ୍ ଜିତିଥିଲା। ପରେ ସେ ବିରୋଧୀ ଦଳରେ ବସି ସମୟ ଅତିବାହିତ କରୁଥିଲେ।

ଅନେକ ଥର କରାଯାଇଛି ହତ୍ୟା ପ୍ରୟାସ: 

ଶେଖ ହସିନା ବାଂଲାଦେଶର ବିଭିନ୍ନ ସ୍ଥାନରେ ରାଲି କରୁଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଂଲାଦେଶରେ ଶେଖ ହସିନାଙ୍କୁ ହତ୍ୟା କରିବା ପାଇଁ ୧୯ ଥର ଚେଷ୍ଟା କରାଯାଇଥିଲା। ସେ ପ୍ରତ୍ୟେକ ଥର ମୁକ୍ତି ପାଇଯାଇଥିଲେ। ଏହି ଆକ୍ରମଣରେ ତାଙ୍କ ଦଳର କର୍ମୀ ଏବଂ ନେତାମାନେ ନିହତ ହୋଇଥିଲେ। ଥରେ ଶେଖ ହସିନା ନିର୍ବାଚନ ରାଲି ପାଇଁ ଚିଟଗାଁ ଯାଇଥିଲେ। ତାଙ୍କ କାରରେ ଏକ ବୋମା ଫିଟ୍‌ କରାଯାଇଥିବା ସୂଚନା ମିଳିଥିଲା। ଯେତେବେଳେ ସେ ଏହି ସୂଚନା ପାଇଲେ, ସେ କାରରେ ଯାତ୍ରା କରୁଥିଲେ। ଶେଖ ହସିନା ବଞ୍ଚିଗଲେ ମଧ୍ୟ ଏହି ଆକ୍ରମଣରେ ୮୦ ଜଣଙ୍କର ମୃତ୍ୟୁ ହୋଇଥିଲା।

୧୯୬ ରୁ ଆଜି ଯାଏଁ: 

୧୯୯୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଶେଖ ହସିନା ପ୍ରଥମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ନିର୍ବାଚନ ପରେ ୨୦୦୧ ରେ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ସେତେବେଳେ ଆୱାମୀ ଲିଗ୍ ହାରିଯାଇଥିଲା। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଯଥା ବିଏନପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ନିର୍ବାଚନକୁ ଠିକ୍ ଭାବରେ ପରିଚାଳନା କରୁନଥିବା ଶେଖ ହାସିନା ଅଭିଯୋଗ କରିଥିଲେ। ଯେତେବେଳେ ବିଏନ୍‌ପି କ୍ଷମତାକୁ ଆସିଲା ସେତେବେଳେ ଆୱାମୀ ଲିଗ୍ ନେତାଙ୍କ ଗିରଫଦାରୀ ଆରମ୍ଭ ହୋଇଥିଲା। ଏହିପରି ଦେଶରେ ଅସ୍ଥିରତା ପରିସ୍ଥିତି ସୃଷ୍ଟି ହୋଇଥିଲା।

୨୦୦୯ ରେ ଅନୁଷ୍ଠିତ ନିର୍ବାଚନରେ ଶେଖ ହସିନା ଜିତିଥିଲେ। ଏହା ପରେ, ସେ ୨୦୧୪ ରେ, ପୁଣି ୨୦୧୯ ରେ ଏବଂ ବର୍ତ୍ତମାନ ୨୦୨୪ ରେ ପୁନର୍ବାର କ୍ଷମତାକୁ ଫେରିଲେ। ତାଙ୍କ ନାଁରେ ବାଂଲାଦେଶର ଦୀର୍ଘତମ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀର କିର୍ତ୍ତି ରହିଛି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜୀବନରେ ଏତେ ସଂଘର୍ଷ କରୁଥିବା ଜଣେ ନେତା କିପରି ବାଟ ହୁଡ଼ିଲେ। ୫ ଅଗଷ୍ଟ ୨୦୨୪ ରେ ଯାହା ଘଟିଥିଲା, କେହି କେହି ଆମେରିକାର ସିଆଇଏ ଏବଂ କିଛି ପାକିସ୍ତାନ ସମର୍ଥିତ ମୌଳିକତାକୁ ଦାୟୀ କରୁଛନ୍ତି, କିନ୍ତୁ ଶେଖ ହସିନାଙ୍କର ସବୁଠାରୁ ବଡ଼ ଦାୟିତ୍ବ ଏଥିରେ ନଥିଲା କି?  ଗଣତନ୍ତ୍ରରେ ବିରୋଧୀଙ୍କ ସହଯୋଗୀ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିରୋଧୀ ବିହୀନ ଗଣତନ୍ତ୍ରରେ କ୍ଷମତାକୁ ଆସି ଶେଖ ହସିନା ପ୍ରଥମରୁ ଭୁଲ କରିସାରିଥିଲେ। ଏହା ପରେ ଦେଶରେ ଛାତ୍ରମାନଙ୍କ ଦାବିକୁ ଅଣଦେଖା କରିବା ଏବଂ ସେମାନଙ୍କ ଉପରେ ଗାଡ଼ି ଚଢ଼ାଇବା ଏବଂ ପୋଲିସ ଦ୍ୱାରା ଲାଠିଚାର୍ଜ ଓ ଆକ୍ରମଣ ଆଦିର କ'ଣ ନ୍ୟାୟ ନାହିଁ। ଗତ ଥର ୩୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ନିକଟରେ ୯୦ ଜଣ ଜୀବନ ହରାଇଥିଲେ। ଏହା ସତ୍ତ୍ୱେ ବାଂଲାଦେଶ ସରକାର ମୃତକଙ୍କୁ ଆତଙ୍କବାଦୀ ବୋଲି କହିବା ଜାରି ରଖିଥିଲେ। ଆଉ ଫଳାଫଳ ଆପଣଙ୍କ ସାମ୍ନାରେ....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.