PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଶେଷରେ ମୁହଁ ଖୋଲିଲେ ଏହି କଳାକାର, କହିଲେ-ମିଡିଆ ଓ ସେଲେବ୍ରିଟିଙ୍କ ସମ୍ପର୍କ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ପରି

ମୁମ୍ବାଇ ୧୩।୭: ‍ବଲିଉଡ ଅଭିନେତା ଅଭିନେତ୍ରୀ ଓ ମିଡିଆ ମଧ୍ୟରେ ଚାଲିଥିବା ବିବାଦ କମିବା ନାଁ ଧରୁ ନାହିଁ। ଏହାକୁ ନେଇ ବି ଟାଉନରେ ମଧ୍ୟ ଜୋରସୋର ଗପସପ ଚାଲିଛି। କଙ୍ଗନା ରାଣାଓ୍ବତଙ୍କ ପରେ ଏବେ ଏକ ସାକ୍ଷାତକାରରେ ମହଁ ଖୋଲିଛନ୍ତି ସିଦ୍ଧାର୍ଥ ମଲହୋତ୍ରା ଓ ପରିଣିତି ଚୋପ୍ରା। ସେଲେବ୍ରିଟି ଓ ମିଡିଆ ମଧ୍ୟରେ ସମ୍ପର୍କ କିପରି ହେବା ଉଚିତ, ସେ ନେଇ ଉଭୟଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା।

ତେବେ ଏ ସମ୍ପର୍କରେ ନିଜ ମନ୍ତବ୍ୟ ରଖି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା କହିଛନ୍ତି ଯେ, ମିଡିଆ ଓ ସେଲେବ୍ରିଟିଙ୍କ ସମ୍ପର୍କ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ପରି। ଏହା ଏପରି ଏକ ସମ୍ପର୍କ ଯାହା ଦୀର୍ଘ ଦିନ ପର୍ଯ୍ୟନ୍ତ କାଏମ୍‌ ରହିଥାଏ। ଆଉ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ରାଗ-ରୁଷା, ମାନ-ଅଭିମାନ, କଥା କଟାକଟି ମଧ୍ୟ ପରିଲକ୍ଷିତ ହୋଇଥାଏ।

ସେ ପୁଣି କହିଛନ୍ତି ଯେ, ମିଡିଆ ଓ ସେଲେବ୍ରିଟିଙ୍କ ସମ୍ପର୍କ ଖୁବ୍‌ ପ୍ରଫେସନାଲ ହେବା ଦରକାର। ଆମେ ସମସ୍ତେ ଏଠାକୁ ନିଜ କାମ କରିବାକୁ ଆସିଛନ୍ତି। ତେଣୁ ଆପୋଷ ବୁଝାମଣା ଠିକ୍‌ ରହିଲେ ହିଁ ଉଭୟ ପକ୍ଷ ସମ୍ପର୍କ ଠିକ୍‌ ରହିବ।

ଏହାପରେ ସେ ମିଡିଆକୁ କହିଥିଲେ ଯେ, ଆମେ ଯେତେବେଳେ କୌଣସି ଇଭେଣ୍ଟରେ ଆପଣଙ୍କୁ ଆମନ୍ତ୍ରିତ କରୁ, ସେତେବେଳେ ଆପଶଙ୍କୁ ଅଭଦ୍ରାମି ବ୍ୟବହାର ପ୍ରଦର୍ଶନ କରିବା ଉଚିତ ନୁହେଁ। ସାମ୍ବାଦିକମାନେ ଯାହା କିଛି ବି ମୋ’ ପିଲ୍ମ ସମ୍ପର୍କରେ ଲେଖିଛନ୍ତି, ସେଥିଲାଗି ମୋର କୌଣସି ଦୁଃଖ ନାହିଁ ବୋଲି କହିଥିଲେ ସିର୍ଦ୍ଧାଥ। 

ସେହିପରି ପରିଣିତି କହିଛନ୍ତି ଯେ, ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ହିଁ ମୁଁ ମିଡିଆ ଓ ସେଲେବ୍ରିଟିଙ୍କ ବନ୍ଧୁତ୍ୱକୁ ସମ୍ମାନ ଦେଇ ଆସୁଛି। ବେଳେବେଳେ ଆପୋଷ ବୁଝାମଣାର ଅଭାବ ହେତୁ ଏହି ସମ୍ପର୍କ ବିଗିଡିଥାଏ। ଏହି ସମ୍ପର୍କରେ ସୁଧାର ଆଣିବା ଲାଗି ବନ୍ଧୁତ୍ୱ ଓ ପ୍ରଫେସନାଲିଜିମ୍‌ ମଧ୍ୟରେ ଆପୋଷ ବୁଝାମଣା ନିହାତି ଦରକାର।