ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରକାରଙ୍କୁ ଦ୍ବିତୀୟ ସନ୍ତାନ ଜନ୍ମ ହେବାର ଦସ୍ତାବିଜ ପ୍ରଦାନ କଲେ ସିଦ୍ଧୁ ମୁସେୱାଲାଙ୍କ ବାପା, ହସ୍ପିଟାଲରୁ ଡିସଚାର୍ଜ ହେଲେ ଚରଣକୌର

ନୂଆଦିଲ୍ଲୀ,୨୩।୩:  ଦିବଂଗତ ସିଙ୍ଗର ସିଦ୍ଧୁ  ମୁସେୱାଲାଙ୍କ ବାପା ବଲକୌର ସିଂହ ନିକଟରେ ଜନ୍ମ ହୋଇଥିବା ନିଜ ଦ୍ବିତୀୟ ସନ୍ତାନର ସବୁ ଦସ୍ତାବିଜ ସରକାରଙ୍କୁ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଯଦି ସରକାର ଏହା ସମ୍ପର୍କିତ କିଛି ଅଧିକ ସୂଚନା ମାଗିବେ ତେବେ ସେ ମଧ୍ୟ ଦେବେ। ବଲକୌର ସିଂହ କହିଛନ୍ତି, ଆଇଭିଏଫ୍‌ ଟ୍ରିଟମେଣ୍ଟ ବିଦେଶରେ ହୋଇଛି। ପିଲାର ଜନ୍ମ କେବଳ ପଞ୍ଜାବରେ ହୋଇଛି। ଆଇଭିଏଫ୍‌ରୁ ଗର୍ଭବତୀ ହେବାପରେ ଜରୁରୀ ଟ୍ରିଟମେଣ୍ଟ ମଧ୍ୟ ସରକାରୀ ହସ୍ପିଟାଲରୁ ନିଆଯାଇଥିଲା। ସେଭଳି ଏହା ଭିତରେ ଚରଣ କୌରଙ୍କୁ ହସ୍ପିଟାଲରୁ ଛୁଟି ମିଳିଯାଇଛି ଓ ସେ ପିଲା ସହ ଘରକୁ ଆସି ଯାଇଛନ୍ତି। 

ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌର ନିକଟରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ଆଇଭିଏଫ୍ ଚିକିତ୍ସା ସମ୍ପର୍କରେ ପଞ୍ଜାବ ସରକାରଙ୍କୁ ରିପୋର୍ଟ ମାଗିଥିଲା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପତ୍ର ଲେଖି ପଞ୍ଜାବ ସରକାରଙ୍କୁ ରିପୋର୍ଟ ଶୀଘ୍ର ଦେବାକୁ କହିଥିଲେ। ଏହି ପତ୍ରରେ ଚରଣ କୌରଙ୍କ ବୟସକୁ ନେଇ ପ୍ରଶ୍ନ ପଚରା ଯାଇଥିଲା। ପତ୍ରରେ କୁହାଯାଇଥିଲା ଚରଣ କୌର ୫୮ ବର୍ଷ ବୟସରେ ଆଇଭିଏଫ୍‌ ପକ୍ରିୟାରେ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ସହାୟକ ପ୍ରଜନନ ପ୍ରାଦ୍ୟୋଗିକ(ବିନିୟମନ) ଅଧିନିୟମ, ୨୦୨୧ ଅନୁସାରେ ଏହି ମାମଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ରିପୋର୍ଟକୁ ମଧ୍ୟ ପଠାଯାଉ।

ପଞ୍ଜାବ ସରକାର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ କିମ୍ବା ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଧ୍ୟାନରେ ଅଣାଯିବା ବିନା ମୁସେୱାଲାଙ୍କ ପରିବାରରୁ ସୂଚନା ମାଗିବା ପରେ ସ୍ବାସ୍ଥ୍ୟ ସଚିବ ଅଜୟ ଶର୍ମାଙ୍କୁ ନୋଟିସ୍‌ ଜାରି କରି ଜବାବ୍‌ ମାଗିଛନ୍ତି। ରାଜ୍ୟ ସରକାର ତାଙ୍କୁ ଦୁଇ ସପ୍ତାହରେ ଜବାବ୍ ଦେବାକୁ କହିଛନ୍ତି, କାରଣ ତାଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲାରେ ମୁସେୱାଲାଙ୍କ ବାପା ବଲକୌର ସିଂହ ଏକ ଭିଡିଓ ଜାରି କରି କହିଥିଲେ, ପଞ୍ଜାବ ସରକାରଙ୍କ ଅଧିକାରୀ ତାଙ୍କୁ ହଇରାଣ କରୁଛନ୍ତି ଓ ତାଙ୍କଠାରୁ ତାଙ୍କ ପୁଅ ବିଷୟରେ ପ୍ରଶ୍ନ ପଚାରୁଛନ୍ତି। ପୁଅର ବିଭିନ୍ନ ପ୍ରକାର ଦସ୍ତାବିଜ ଜମା କରିବାକୁ କହିଛନ୍ତି। ସେମାନେ ଏହା ପ୍ରମାଣ କରିବାକୁ କହୁଛନ୍ତି ସନ୍ତାନ ବୈଧ କି ନାହିଁ। ଏହାକୁ ନେଇ ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଂହ କହିଛନ୍ତି, ଏହି ସୂଚନା କେନ୍ଦ୍ର ସରକାର ମାଗିଛନ୍ତି, ପଞ୍ଜାବ ସରକାର ନୁହେଁ। ପଞ୍ଜାବ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ହଇରାଣ କରାଯାଉନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.