ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ବିପଦ: ଭଣ୍ଡାର କୋଣରେ ଗଦା ହୋଇଛି ଚୂନ ଖଣ୍ଡ, ଖୋଲାମେଲାରେ ପଡିଛି ସୁବର୍ଣ୍ଣ ଅଳଙ୍କାର !

wp:heading

ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି

/wp:heading

ପୁରୀ ୦୮/୦୮: ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ପୁରୀ ଗଜପତି ମହାରାଜା କହିଥିଲେ ଭିତର ରତ୍ନଭଣ୍ଡାର ସ୍ଥିତି ଭଲ ନାହିଁ । ଏହାର ମରାମତି ଜରୁରି । ଶନିବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ସେବାୟତ ପ୍ରତିନିଧିମାନେ ବି କହିଥିଲେ ଭିତର ରତ୍ନଭଣ୍ଡାର ଖୋଲୁ, ଏହାର ମରାମତି ଆବଶ୍ୟକ । ଆସନ୍ତା ପରିଚାଳନା କମିଟି ବୈଠକରେ ଏହି ପ୍ରସ୍ତାବ ଉପରେ ଆମେ ଦାବି କରିବୁ । ସେହିଭଳି ୨୦୧୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟି ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଇଥିଲେ । ଚାବି ନ ମିଳିବାରୁ ଭିତର ରତ୍ନଭଣ୍ଡାର ଖୋଲି ପାରିନଥିଲା । ଏବେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି ଜୋର ଧରିଛି । ଶ୍ରୀମନ୍ଦିର ପରିଚାଳନା କମିଟି ସେବାୟତ ସଦସ୍ୟମାନଙ୍କ ଦାବିରୁ ଏହାର ଆଭାସ ମିଳିଛି ।

ଦ୍ୱାର ଫାଙ୍କ ଦେଇ କମିଟି ସଦସ୍ୟମାନେ ଭିତର ସ୍ଥିତି ଉପରେ ନଜର ପକାଇଥିଲେ । ଭିତର ରତ୍ନଭଣ୍ଡାର ସ୍ଥିତି ସନ୍ତସନ୍ତିଆ ଥିଲା । ଏହି ଦଳରେ ଥିବା ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ଆମେ ଦୁଆର ଫାଙ୍କ ଦେଇ ଦେଖିବା ବେଳେ କିଛି ଚୂନ ଖଣ୍ଡ ଭଣ୍ଡାର କୋଣରେ ଗଦା ହୋଇଥିବାର ଦେଖିଲୁ । କଛି ସୁବର୍ଣ୍ଣ ଅଳଙ୍କାର ବାହାରେ ଖୋଲାମେଲାରେ ରହିଥିଲା । ରଘୁନାଥ ବେଶର ରତ୍ନ ଅଳଙ୍କାରଗୁଡିକ ବାହାରେ ପଡ଼ିଥିଲା । ରତ୍ନ ଅଳଙ୍କାର ରହୁଥିବା ସିନ୍ଦୁକଗୁଡିକରେ ତାଲା ପଡ଼ି ନଥିଲା । ଭିତର ସ୍ଥିତିରୁ ବାରି ହେଉଥିଲା ଭିତର ରତ୍ନଭଣ୍ଡାର ସ୍ଥିତି ଭଲ ନାହିଁ । ଏହାକୁ ଖୋଲି ମରାମତି କରାଯାଉ । ସେତେବେଳେ କମିଟିରେ ସଦସ୍ୟ ରହିଥିବା ଏଏସ୍‌ଆଇ ଅଧିକାରୀ ମଧ୍ୟ ଟିପ୍ପଣୀ ଦେଇଥିଲେ, ଭିତର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ହେଉ ଓ ଭିତର ରତ୍ନଭଣ୍ଡାର ଖୋଲାଯାଉ । ଜଗମୋହନ ମରାମତି ବେଳେ ମଧ୍ୟ ଏହାକୁ ଲାଗି ରହିଥିବା ଭିତର ରତ୍ନଭଣ୍ଡାର ଖୋଲି ମରାମତି ପ୍ରସ୍ତାବ ଆସିଥିଲା ।

ଏଥିରୁ ବାରି ହୋଇ ଯାଉଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ପଥର ହୁଗୁଳା ହୋଇଯାଇଛି । ପଥର ଯୋଡ଼େଇରୁ ପାଣି ଗଳୁଛି । ରତ୍ନଭଣ୍ଡାର କାନ୍ଥରୁ ପଥର ଗଳି ପଡ଼ିବା ଆଶଙ୍କା ଲାଗି ରହିଛି । ଭିତର ରତ୍ନଭଣ୍ଡାର ଭିତରୁ ପଥର ଗଳି ପଡ଼ିବା ସ୍ଥିତି ଉପୁଜିଛି । ଏଭଳି ସ୍ଥିତି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ପ୍ରତି ବିପଦର କାରଣ ହେବା ନେଇ ଶଙ୍କା ଆଶଙ୍କା ଲାଗି ରହିଛି । ଏନେଇ ଏକାଧିକ ରିପୋର୍ଟ ସରକାରଙ୍କୁ ଦିଆଯାଇଛି। ଏହାର ଆଶୁ ମରାମତି ଜରୁରି ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ସୁପାରିଶ କରିଛି । ରତ୍ନଭଣ୍ଡାର ମରାମତିକୁ ସବୁ ଜାଣି ନଜାଣିବା ଭଳି ପ୍ରଶାସନ ନିରବ ରହିଛି ।

ଚାଳିଶ ଫୁଟ ଲମ୍ବା ବିଶିଷ୍ଟ ରତ୍ମଭଣ୍ଡାରକୁ ଦୁଇ ଭାଗ କରାଯାଇଛି । ନିତ୍ୟ ବ୍ୟବହାର୍ଯ୍ୟ, ଯାନିଯାତ୍ରା ସହ ଯୋଡ଼ି ରହିଥିବା ରତ୍ମ ଅଳଙ୍କାରକୁ ବାହାର ୧୫ ଫୁଟ ବିଶିଷ୍ଟ ବାହାର ରତ୍ନ ଭଣ୍ଡାରରେ ରଖାଯାଉଛି । ପ୍ରତିଦିନ ବାହାର ରତ୍ନଭଣ୍ଡାରକୁ ଖୋଲା ଯାଉଛି । ଭିତର ରତ୍ନଭଣ୍ଡାର କିନ୍ତୁ ୧୯୮୪ରୁ ଖୋଲା ଯାଇନି । ଏହାର ସ୍ଥିତି ଯାଞ୍ଚ ପାଇଁ ୨୦୧୮ରେ ହାଇକୋର୍ଟଙ୍କ ଆଦେଶ କ୍ରମେ ଭିତର ରତ୍ନଭଣ୍ଡାର ଖୋଲିବାକୁ ବ୍ୟବସ୍ଥା ହୋଇଥିଲା । ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏବଂ ରତ୍ନଭଣ୍ଡାର କମିଟି ଭିତର ରତ୍ନଭଣ୍ଡାର ଖୋଲିବାକୁ ୨୦୧୮ରେ ଯାଇଥିଲେ । ହଠାତ ଜିଲ୍ଲାପାଳ ଘୋଷଣା କଲେ ଭିତର ରତ୍ନଭଣ୍ଡାର ଚାବି ହଜି ଯାଇଛି । ଏଏସଆଇ ଓ ରତ୍ନଭଣ୍ଡାର କମିଟି ଭିତର ରତ୍ନଭଣ୍ଡାରକୁ ବିଭାଜିତ କରିଥିବା ଦ୍ୱାର ଫାଙ୍କରୁ ଲାଇଟ ପକାଇ କେବଳ ସ୍ଥିତିର ସାମ୍ୟକ ସୂଚନା ପାଇଥିଲେ ।

ଚାବି ନଥିଲେ ମଧ୍ୟ ଭିତର ରତ୍ନଭଣ୍ଡାର ସ୍ଥିତି ନେଇ ସଦସ୍ୟମାନେ ସାମାନ୍ୟ ଆଭାସ ପାଇଥିଲେ । ବିବାଦ ବଢ଼ିବାରୁ ଜଷ୍ଟିସ ରଘୁବୀର ଦାସ କମିଶନ ଘଟଣାର ତଦନ୍ତ କରିଥିଲେ ଏବଂ ରିପୋର୍ଟ ଦାଖଲ କରି ସାରିଛନ୍ତି । କିନ୍ତୁ ଚାବି ହଜିଯିବା ପରେ ବିବାଦ ଭିନ୍ନ ମୋଡ଼ ନେଲା । ଆଉ ଭିତର ରତ୍ନଭଣ୍ଡାର ଖୋଲିବା କଥାକୁ ସମସ୍ତେ ଭୁଲି ଯାଇଥିଲେ ା ନିକଟରେ ଗଜପତି ମହାରାଜା ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ ଏହି ପ୍ରସଙ୍ଗକୁ ଉଠାଇବା ପରେ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଏବେ ଆଶା ସଞ୍ଚାର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.