କଟକ, ୧୮/୬ : ଦେଶରେ କଳାଧନ କାରବାରକୁ ନେଇ ତଦନ୍ତ କରୁଥିବା ଏସଆଇଟି ବୈଠକ ବସିବାକୁ ଯାଉଛି । ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ୍ ଅରଜିତ ପଶାୟତଙ୍କ ଘରେ ଏହି ବୈଠକ ବସିବ । ଏଥିରେ ଜିଏସଟି ଅଧିକାରୀ, କ୍ରାଇମବ୍ରାଞ୍ଚ ଅଧିକାରୀ, ଇଡି ଅଧିକାରୀଙ୍କ ସମେତ ବିଭିନ୍ନ ତଦନ୍ତକାରୀ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ସୁଦ୍ଧା ଏହି ତଦନ୍ତ କେତେଦୂର ଆଗେଇଛି, କେତେ କଳାଟଙ୍କା ଫେରିଛି ଇତ୍ୟାଦି ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ମହାରାଷ୍ଟ୍ରର ସାଙ୍ଗଲିରେ କଂଗ୍ରେସକୁ ଝଟ୍କା, ବିଜେପି...