ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ଏଲ୍‌ଭିସ୍‌ ଯାଦବଙ୍କ ବଢ଼ିଲା ସମସ୍ୟା; ଅର୍ଥ ହେରଫେର ମାମଲାରେ ଏତଲା ରୁଜୁ କଲା ଇଡି

Image source: NDTV

ନୂଆଦିଲ୍ଲୀ,୦୪/୦୫: ବିଗ୍ ବସ୍ ଓଟିଟି ୨ ବିଜେତା ତଥା ୟୁ ଟ୍ୟୁବର ଏଲଭିସ ଯାଦବଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୌତମ ବୁଦ୍ଧ ନଗର ପୋଲିସ ଦ୍ବାରା ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସାପ ବିଷ ଯୋଗାଣ ମାମଲାରେ ଅର୍ଥ ହେରଫେର ମାମଲା ରୁଜୁ କରିଛି। ସୂଚନାଥାଉକି, ମାର୍ଚ୍ଚ ୧୭ ରେ ଏଲଭିଶ ଯାଦବଙ୍କୁ ଗିରଫ କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତ ପାଇଁ ଲୁକସର ଜେଲକୁ ପଠାଇଥିଲେ। ତେବେ ୫ ଦିନ ପରେ ଏହି ମାମଲାରେ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କୁ ସ୍ଥାନୀୟ କୋର୍ଟ ଜାମିନ ପ୍ରଦାନ କରିଥିଲେ।

ଏହାରି ଭିତରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି ଯେ ବିପୁଳ ପରିମାଣର ଅର୍ଥକୁ ଦୃଷ୍ଟିରେ ରଖି ସାପର ବିଷ ଯୋଗାଣ ମାମଲାରେ ଏଲଭିଶ ଯାଦବ ଏବଂ ଅନ୍ୟମାନଙ୍କ ବିରୋଧରେ ଅର୍ଥ ହେରଫେର ନିରୋଧି ଅଧିନିୟମ ମାଧ୍ୟମରେ ଏକ ମାମଲା ରୁଜୁ କରିଛି। ସେ କହିଛନ୍ତି ଯେ ଇଡି ଟିମ୍‌ ଏଲଭିଶ ଯାଦବ ଏବଂ ପୁରୁଣା ମାମଲାରେ ଜଡିତ ଅନ୍ୟ ଲୋକଙ୍କୁ ପଚରାଉଚରା କରିପାରନ୍ତି। 

ସୂଚନାନୁସାରେ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ମାଲିକାନାରେ ଥିବା ଦାମୀ କାରଗୁଡିକର କନଭେନର ମଧ୍ୟ ଇଡି ଟିମ୍ ଯାଞ୍ଚ କରିବ। ଏଲଭିଶ ଯାଦବଙ୍କ ସହ ବଡ଼ ହୋଟେଲ, ରିସର୍ଟ ଏବଂ ଫାର୍ମ ହାଉସର ମାଲିକମାନଙ୍କୁ ମଧ୍ୟ ପଚରାଉଚରା କରାଯିବ। ୟୁଟ୍ୟୁବର ଏଲଭିଶ ଯାଦବଙ୍କ ବିରୋଧରେ ମାମଲା ରୁଜୁ ହେବାର ପ୍ରାୟ ୬ ମାସ ପରେ, ଏପ୍ରିଲ ୬ ରେ ଗୌତମ ବୁଦ୍ଧ ନଗର ପୋଲିସ ଏଲଭିଶ ଯାଦବ ଏବଂ ଅନ୍ୟ ୭ ଜଣଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ କୋର୍ଟରେ ୧୨୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା। ସାପଗୁଡିକ କିପରି ଚୋରା ଚାଲାଣ କରାଯାଉଥିଲା ଏବଂ ପାର୍ଟୀରେ ସେମାନଙ୍କର ବିଷ କିପରି ବ୍ୟବହାର କରାଯାଇଥିଲା ତାହା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.