ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ବିଷାକ୍ତ ମଦ ପିଇ ପୁଅର ଯାଇଥିଲା ଜୀବନ,୧୮ ବର୍ଷ ହେଲା ଶୁଖୁନି ମାଆ ଆଖିର ଲୁହ

ଗୋପାଳପୁର/ବ୍ରହ୍ମପୁର, (ସୂର୍ଯ୍ୟନାରାୟଣ ପଟ୍ଟନାୟକ): ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧ ଗାଁ । ଏବେ ଗାଁରେ ସମ୍ପୂର୍ଣ୍ଣ ଭାବେ ମଦ  ବିକ୍ରି ବନ୍ଦ । କାରଣ ୨୦୦୬ ଓ ୨୦୧୨ରେ ଗାଁରେ ବିଷାକ୍ତ ମଦ ପିଇ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦ରୁ ଅଧିକ  ଅସୁସ୍ଥ ହୋଇଥିଲେ । ସେବେଠାରୁ ଗ୍ରାମରେ ମଦ ବିକ୍ରି ବନ୍ଦ ହୋଇଯାଇଛି । ମଦ ମା’ଠାରୁ ପୁଅକୁ ଛଡ଼ାଇ ନେଇଛି ।  ଗୋଳାବନ୍ଧ ଗାଁର ଏସ୍‌. ସୀତାମ୍ମାଙ୍କ ଆଖିରୁ ୧୮ ବର୍ଷ ହେଲା ଲୁହ ଶୁଖୁନି । ପୁଅକୁ ମନେ ପକାଇ ବାହୁନି କାନ୍ଦୁଛନ୍ତି  ସେ । 

୨୦୦୬ରେ ବିଷାକ୍ତ ମଦ ପିଇ ତାଙ୍କ ପୁଅ ଏସ୍‌. ଶ୍ୟାମସୁନ୍ଦରଙ୍କ ୨୮ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା ।  ସେତେବେଳେ ଶ୍ୟାମସୁନ୍ଦରଙ୍କ ବିବାହକୁ ୨ ବର୍ଷ ହୋଇଥିଲା ଏବଂ ବର୍ଷକର ପୁଅ ମଧ୍ୟ ଥିଲା । ମୂଲ ଲାଗିଲେ  ପରିବାର ଚଳୁଥିଲା । ୨୦୦୬ ଏପ୍ରିଲ୍‌ ୨୨ ତାରିଖ ସକାଳୁ ଶ୍ୟାମ ସୁନ୍ଦର କାମ କରିବାକୁ ଯିବାକୁ କହି ଘରୁ ବାହାରିଥିଲେ ।  କିଛି ସମୟ ପରେ ତାଙ୍କର ଅସୁସ୍ଥତା ଖବର ଆସିଥିଲା । ପରିବାର ଲୋକ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚିବା  ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ବି ପୁଅକୁ ଝୁରି କାନ୍ଦୁଛନ୍ତି ସୀତାମ୍ମା । ଶ୍ୟାମଙ୍କ ପୁଅକୁ ମଣିଷ  କରିବା ସହ ବୋହୂର ଦାୟିତ୍ୱ ସୀତାମ୍ମାଙ୍କ ଉପରେ ଥିଲା । ପ୍ରଶାସନ ପକ୍ଷରୁ ମାତ୍ର ୧୦ ହଜାର ଟଙ୍କା ସହାୟତା ମିଳିଥିଲା । ଆଉ  କୌଣସି ସହାୟତା ମିଳିନି । ୧୮ ବର୍ଷ ହେଲା ବହୁ କଷ୍ଟରେ ଜୀବନ ବିତିଛି । ଏବେ ବି ପୁଅର କଥା ମନେ ପକାଇ ସୀତାମ୍ମା କାନ୍ଦୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.