ମହାକାଳପଡା: ହେମଦସ୍ତାରେ ଛେଚି ସାବତ ମାକୁ ହତ୍ଯା କଲା ପୁଅ

ମହାକାଳପଡା ୧୪/୩: ହେମଦସ୍ତାରେ ଛେଚି ସାବତ ମାକୁ ହତ୍ୟା କଲା ପୁଅ । କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ଥାନା ଚକଡାବଗୁଆ ଗାଁରେ ଘଟିଛି ଏଭଳି ନୃସଂଶନୀୟ ଘଟଣା । ନୃସଂଶ ପୁଅ ନିଜ ସାବତ ମାକୁ ହେମଦସ୍ତାରେ ଛେଚି ଛେଚି ହତ୍ୟା କରିଛି । ମୃତକ ମହିଳା ହେଲେ ବିନତା ଘଡେଇ ।

ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାରୀ ପୁଅ ହେଉଛି ବିନୋଦ ଘଡେଇ ଓରଫ ସଇତାନ । ସଇତାନକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।