ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍, ୩ ଓ୍ବିକେଟ୍‌ରେ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା

ନର୍ଥ ସାଉଣ୍ଡ୍‌,୨୪/୦୬:  ସୁପର ୮ ପର୍ଯ୍ୟାୟର ଗ୍ରୁପ୍‌-୨ରେ ଦକ୍ଷିଣ ଆଫ୍ରିକାର ରୋମାଞ୍ଚକର ବିଜୟ। ୱେଷ୍ଟଇଣ୍ଡିଜ୍‌ରକୁ ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କଲା ଦକ୍ଷିଣ ଆଫ୍ରିକା। ଇଂଲଣ୍ଡ ପରେ ଦ୍ୱିତୀୟ ବିଜୟୀ ଦଳ ଭାବେ ସେମିରେ ଆଡେନ ମାରକ୍ରମ ବାହିନୀ ଏଣ୍ଟ୍ରି କରିଛି। କାରବିଆନ୍ ଟିମ୍‌ର  ଟି-ଟ୍ୱେଣ୍ଟି ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍ ହେଇଛି।

ମ୍ୟାଚରେ, DLS ନିୟମ ଅନୁଯାୟୀ, ଦକ୍ଷିଣ ଆଫ୍ରିକା ୧୭ ଓଭରରେ କରିବାକୁ ଥିଲା ୧୨୩ ରନ୍ । ତେବେ ୫ଟି ବଲ୍ ବାକି ଥାଇ ଜିତିନେଇଥିଲା ଦକ୍ଷିଣ ଆଫ୍ରିକା । ଏହି ବିଜୟ ସହ ଦଳ ସେମିଫାଇନାଲରେ ଏଣ୍ଟ୍ରି କରିଛି । ଦକ୍ଷିଣ ଆଫ୍ରିକା ୬ ପଏଣ୍ଟ ସହ ଗ୍ରୁପ-୨ ଶୀର୍ଷରେ ରହିଛି । ଯେଉଁଠାରେ ଇଂଲଣ୍ଡ ଟିମ୍‌ ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଦକ୍ଷିଣ ଆଫ୍ରିକାର ଇନିଂସରେ ଦୁଇଟି ଓଭର ଖେଳ ଚାଲିଥିବାବେଳେ ବର୍ଷା ହୋଇଥିଲା । ସେହି ସମୟରେ ଆଫ୍ରିକୀୟ ଦଳର ସ୍କୋର ୨ ୱିକେଟ୍ ହରାଇ କରିଥିଲା ପାଇଁ ୧୫ ରନ୍ । ଯାହାକି ସୃଷ୍ଟି କରିଥିଲା ବଡ ସମସ୍ୟା । ବର୍ଷା ବନ୍ଦ ହେବା ପରେ ଯେତେବେଳେ ଖେଳ ଆରମ୍ଭ ହେଲା, ମ୍ୟାଚ୍ ଛୋଟ ହୋଇଗଲା କିନ୍ତୁ ଆଫ୍ରିକାକୁ ସଂଶୋଧିତ ଟାର୍ଗେଟ ମିଳିଥିଲା । 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୮ ୱିକେଟ୍ ହରାଇ କରିଥିଲା ୧୩୫ ରନ୍ । ୱେଷ୍ଟଇଣ୍ଡିଜ୍ ପାଇଁ ନିକୋଲାସ୍ ପୁରନ୍ ୪୨ ବଲରେ ୫୨ ରନ୍‌ରେ ଚମତ୍କାର ଇନିଂସ ଖେଳିଥିଲେ । ଯେଉଁଥିରେ ତିନୋଟି ଚଉକା ଓ ଦୁଇଟି ଛକା ଥିଲା । ଯେଉଁଠାରେ ଓପନର୍ ବ୍ୟାଟ୍ସମ୍ୟାନ୍ କାଇଲ୍ ମାୟର୍ସ ୩ ଚଉକା ଓ ଦୁଇଟି ଛକା ସହାୟତାରେ ୩୪ ବଲରେ ୩୫ ରନ୍ ସଂଗ୍ରହ କରିଥିଲେ । ଆଣ୍ଡ୍ରେ ରସେଲ ୧୫ ଏବଂ ଅଲଜାରୀ ଜୋସେଫ ୧୧ ରନ୍ କରି ଦୁଇ ଅଙ୍କରେ ପହଞ୍ଚିବାରେ ସଫଳ ହୋଇଥିଲେ । ଆଫ୍ରିକା ପାଇଁ ଚିନାମ୍ୟାନ୍ ବୋଲର ତାବ୍ରେଜ ଶାମସି ୨୭ ରନ୍ ପାଇଁ ତିନୋଟି ୱିକେଟ୍ ନେଇଥିଲେ । ଯେଉଁଠାରେ କେଶବ ମହାରାଜ, ମାର୍କୋ ଜାନସେନ୍, କାଗିସୋ ରାବାଡା ଏବଂ ଆଡେନ ମାର୍କ୍ରାମ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.