PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ବିଗିଡ଼ିଲା ସପା-ବସପା ଗଣିତ, ୭ ମୁସ୍‌ଲିମ୍‌ ପ୍ରାର୍ଥୀ ଦେଲା କଂଗ୍ରେସ

ଲକ୍ଷ୍ନୌ,୩ା୪(ଏଜେନ୍ସି): ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି (ସପା) ଓ ବହୁଜନ ସମାଜ ପାର୍ଟି (ବସପା) ନିଜ ମେଣ୍ଟରେ କଂଗ୍ରେସକୁ ସାମିଲ କରିନଥିଲେ ହେଁ, କଂଗ୍ରେସ ଏବେ ଚାଲ୍‌ ଖେଳି ଏହି ମେଣ୍ଟର ନିଦ ହଜାଇ ଦେଇଛି । କଂଗ୍ରେସ ରାଜ୍ୟରେ ୭ ଜଣ ମୁସ୍‌ଲିମ୍‌ ପ୍ରାର୍ଥୀଙ୍କୁ ଲୋକସଭା ଟିକେଟ୍‌ ଦେଇଛି । ଦଳ ଏଭଳି କରି ସପା-ବସପାଆର୍‌ଏଲ୍‌ଡି ମେଣ୍ଟକୁ କ୍ଷତି ପହଞ୍ଚାଇପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ
ନେଇ ମେଣ୍ଟରେ ହଇଚଇ ସୃଷ୍ଟି ହୋଇଛି ଏବଂ ଏହି ୩ ଦଳର ନେତାମାନେ ଏବେ କଂଗ୍ରେସକୁ ସାଙ୍ଘାତିକ ସମାଲୋଚନା ଆରମ୍ଭ କରିଦେଇଛନ୍ତି ।

ମେଣ୍ଟର ନେତାମାନେ କହିଛନ୍ତି ଯେ ଉତ୍ତର ପ୍ରଦେଶରେ ବିଜେପିକୁ ହରାଇବା ପାଇଁ କଂଗ୍ରେସ ଉପର ଠାଉରିଆ ଭାବେ କହୁଥିବା ବେଳେ ପ୍ରକୃତରେ ଏହା ମେଣ୍ଟକୁ କ୍ଷତି ପହଞ୍ଚାଇବା ଲାଗି ଏଜେଣ୍ଡା ତିଆରି କରିଛି । ମେଣ୍ଟକୁ ଯେମିତି ଅଧିକ ଆସନ ନମିଳେ, ସେଥିପାଇଁ ଏହା ରଣନୀତି ଆପଣାଉଛି । କଂଗ୍ରେସର ଏହି ଚାଲାକି ଧରାପଡ଼ିଛି । ୟୁପିରେ କଂଗ୍ରେସ ଯେଉଁ ୭ଟି ଆସନରେ ମୁସ୍‌ଲିମ୍‌ ପ୍ରାର୍ଥୀ ଦେଇଛି ତନ୍ମଧ୍ୟରୁ ଦୁଇଟି ଆସନ ଯଥା ସହାରନ୍‌ପୁର ଓ ଖିରିରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ତେବେ ରାଜ୍ୟର ବଦାୟୁଁ ଆସନକୁ ନେଇ ବିବାଦ ଦେଖାଦେଇଛି । ଏହି ଆସନରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପୁତୁରା
ଧର୍ମେନ୍ଦ୍ର ଯାଦବ ସପାରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ସଲିମ୍‌ ଶେରୱାନିଙ୍କୁ ଛିଡ଼ା କରାଯାଇଛି ।

ବଦାୟୁଁରେ ପାଖାପାଖି ୧୮ ଲକ୍ଷ ଭୋଟର ରହିଛନ୍ତି, ଯେଉଁମାନଙ୍କ ମଧ୍ୟରେ ୧୫% ହେଉଛନ୍ତି ମୁସ୍‌ଲିମ୍‌ । ଏଠାରେ କଂଗ୍ରେସକୁ ମୁସ୍‌ଲିମ୍‌ ଭୋଟରଙ୍କ ସମର୍ଥନ ମିଳିବ ବୋଲି କୁହାଯାଉଛି । ସୀତାପୁରରେ ମଧ୍ୟ କଂଗ୍ରେସ ଏହାର ମୁସ୍‌ଲିମ୍‌ ପ୍ରାର୍ଥୀ କ୍ୟାସର ଜହାଁଙ୍କୁ ଟିକେଟ୍‌ ଦେଇଛି । ପୂର୍ବତନ ବସପା ନେତା ନସିମୁଦ୍ଦିନ୍‌ ସିଦ୍ଦିକିଙ୍କୁ ବିଜ୍‌ନୌରରୁ ପ୍ରାର୍ଥୀ କରାଇଛି କଂଗ୍ରେସ । ଫଳରେ ଏହା ଉଭୟ ବସପା ଓ ମେଣ୍ଟ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଏଠାରେ ବସପା ପକ୍ଷରୁ ଗୁର୍ଜର ନେତା ମଲୁକ୍‌ ନାଗରଙ୍କୁ ଟିକେଟ୍‌ ଦିଆଯାଇଛି । ବିଜ୍‌ନୌର ଲୋକସଭା ଆସନରେ ୩୦% ମୁସ୍‌ଲିମ୍‌ ରହିଥିବାରୁ ଏଠାରେ କଂଗ୍ରେସ ପ୍ରାର୍ଥୀ ଜିତିବା ନେଇ ଆଶା ଅଧିକ ରହିଛି ।