ହୋଲି ପାଇଁ କମିସନରେଟ୍ ପୋଲିସର ସ୍ୱତନ୍ତ୍ର ବ୍ଯବସ୍ଥା, କଟକରେ ୧୦ ପ୍ଲାଟୁନ୍ ଓ ରାଜଧାନୀରେ ୧୫ ପ୍ଲାଟୁନ୍ ପୋଲିସ

source:newsodisha.in
ଭୁବନେଶ୍ୱର ୨୦/୩: ହୋଲି ପାଇଁ କମିସନରେଟ୍ ପୋଲିସର ସ୍ୱତନ୍ତ୍ର ବ୍ୟବସ୍ଥା । ଶୃଙ୍ଖଳିତଭାବେ ରଙ୍ଗର ପର୍ବ ହୋଲି ପାଳନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଛି । କଟକରେ ୧୦ ପ୍ଲାଟୁନ୍ ଓ ଭୁବନେଶ୍ୱରରେ ୧୫ ପ୍ଲାଟୁନ୍ ପୋଲିସ ମୁତୟନ ହେବେ। କେମିକାଲ୍ ରଙ୍ଗ ବିକ୍ରି ଉପରେ ମଧ୍ଯ ନଜର ରହିବ । ଗାଧୋଇବାବେଳେ ନଦୀ ଘାଟରେ ଓଡ୍ରାଫ୍ ଓ ପୋଲିସ୍ ଟିମ୍ ମଧ୍ଯ ଉପସ୍ଥିତ ରହିବେ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି ।
ଆଉ ଦିନକ ପରେ ରଙ୍ଗର ପର୍ବ ହୋଲି । ବଜାରରେ ଖୋଲିଗଲାଣି ରଙ୍ଗର ପସରା । ଭଳିକି ଭଳିକି ରଙ୍ଗ ଓ ଅବିରର ପସରା ଦେଖିବାକୁ ମିଳିଲାଣି । ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏସବୁ ଦୋକାନରେ ରଙ୍ଗବେରଙ୍ଗର ଅବିର ସହ ପିଚକାରୀ, ମୁଖା, ଟୋପି ଆଦି ବିଭିନ୍ନ ପ୍ରକାରର ସାମଗ୍ରୀ ମଧ୍ୟ ବିକ୍ରି ହେଉଛି । ତେବେ ଏହିସବୁ ଦୋକାନମାନଙ୍କରେ ଯେମିତି କେମିକାଲ୍ ରଙ୍ଗ ବିକ୍ରିନହୁଏ ତାହା ଉପରେ ନଜର ରଖିବ ପୋଲିସ ।
କେମିକାଲ୍ ରଙ୍ଗ ଦେହ ପାଇଁ କ୍ଷତିକାରକ ହୋଇଥିବାରୁ ଦୋକାନୀମାନେ ହର୍ବାଲ ରଙ୍ଗ ବିକ୍ରି କରୁଛନ୍ତି । ତଥାପି ଦୋକାନଗୁଡିକ ପୋଲିସ ନଜରରେ ରହିବ । କଟକରେ ୧୦ ପ୍ଲାଟୁନ୍ ଓ ରାଜଧାନୀ ଭୁବନେଶ୍ୱରରେ ୧୫ ପ୍ଲାଟୁନ୍ ପୋଲିସ ମୁତୟନ ହେବ । ରଙ୍ଗ ଖେଳ ପରେ ନଦୀରେ ଗାଧୋଇବା ସମୟରେ ଆସନ୍ନ ବିପଦର ମୁକାବିଲା ପାଇଁ ନଦୀ ଘାଟରେ ଓଡ୍ରାଫ ଓ ପୋଲିସ ଟିମ୍ ମୁତୟନ ହେବେ । ଏନେଇ ଆଜି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି ।