ପ୍ରମୂଖ ଖବର
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ପ୍ରସ୍ତୁତି ବୈଠକ, ନୀତିନିର୍ଘଣ୍ଟ ଓ ଅନ୍ୟାନ୍ୟ ପ୍ରସ୍ତୁତି ଦିଗରେ ହେବ ଆଲୋଚନା

ଭୁବନେଶ୍ୱର,୩୦/୦୫: ଆସନ୍ତା ୧୧ ତାରିଖରେ  ଶିବବିବାହ ଏବଂ ୧୨ ତାରିଖରେ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ  ହେବ । ଏହି ପରିପ୍ରେକ୍ଷୀରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏହି  ମହାପର୍ବ ପାଳନ କରିବା ନିମନ୍ତେ ସେବାୟତଙ୍କୁ ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗୁରୁବାର ସନ୍ଧ୍ୟାରେ  ନ୍ଦିର କାର୍ଯ୍ୟାଳୟ ପରିସରରେ  ଅନୁଷ୍ଠିତ ହେବ । 

ବୈଠକରେ ନୀତିନିର୍ଘଣ୍ଟ ପ୍ରସ୍ତୁତି ଓ ଅନ୍ୟାନ୍ୟ ଦିଗ ଗୁଡିକ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା  କରାଯିବ । ବିଶେଷ କରି ଶୀତଳ  ଷଷ୍ଠୀ ଶୋଭଯାତ୍ରାକୁ ଶୃଙ୍ଖଳିତ  କରିବା ସହ ଆଇନଗତ ଦିଗ  ଗୁଡିକୁ ଅଧିକ ଗୁରୁତ୍ୱ ଦେଇ  ଆଲୋଚନା କରାଯିବ ବୋଲି ମନ୍ଦିର  କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.