ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ନାରାୟଣପୁର ରାମ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ

Published By : Suraj Kumar | April 6, 2025 4:34 PM

ଗୋପାଳପୁର ୬/୪ :  ନାରାୟଣପୁର ସ୍ଥିତ ଦିବ୍ୟ ଜୀବନ ସଂଘ ଶାଖା ପକ୍ଷରୁ ରାମ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ ହୋଇଛି। ସକାଳୁ ଠାକୁରଙ୍କୁ ନୀତିକାନ୍ତି ଭାବେ ପୂଜାର୍ଚ୍ଚନା କରି ପରେ ମନ୍ଦିର ପରିସରରେ ହୋମଯଜ୍ଞ,ଅକ୍ଷତ ଫୁଲ, ଚାଉଳ, ତୁଳସୀ ପତ୍ର ଲକ୍ଷେ ଅର୍ପଣ କରାଯାଇଥିଲା l ପୁରୋହିତ ଭାବେ ଗୋପାଳକୃଷ୍ଣ ପଣ୍ଡା, କର୍ତ୍ତା ଭାବେ ଶଶି ଭୂଷଣ ମହାନ୍ତି, ଗଣପତି ସାହୁ,ପି. ଆଶୋକ କୁମାର,ରବୀନ୍ଦ୍ର ମହାନ୍ତି ପୂଜାର୍ଚ୍ଚନାର ଦାୟିତ୍ୱ ତୁଲାଇ ଥିଲେ। 

ଏହି ଅବସରରେ ସ୍ବାମୀ ଗୋବିନ୍ଦା ନନ୍ଦ, ସ୍ୱାମୀ ଶରଣା ନନ୍ଦ, ସ୍ବାମୀ ଧର୍ମା ନନ୍ଦ ଯୋଗ ଦେଇ ଶ୍ରୀରାମ ଙ୍କ ଜନ୍ମ ଉପରେ ପ୍ରବଚନ ଦେଇଥିଲେ। ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ କରାଯାଇଥିଲା।   ଆଖପାଖ ଅଞ୍ଚଳରୁ ପ୍ରାୟ ୫ ହଜାରରୁ ଉର୍ଦ୍ଧ ଭକ୍ତ  ଠାକୁର ଦର୍ଶନ କରିବା ସହ ଆଶିଷ ଗ୍ରହଣ କରିଥିଲେ l ଏଥିରେ ମନ୍ଦିର ପରିଚାଳନା କମିଟି ଏବଂ ଦିବ୍ୟ ଜୀବନ ସଂଘର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.