ଛତିଶଗଡ଼,୦୪/୦୯: ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଲେ ଏସ୍ଏସ୍ବି ଯବାନ । ମୃତ ଯବାନ ଜଣକ ହେଲେ ଉତ୍ତରପ୍ରଦେଶରର ରାକେଶ କୁମାର (୩୨) ବୋଲି ଜଣାପଡ଼ିଛି । ଛତିଶଗଡ଼ର କାଂକେର ଜିଲ୍ଲା କୋଷରୋଣ୍ଡା ସ୍ଥିତ ଏସ୍ଏସ୍ବି କ୍ୟାମ୍ପରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ରାକେଶ କୁମାର ନାମକ ବ୍ୟକ୍ତି କାଂକେର ଜିଲ୍ଲା କୋଷରୋଣ୍ଡା ସ୍ଥିତ ଏସ୍ଏସ୍ବି କ୍ୟାମ୍ପରେ ଏସ୍ଏସ୍ବି ଯବାନ ଭାବରେ ନିଯୁକ୍ତ ଥିଲେ । ସେଠାରେ ସେ ଛତିଶଗଡ଼ ସରକାରଙ୍କ ନକ୍ସଲ ବିରୋଧୀ ଅପରେସନରେ କାର୍ଯ୍ୟରତ ଥିଲେ । ତେବେ ସେଠାରେ କାର୍ଯ୍ୟରତ ଥିବା ବେଳେ ଯବାନ ଜଣକ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି । ଏହା ଦେଖି ତାଙ୍କ ସହକର୍ମୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯବାନଙ୍କ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି । ଯବାନଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଆତ୍ମହତ୍ୟାକ କାରଣ ଖୋଜୁଛି ପୋଲିସ ।