ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ପଡ୍‌କାଷ୍ଟ ଶୋ’ରେ ରକୁଲଙ୍କ ଖୁଲାସା, କହିଲେ-'ହାତରୁ ଫିଲ୍ମ ଛଡ଼ାଇ ନେଇଛନ୍ତି ଷ୍ଟାର୍‌କିଡ୍‌'

ମୁମ୍ବାଇ ୦୮/୦୯: ସିନେ ଇଣ୍ଡଷ୍ଟ୍ରିରେ ଷ୍ଟାର୍‌କିଡ୍‌ ପରମ୍ପରାର ସମ୍ମୁଖୀନ ହେଉଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ ସିଂହ । ରଣବୀର ଆହ୍ଲାବାଦିଆଙ୍କ ପଡ୍‌କାଷ୍ଟ ଶୋ’ରେ ଏ ବିଷୟରେ ସେ ଖୋଲି କଥା ହୋଇଛନ୍ତି । ରକୁଲ କହିଛନ୍ତି, ଷ୍ଟାର୍‌କିଡ୍‌ଙ୍କ ପାଇଁ ତାଙ୍କ ହାତରୁ ଅନେକ ଫିଲ୍ମ ଚାଲିଯାଇଛି । କିନ୍ତୁ ଏହାର ପ୍ରଭାବ ସେ ନିଜ ମାନସିକତା ଉପରେ ପଡ଼ିବାକୁ ଦେଇନାହାନ୍ତି । ସେ କହିଛନ୍ତି, ପ୍ରିୟାପ୍ରୀତିକୁ କେହି ଖଣ୍ଡନ କରିପାରିବେ ନାହିଁ, କାରଣ ଏହା ସବୁ ଇଣ୍ଡଷ୍ଟ୍ରିରେ ରହିଛି । ଏହା ସତ ଯେ ମୋ ହାତରୁ ଏକାଧିକ ଫିଲ୍ମ ଛଡ଼ାଇ ନିଆଯାଇଛି । କିନ୍ତୁ ମୁଁ ସେମିତି ମଣିଷ ନୁହେଁ ଯିଏ ଏଥିରେ ତିକ୍ତତା ପ୍ରଦର୍ଶନ କରିବି । ବୋଧହୁଏ ସେହି ପ୍ରୋଜେକ୍ଟ ମୋ ପାଇଁ ନ ଥିଲା ବୋଲି ଭାବି ମୁଁ ଆଗକୁ ବଢ଼େ । ଏଥିପାଇଁ ମୋତେ ଖରାପ ଲାଗେ । ହେଲେ ତା’ପରେ ମୁଁ ସେଥିରୁ ବାହାରି ଆସେ । 

ରକୁଲଙ୍କ ଅନୁଯାୟୀ, ଭବିଷ୍ୟତରେ ତାଙ୍କ ପିଲା ଯଦି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଚୟନ କରିବେ, ତେବେ ସେମାନଙ୍କୁ ସେ ସାହାଯ୍ୟ କରିବେ । ସେ ଯେମିତି ସଂଘର୍ଷ କରିଛନ୍ତି, ନିଜ ପିଲାଙ୍କୁ ସେଭଳି କରିବାକୁ ଦେବେ ନାହିଁ । ଷ୍ଟାର୍‌ଙ୍କ ପିଲାମାନେ ଯଦି ଇଣ୍ଡଷ୍ଟ୍ରିରେ ସହଜରେ ଏଣ୍ଟ୍ରି କରୁଛନ୍ତି, ତା’ର କାରଣ ସେମାନଙ୍କ ଅଭିଭାବକ କଠିନ ପରିଶ୍ରମ କରିଛନ୍ତି । ତେଣୁ ପ୍ରିୟାପ୍ରୀତି ବିଷୟରେ ଅଧିକ ଚିନ୍ତା କରୁନଥିବା ରକୁଲ କହିଛନ୍ତି ।

ସେ ଆହୁରି କହିଛନ୍ତି, ଯେକୌଣସି ଇଣ୍ଡଷ୍ଟ୍ରିରେ ସୁଯୋଗ ତୁମଠୁ ଛଡ଼ାଇ ନିଆଯାଏ । ଏହାକୁ ତୁମେ ଯେତେ ଶୀଘ୍ର ବୁଝିବ, ତୁମ ପ୍ରଗତି ପାଇଁ ଏହା ବହୁତ ଭଲ । ଜଣେ କଳାକାର ହେବାର ସ୍ୱପ୍ନକୁ ସତରେ ପରିଣତ କରିବାର ଶ୍ରେୟ ତେଲୁଗୁ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି ରକୁଲ । ନିଃସର୍ତ୍ତ ଭଲପାଇବା ପାଇଁ ତେଲୁଗୁ ଦର୍ଶକଙ୍କୁ କୃତଜ୍ଞତା ଜଣାଇଛନ୍ତି । ରକୁଲ ‘ଭେଙ୍କଟାଦ୍ରୀ ଏକ୍ସପ୍ରେସ୍‌’, ‘ଲୌକ୍ୟମ୍‌’, ‘ପାଣ୍ଡାଗା ଚେସ୍‌କୋ’, ‘କିକ୍‌-୨’, ‘ସରାଇନୋଡୁ’, ‘ଧ୍ରୁବ’ ଓ ‘ସ୍ପାଇଡର୍‌’ ଭଳି ଅନେକ ତେଲୁଗୁ ଫିଲ୍ମରେ କାମ କରିଛନ୍ତି । ୨୦୦୯ ମସିହାରେ କନ୍ନଡ଼ ଫିଲ୍ମ ‘ଗିଲ୍‌’ ଜରିଆରେ ସେ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୪ ମସିହାର ରୋମାନ୍ସ ଡ୍ରାମା ‘ୟାରିୟାଁ’ ଜରିଆରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ‘ଦେ ଦେ ପ୍ୟାର୍‌ ଦେ’, ‘ଛତ୍ରୀୱାଲୀ’, ‘କଟ୍‌ପୁତଲି’, ‘ଥ୍ୟାଙ୍କ୍‌ ଗଡ୍‌’, ‘ଡକ୍ଟର ଜି’ ଓ ‘ରନ୍‌ୱେ ୩୪’ ଭଳି ଫିଲ୍ମରେ ସେ ନଜର ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.