PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପୂର୍ତ୍ତ ବିଭାଗ ଏସଇଙ୍କ ଦୁର୍ବ୍ୟବହାର ନେଇ ଠିକାଦାର ସଂଘର ପ୍ରତିବାଦ , ବିଧାୟକଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ

ନୀଳଗିରି : ବାଲେଶ୍ଵର ପୂର୍ତ୍ତବିଭାଗର ଏସଇଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ବ୍ୟବହାର ନେଇ ଠିକାଦାର ସଂଘର ପ୍ରତିବାଦ ଓ ଧାରଣା। ବାଲେଶ୍ଵର ଜିଲ୍ଲା ନୀଳଗିରି ଠିକାଦାର ସଙ୍ଘ ଧାରଣା ଉଗ୍ରରୂପ ଧାରଣ କରିବା ପରେ ଉନ୍ନୟନମୂଳକ କାର୍ଯ୍ୟ ଠପ୍‌ ହୋଇ ଯାଇ ଥିଲା। ୪ଦିନ ଧାରଣା ପରେ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇ ଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଜରୁରୀକାଳୀନ ପରିସ୍ଥିତିରେ ବହୁ କାର୍ଯ୍ୟକୁ ସ୍ଥାନୀୟ ଯନ୍ତ୍ରୀ ଠିକାଦାରଙ୍କୁ କାମ କରାଇ କାର୍ଯ୍ୟର କାଗଜପତ୍ର ବର୍ଷ ବର୍ଷ  ପକାଇ ରଖି କରାଯାଉ ନଥିବାରୁ ଠିକାଦାର ବିଲ ନପାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପୂର୍ବରୁ ଘଟଣାକୁ ନେଇ ନୀଳଗିରି ପୂର୍ତ୍ତବିଭାଗର ଅଫିସ ଘେରାଉ କରାଯାଇଥିଲା। ପୂର୍ତ୍ତ ବିଭାଗର ବାଲେଶ୍ଵର ଡିଭିଜନ-୧ର ଏସଇ ରାମଚନ୍ଦ୍ର ସେଠି ଆସିବା ପରେ ଠିକାଦାର ଘଟଣା ବିଷୟରେ ଆଲୋଚନା କରିବା ପରେ ପାଲଟା ନାଲି ଆଖି ଉଠାଇ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଥିଲା।

ଏସଇଙ୍କ ଦୁର୍ବ୍ୟବହାରର ପ୍ରତିବାଦ ଓ ବିଲ ପୈଠ ଦାବିରେ, ନୀଳଗିରି ଠିକାଦାର ସଙ୍ଘ ସଭାପତି ପ୍ରଫୁଲ୍ଲ ପରିଡାଙ୍କ ନେତୃତ୍ୱରେ ନୀଳଗିରି ଉପଖଣ୍ଡ ପୂର୍ତ୍ତ ବିଭାଗର ଅଫିସ ଫାଟକ ଆଗରେ ଧାରଣା ଦେଇଥିଲେ। ଫଳରେ ଅଫିସ କାମ ଚାଲୁ ହୋଇପାରି ନଥିବା ବେଳେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଠପ୍‌ ହୋଇଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଆସି ସମସ୍ତ ଘଟଣା ବିଷୟରେ ଆଲୋଚନା କରିଥିଲେ। ଆଜି ପୂର୍ତ୍ତବିଭାଗର ଏସଇ ରାମଚନ୍ଦ୍ର ସେଠି,ନୀଳଗିରି ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କୁ ଧରି ଠିକାଦାରମାନଙ୍କ ସହିତ ଆଲୋଚନା କରିଥିଲେ। ଶେଷ ହୋଥିବା ଜରୁରୀକାଳୀନ କାର୍ଯ୍ୟ ଗୁଡିକ ତଦନ୍ତ କରାଯାଇ ବିଲ ପୈଠ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର