PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ସରକାରୀ ସ୍କୁଲରେ ଦିଆଯାଉଛି ସେନା ପ୍ରଶିକ୍ଷଣ

ସିରସା,୨୪।୨: ସ୍କୁଲକୁ ସାଧାରଣତଃ ପିଲାମାନେ ପାଠ ପଢିବାକୁ ଯାଇଥାନ୍ତି। କିନ୍ତୁ ହରିୟାରାର ସିରସା ଜିଲ୍ଲାର ଅନ୍ତର୍ଗତ ପାନା ଗାଁରେ ଥିବା ଏକ ସରକାରୀ ସ୍କୁଲରେ ପିଲାଙ୍କୁ ପାଠପଢା ଯିବା ସହ ସେନା ଭଳି ପ୍ରଶିକ୍ଷଣ ଦିଆଯାଇଥାଏ। ଏହି ଛାତ୍ରମାନେ  ସପ୍ତାହରେ ୩ ଦିନ ସେନା ଡ୍ରେସ୍ ଅନ୍ୟ ୩ ଦିନ ସ୍କାଉଟ୍ ଡ୍ରେସ୍  ପିନ୍ଧିକି ଆସିଥାନ୍ତି। ସ୍କୁଲ ପ୍ରିନ୍ସପାଲ ଭାବରେ ସେବା ଦେଉଥିବା ସ୍କାଉଟ୍ ମାଷ୍ଟର ପଲବିନ୍ଦର ଶାସ୍ତ୍ରୀ ଏହାର ଆରମ୍ଭ ଦୁଇବର୍ଷ ତଳେ କରିଛନ୍ତି।ଏଭଳି କରିବାରେ ତାଙ୍କର ଲକ୍ଷ୍ୟ ହେଉଛି ପିଲାଙ୍କ ମନ ଭିତରେ ଦେଶପ୍ରେମ ସୃଷ୍ଟି କରିବା। ପଲବିନ୍ଦର ଶାସ୍ତ୍ରୀ ସୈନ୍ୟ ପ୍ରଶିକ୍ଷଣ ଦେବା ପାଇଁ ସ୍କୁଲରେ ସବୁ ପ୍ରକାର ସୁବିଧା-ସୁଯୋଗ ସୃଷ୍ଟି କରିଛନ୍ତି। ଏଥିପାଇଁ ସେ ପିଲାଙ୍କ ଠାରୁ କୌଣସି ପ୍ରକାର ଅତିରିକ୍ତ ଟଙ୍କା ନିଅନ୍ତି ନାହିଁ। ସ୍କୁଲ କ୍ୟାମ୍ପସରେ ଥିବା ଜିମରେ ଛାତ୍ରମାନେ ବ୍ୟାୟମ କରିଥାନ୍ତି। ଦଉଡିରେ ଚାଲିବା, ରିଭର କ୍ରସିଂ ଓ ଟାୟାର ଭିତରେ ଯିବା ଆଦି ପ୍ରଶିକ୍ଷଣ ଦେଇଥାନ୍ତି। ସେନା ପ୍ରଶିକ୍ଷର ହେବା ପୂର୍ବରୁ ଏହି ସ୍କୁଲର ୧୬ ଜଣ ଯୁବକ ସେନାରେ ଭର୍ତ୍ତି ହୋଇସାରିଛନ୍ତି। ସ୍କୁଲରେ ପିଲାଙ୍କୁ ଟ୍ରେନିଂ ଦେବା ପାଇଁ ଲୋକେ ପ୍ରତିମାସରେ ୧୦୦୦ ଟଙ୍କା ଲେଖାଏଁ ଫଣ୍ଡରେ ଜମା କରୁଛନ୍ତି। ଏହି ଟଙ୍କାରେ ଛାତ୍ରଙ୍କୁ  ସ୍କାଉଟ୍ ଟୁର, ସୀମାରେ ବୁଲାଇବା ଏବଂ ଦୂରଦୂରାନ୍ତ ଅଞ୍ଚଳରେ ପିଲାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏହି ସ୍କୁଲରେ ୮୦ ଜଣ ଛାତ୍ର ରହିଛନ୍ତି

ସମ୍ବନ୍ଧିତ ଖବର