ସାଲେଭଟା, ୨୬/୧(ଆ.ପ୍ର): ବଲାଙ୍ଗୀର ଜିଲ୍ଲା ଆଗଲପୁର ତୁତୁକା ବ୍ଳକ ସାଲେଭଟା ନିବାସୀ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବକବି ସୁଜିତ କୁମାର ସତପଥି ପାଇବେ ସାରସ୍ବତ ସମ୍ମାନ। ଚଳିତ ଵର୍ଷ ଦ୍ବାଦଶ ତମ ମୟୁରଭଞ୍ଜ ପୁସ୍ତକମେଳା ସାରସ୍ବତ ସମ୍ମାନ ୨୦୨୬ କବିତା ବିଭାଗ ପାଇଁ ଯୁବକବି ଶ୍ରୀଯୁକ୍ତ ସତପଥି ମନୋନୀତ ହୋଇଛନ୍ତି । ସୁଜିତ ୨୦୨୨ରେ ପ୍ରକାଶିତ ତାଙ୍କର କବିତା ସଂକଳନ "ଅନାମିତ ରହୁ କିଛି " ପାଇଁ ଏହି ପୁରସ୍କାର ପାଇବେ ।
ପଶ୍ଟିମା ପ୍ରକାଶନ ଭୁବନେଶ୍ୱରଙ୍କ ଦ୍ବାରା ଏହି ସଂକଳନର କବିତା ଗୁଡିକ ମାନବିକ ମୂଲ୍ଯବୋଧ, ମଣିଷର କର୍ତ୍ତବ୍ଯ ଓ ଅଧିକାର , ମନସ୍ତାତ୍ତ୍ବିକ ଦିଗକୁ ପ୍ରକାଶ କରନ୍ତି । ଛଉ ପଡିଆ ବାରିପଦାରେ ୨୩ ତାରିଖରୁ ଚାଲି ଆସୁଥିବା ଏହି ପୁସ୍ତକମେଳାର ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଦଯାପନୀ ସଂନ୍ଧ୍ଯାରେ ଏହି ପୁରସ୍କାର ପ୍ରଦାନ କରାଯିବ ।
ପ୍ରକାଶ ଥାଉକି ସାଲେଭଟା ନିବାସୀ ଯୁବକବି ସୁଜିତ କୁମାର ସତପଥିଙ୍କର ପ୍ରଥମ ଓଡିଆ କବିତା ସଂକଳନ "ଇଚ୍ଛାଭାଟି" କେନ୍ଦ୍ର ସାହିତ୍ଯ ଅକାଦେମୀ ନୂଆଦିଲ୍ଲୀର ନବୋଦୟ ଯୋଜନା -୨୦୧୫ ରେ ମନୋନୀତ ହୋଇଥିଲା । ସେହିପରି ପ୍ରଥମ କୋଶଲି କବିତା ସଂକଳନ "ନୁରା" ମଧ୍ଯ କେନ୍ଦ୍ର ସାହିତ୍ଯ ଅକାଦେମୀ ନୂଆଦିଲ୍ଲୀର ଲାଙ୍ଗୁଏଜ ଡେଭଲପମେଣ୍ଟ ବୋର୍ଡ ଦ୍ବାରା ଅନୁମୋଦିତ ହୋଇ ୨୦୨୨ ମସିହାରେ ପ୍ରକାଶିତ ହୋଇଥିଲା । ତାଙ୍କର ଅନ୍ଯାନ୍ଯ ପୁସ୍ତକ ଯଥା ଚତୁର୍ଥ ପୁରୁଷ, ଛୁଟି ଦେବା ସମୟକୁ, ଶବ୍ଦରେ ଶବ୍ଦରେ, ଏବଂ ଆଲୋଚନା ପୁସ୍ତକ ଦୀପ୍ତି ଓ ଦିଗନ୍ତ ପାଠକାଦୃତ ହୋଇଛି । ଛଅଟି କବିତା ସଂକଳନ ଏବଂ ଗୋଟିଏ ଆଲୋଚନା ପୁସ୍ତକ ପ୍ରକାଶିତ ହୋଇ ପାଠକାଦୃତ ହୋଇଛି । ବଲାଙ୍ଗୀର ଜିଲ୍ଲା ଆଗଲପୁର ପଞ୍ଚାୟତ ରେ ବିଜ୍ଞାନ ଶିକ୍ଷକ ଭାବେ କାଯ୍ୟରତ ଅଛନ୍ତି ।