ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ନୂଆ ଯୋଜନା; ' ଏକ୍ସପ୍ରେସ ଓ୍ବେ ପରେ ଆସୁଛି ସୁପର ଏକ୍ସପ୍ରେସ ଓ୍ବେ'

Image source: India.com

ନୂଆଦିଲ୍ଲୀ,୨୮/୦୫: ଦେଶରେ ସଡ଼କ ନେଟୱାର୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାରି ଭିତରେ ନୂଆ ସରକାର ଗଠନ ପୂର୍ବରୁ ମଧ୍ୟ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ଏକ ନୂତନ ପ୍ରକଳ୍ପ ଆଣିଛି। ମନ୍ତ୍ରଣାଳୟ ଅନୁଯାୟୀ ୨୦୪୭ ସୁଦ୍ଧା ଭାରତରେ ସୁପର ଏକ୍ସପ୍ରେସୱେ ନିର୍ମାଣ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।  ଏହି ଯୋଜନା ଅଧୀନରେ ଦେଶର ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ଭାଗକୁ ଯାତ୍ରା କରିବା ପାଇଁ ଆକ୍ସେସ୍ କଣ୍ଟ୍ରୋଲ୍ ହାଇ ସ୍ପିଡ୍ କରିଡରର ଏକ ନେଟୱାର୍କ ସ୍ଥାପନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସୁପର ଏକ୍ସପ୍ରେସୱେରେ ଯାନବାହାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୨୦ କିଲୋମିଟର ହେବ। ଏହି ସୁପର ଏକ୍ସପ୍ରେସୱେରେ ଯାତ୍ରା କରୁଥିବା ଯାନଗୁଡିକ କୌଣସି ବାଧା ବିନା ଯାତ୍ରା କରିବାକୁ ସମର୍ଥ ହେବେ। ଯେଉଁଥିପାଇଁ ଗାଡିର ଇନ୍ଧନରେ ପ୍ରାୟ ୩୫ ରୁ ୪୦ ପ୍ରତିଶତ ସଞ୍ଚୟ ହେବାକୁ ଯାଉଛି। ଏଥି ସହିତ, ଏହି ନୂତନ ସୁପର ଏକ୍ସପ୍ରେସର ବିଶେଷତ୍ୱ ସ୍ବରୁପ ଏଥିରେ ଥିବା ଆକ୍ସେସ୍ କଣ୍ଟ୍ରୋଲ୍ କରିଡର ଟୋଲ୍ ପ୍ଲାଜା ମୁକ୍ତ ହେବ ଏବଂ ଏହା ସହିତ ଜିପିଏସ୍ ଅଧୀନରେ ଟୋଲ୍ ଟ୍ୟାକ୍ସ ସଂଗ୍ରହ କରାଯିବ।

ସଡ଼କ ଏବଂ ପରିବହନ ମନ୍ତ୍ରଣାଳୟର ଭିଜନ ୨୦୨୭ ଉପରେ ଆଧାର କରି ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଛି। ଏହା ଅଧୀନରେ ୪ ଲେନ, ୬ ଲେନ, ୮ ଲେନ ଏବଂ ୧୦ ଲେନ ଆକ୍ସେସ୍ କଣ୍ଟ୍ରୋଲ୍ ହାଇ ସ୍ପିଡ୍ କରିଡର ତଥା ସୁପର ଏକ୍ସପ୍ରେସୱେ ନିର୍ମାଣ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ସୁପର ଏକ୍ସପ୍ରେସୱେରେ ଗାଡି ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ଚାଲିବ। ହାଇ ସ୍ପିଡ୍ କରିଡରରେ ଯାନଗୁଡିକର ଗତି ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିବାକୁ ଥିବା ବେଳେ ଏକ୍ସପ୍ରେସୱେରେ ଯାନଗୁଡିକର ଗତି ଘଣ୍ଟା ପ୍ରତି ୯୦ ରୁ ୧୧୦ କିଲୋମିଟର ହେବ। 

ଏହି ସୁପର ଏକ୍ସପ୍ରେସୱେର ପ୍ରସ୍ଥ ପ୍ରାୟ ୯୦ ରୁ ୧୦୦ ମିଟର ହେବ ଏବଂ କରିଡରର ପ୍ରସ୍ତ ୬୫ ରୁ ୭୦ ମିଟର ହେବ। ଏହି ଏକ୍ସପ୍ରେସୱେ୍ର ଲାଭ ମୁଖ୍ୟତଃ ପାହାଡ଼ିଆ ରାଜ୍ୟମାନଙ୍କୁ ଦିଆଯିବ। ଯେଉଁଥିରେ ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତର-ପୂର୍ବ ଭାରତରେ ବାସ କରୁଥିବା ଲୋକଙ୍କ ଗମନାଗମନ ଭଲ ହେବାକୁ ଯାଊଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବର୍ତ୍ତମାନ ଦେଶରେ ଚାରି ହଜାର କିଲୋମିଟର ହାଇ ସ୍ପିଡ୍ କରିଡର ଥିବାବେଳେ ୬ ହଜାର କିଲୋମିଟର ନିର୍ମାଣ ଚାଲିଛି। ବର୍ତ୍ତମାନ ଲକ୍ଷ୍ୟ ହେଉଛି ଏହି ନୂତନ ସୁପର ଏକ୍ସପ୍ରେସୱେ ଅଧୀନରେ ନିର୍ମାଣ ହେବାକୁ ଥିବା ହାଇ ସ୍ପିଡ୍ କରିଡରକୁ ୨୦୨୭ ସୁଦ୍ଧା ୪୯ ହଜାର କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରିବା। ଏହାର ନିର୍ମାଣ ପାଇଁ ପ୍ରାୟ ୧୯ ଲକ୍ଷ କୋଟି ଟଙ୍କା ବିନିଯୋଗ ଆବଶ୍ୟକ ହେବ ବୋଲି ଆକଳନ କରାଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.