ସିଜେଆଇଙ୍କ ବଡ ଘୋଷଣା: ଆଜିଠାରୁ ଆଞ୍ଚଳିକ ଭାଷାରେ ୧,୦୯୧ ସୁପ୍ରିମକୋର୍ଟ ରାୟ କପି ମିଳିବ

ନୂଆଦିଲ୍ଲୀ ୨୬/୦୧: ଗଣତନ୍ତ୍ର ଦିବସରୁ କିଛି ଆଞ୍ଚଳିକ ଭାଷାରେ ସୁପ୍ରିମକୋର୍ଟଙ୍କ ରାୟର କପି ମିଳିବ ବୋଲି ବୁଧବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଘୋଷଣା କରିଛନ୍ତି । ବୁଧବାର ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ ସମ୍ମିଳିତ ହେବା ପରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଓକିଲମାନଙ୍କୁ କହିଥିଲେ ଯେ ଇଲେକ୍ଟ୍ରୋନିକ୍ ସୁପ୍ରିମକୋର୍ଟ ରିପୋର୍ଟସ (ଇ-ଏସ୍ସିଆର୍) ପ୍ରକଳ୍ପର କିଛି ଅଂଶକୁ କାର୍ଯ୍ୟକ୍ଷମ କରିଦିଆଯିବ । ଏହାଦ୍ୱାରା ଗୁରୁବାରଠାରୁ ମାଗଣାରେ କିଛି ଆଞ୍ଚଳିକ ଭାଷାରେ ସୁପ୍ରିମକୋର୍ଟ ରାୟ ଉପଲବ୍ଧ କରାଯିବ ।
ସେ କହିଛନ୍ତି, ସୁପ୍ରିମକୋର୍ଟରେ ଇ-ଏସ୍ସିଆର୍ ପ୍ରକଳ୍ପରେ ପାଖାପାଖି ୩୪,୦୦୦ ରାୟ ଓ ସହଜ ସର୍ଚ୍ଚ ସୁବିଧା ରହିଛି । ବର୍ତ୍ତମାନ ପ୍ରାୟ ୧,୦୯୧ ରାୟ ଆଞ୍ଚଳିକ ଭାଷାରେ ବି ରହିଛି, ଯାହାକୁ ଗୁରୁବାର ଠାରୁ ଉପଲବ୍ଧ କରାଯିବ । ତନ୍ମଧ୍ୟରୁ ଓଡ଼ିଆରେ ୨୧, ମରାଠୀରେ ୧୪, ଅହମିଆରେ ୪, କନ୍ନଡ଼ରେ ୧୭, ମାଲାୟଲମରେ ୨୯, ନେପାଳୀରେ ୩, ପଞ୍ଜାବୀରେ ୪, ତାମିଲରେ ୫୨, ତେଲୁଗୁରେ ୨୮ ଏବଂ ଉର୍ଦ୍ଦୁରେ ୩ଟି ରାୟ ରହିଛି ।