ପ୍ରମୁଖ ଖବର
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଆଗାମୀ ସିଜିନରେ ପୁଣି CSKକୁ ଫେରିବେ ସୁରେଶ ରୈନା! ଟ୍ବିଟ୍‌କୁ ନେଇ ଚର୍ଚ୍ଚା ଜୋରଦାର

ନୂଆଦିଲ୍ଲୀ ୩୧/ ୦୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ସିଜିନ ୨୦୨୨ରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିସାରିଛି ଗୁଜରାଟ ଟାଇଟନ୍ସ । ନୂଆ ଦଳ ଭାବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଇପିଏଲରେ ଏଣ୍ଟ୍ରି କରିଥିବା ଟିମ୍‌ ପାଣ୍ଡ୍ୟା ଆରମ୍ଭରୁ ହିଁ ସମସ୍ତଙ୍କୁ ଚକିତ କରିଥିଲା । ପ୍ରଭାବୀ ପ୍ରଦର୍ଶନ କରି ଦଳ ଟାଇଟଲ୍‌ ହାସଲ କରିଛି । ଅନ୍ୟପଟେ ପ୍ରତିବର୍ଷ ପ୍ଲେ ଅଫ୍‌ରେ ଦବଦବା ଦେଖାଉଥିବା ଚେନ୍ନାଇ ସୁପର୍‌ କିଙ୍ଗସ୍‌ କିନ୍ତୁ ୯ମ ସ୍ଥାନରେ ରହି ନିଜ ଅଭିଯାନ ଶେଷ କରିଛି ।

ଚଳିତ ସିଜିନରେ ଷ୍ଟାର ବ୍ୟାଟର୍‌ ସୁରେଶ ରୈନାଙ୍କୁ ରିଟେନ୍‌ କରିନଥିଲା ଚେନ୍ନାଇ ସୁପର୍‌ କିଙ୍ଗସ୍‌ । ମେଗା ଅକ୍ସନକୁ ରୈନାଙ୍କ ନାଁ ଆସିଥିଲେ ମଧ୍ୟ ସିଏସ୍‌କେ କିଣିନଥିଲା । ଅନ୍ୟ କୌଣସି ଫ୍ରାଞ୍ଚାଇଜ୍‌ ମଧ୍ୟ ସୁରେଶ ରୈନାଙ୍କୁ କିଣିନଥିଲେ । ଫଳରେ ସିଜିନ୍‌ ୨୦୨୨ରେ ଅନସୋଲ୍ଡ ରହିଥିଲେ ମିଷ୍ଟର ଆଇପିଏଲ । କିନ୍ତୁ କମେଣ୍ଟ୍ରି ବକ୍ସରେ ରୈନା ନଜର ଆସିଥିଲେ । ତେବେ ଆସନ୍ତା ବର୍ଷ ପୁଣି ଥରେ ସେ ଚେନ୍ନାଇକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

{"id":422744,"width":732,"height":802,"sizeSlug":"full","linkDestination":"none"}

ମେ ୩୦ ତାରିଖରେ ସୁରେଶ ରୈନାଙ୍କ ୨୦୧୪ ଆଇପିଏଲର ଏକ ସ୍ମରଣୀୟ ଇନିଂସର ଫଟୋ ନିଜ ଟ୍ବିଟର୍‌ ହ୍ୟାଣ୍ଡେଲରେ ସେୟାର କରିଛି ଚେନ୍ନାଇ ସୁପର୍‌ କିଙ୍ଗସ୍‌ । ଆଇପିଏଲ ୨୦୧୪ର ଦ୍ବିତୀୟ କ୍ୟାଲିଫାୟର ମ୍ୟାଚରେ କିଙ୍ଗସ୍‌ ଇଲେଭେନ ପଞ୍ଜାବ ଏବଂ ଚେନ୍ନାଇ ସୁପର୍‌ କିଙ୍ଗସ ମଧ୍ୟ ମ୍ୟାଚ୍‌ ଖେଳାଯାଇଥିଲା । ଯେଉଁଥିରେ ଧମାକାଦାର ବ୍ୟାଟିଂ କରି ମାତ୍ର ୨୫ ବଲରୁ ୮୭ରନର ବିଶାଳ ଇନିଂସ ଖଷଳିଥଇଲେ ଚିନ୍ନା ଥାଲ୍ଲା (ସୁରେଶ ରୈନା) । ଆଗାମୀ ସିଜିନରେ ରୈନା ଦଳକୁ ପ୍ରତ୍ୟାବର୍ତ୍ତନ କରୁଥିବା ନେଇ ମଧ୍ୟ ଏବେ ଠାରୁ ଚର୍ଚ୍ଚା ହେଲାଣି । ଏହାକୁ ନେଇ ସିଏସକେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସିଏସକେର ଟ୍ବିଟ୍‌ ପରେପରେ ସୁରେଶ ରୈନା ମଧ୍ୟ ଗୋଟିଏ ଟ୍ବିଟ୍‌ କରିଛନ୍ତି । ଯେଉଁଥିରେ ସେ କିଛି ଇସାରା ଦେଇନାହାନ୍ତି ସତ ଚେନ୍ନାଇ ତାଙ୍କୁ ପୁଣି ଫୋନ କରୁ ବୋଲି ଏକ ଇମୋଜିଟିକ୍‌ ଟ୍ବିଟ୍‌ କରିଛନ୍ତି ରୈନା।

{"id":422745,"width":718,"height":797,"sizeSlug":"full","linkDestination":"none"}
{"id":422747,"width":773,"height":752,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.