PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ପଡିଆରେ ବୋଲରଙ୍କ ନିଦ ହଜାଉଛନ୍ତି ସୂର୍ଯ୍ୟକୁମାର ଯାଦବ, ଛକା ବର୍ଷାରେ କଲେ ବିଶ୍ବ ରେକର୍ଡ

ନୂଆଦିଲ୍ଲୀ ୨୯/ ୦୯: ଟିମ୍‌ ଇଣ୍ଡିଆ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବଙ୍କ ଜଲଓ୍ବା ଏବେ ପଡିଆରେ ବୋଲରଙ୍କ ନିଦ ହଜାଉଛି । ସେ ପେସର୍‌ ହୁଅନ୍ତୁ କିମ୍ବା ସ୍ପିନର୍ ପଡିଆର ଚତୁର୍ଦିଗକୁ ରନ୍‌ ବର୍ଷା କରିବାରେ ଆଦୌ କୁଣ୍ଠାବୋଧ କରନ୍ତନି ସ୍କାଏ । ଚଳିତ ବର୍ଷ ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଅଛନ୍ତି ସୂର୍ଯ୍ୟକୁମାର । ସାମ୍ନା ଟିମ୍‌ ବୋଲରଙ୍କ ଧଜିଆ ଉଡାଇ ଏକାକି ମ୍ୟାଚ୍‌ ଜିତାଉଛନ୍ତି ସେ । ଅବଶ୍ୟ ଦଳରେ ବିଳମ୍ବରେ ସୁଯୋଗ ପାଇଲେ ତଥାପି ଚମତ୍କାର ବ୍ୟାଟିଂ ଏବଂ ନିଆରା ବ୍ୟାଟିଂ ଶୈଳୀ ପାଇଁ ଏବେ ସମସ୍ତଙ୍କ ଫେଭରିଟ୍‌ ସୂର୍ଯ୍ୟକୁମାର ଯାଦବ ।

ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ମୁକାବିଲାରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ପୁଣି ନିଜ ବ୍ୟାଟିଂ ପାରଦର୍ଶିତା ଦେଖାଇଛନ୍ତି ସୂର୍ଯ୍ୟ । ଏହା ସହିତ ଆଉ ଏକ ବିଶ୍ବ ରେକର୍ଡ ନିଜ ନାଁ ରେ କରିଛନ୍ତି ସ୍କାଏ । ଛକା ବର୍ଷା କରିବାରେ ଚଳିତ ବର୍ଷ ନୂଆ କୀର୍ତ୍ତିମାନ ରଚିଛନ୍ତି । ଅର୍ଥାତ କ୍ରିକେଟର ଗୋଟିଏ ସିଜିନରେ ସର୍ବାଧିକ ଛକା ମାରିବାରେ ବିଶ୍ବ ରେକର୍ଡ କରିଛନ୍ତି ସୂର୍ଯ୍ୟକୁମାର ଯାଦବ ।

୨୦୨୨ରେ ବର୍ତ୍ତମାନ ସୁଦ୍ଧା ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ ୪୫ଟି ଛକା ମାରିସାରିଲେଣି ସୂର୍ଯ୍ୟକୁମାର । ପୂର୍ବରୁ ଏହି ରେକର୍ଡ ଥିଲା ପାକିସ୍ତାନର ମହମ୍ମଦ ରିଜଓ୍ବାନଙ୍କ ନାଁ ରେ । ରିଜଓ୍ବାନ ମୋଟ ୪୨ଟି ଛକା ମାରିଥିଲେ । ୨୦୨୧ରେ ନ୍ୟୁଜିଲାଣ୍ଡର ମାର୍ଟିନ୍‌ ଗପଟିଲ ୪୧ଟି ଛକା ମାରିଥିଲେ । ତେବେ ସୂର୍ଯ୍ୟକୁମାର ଆହୁରି ମଧ୍ୟ ଆଗକୁ ବଢିପାରନ୍ତି । କାରଣ ଆଗକୁ ଟି-୨୦ ବିଶ୍ବକପ ହେବ । ଏହା ପରେ ବି ଭାରତ କିଛି ଦ୍ବିପାକ୍ଷିକ ସିରିଜ୍‌ ଖେଳିବ । ସୂର୍ଯ୍ୟକୁମାର ଯାଦବ ଚଳିତ ବର୍ଷ ଟି-୨୦ ଫର୍ମାଟରେ ମୋଟ ୨୧ଟି ମ୍ୟାଚ୍‌ ଖେଳି ୪୫ଟି ଛକା ମାରିଛନ୍ତି ।

ସମ୍ବନ୍ଧିତ ଖବର