PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ
  • ||
  • ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର
  • ||
  • କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାମରାନ ଆକମଲ, ୨୦୧୭ ପରଠୁ ମିଳୁନଥିଲା ସୁଯୋଗ
  • ||
  • ତୁର୍କୀରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫ ହଜାର ପାର୍
  • ||
  • କଟକ: କଟକରେ ଜିଏସ୍‌ଟି ରେଡ୍, ଲିଙ୍ଗରୋଡ୍‌ରେ ଥିବା ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ଚଢ଼ଉ ଜାରି
  • ||
  • ଭୁବନେଶ୍ୱର: ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ, ଆଫିସିଆଲ ୱେବସାଇଟ୍‌ରେ ଜାଣିପାରିବେ ଫଳ
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକ ଲାଗି, ଦର୍ଶନ କଟକଣା
  • ||
  • ଭୁବନେଶ୍ୱର: ଦେଖୁଦେଖୁ ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ
  • ||
  • ଜଗତସିଂହପୁର : ତିର୍ତ୍ତୋଲ୍‌ ବିଧାୟକଙ୍କ ପ୍ରେମ-ପ୍ରତାରଣା ମାମଲା: ୭ ଘଣ୍ଟା ଧରି ସୋମାଲିକାଙ୍କ ବୟାନ ରେକର୍ଡ, ବିଜୟ ଶଙ୍କର ନିରବ…
  • ||
  • ଭୁବନେଶ୍ୱର : ଅଧିକ ଚିକିତ୍ସା ଲାଗି ଆଜି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ
  • ||
  • ଭୁବନେଶ୍ୱର : ଆରମ୍ଭ ହେଲା ଭାଲେଣ୍ଟାଇନ୍‌ ସପ୍ତାହ, ଗୋଲାପ ମହକରୁ ଆରମ୍ଭ ହେବ ପ୍ରେମ
  • ||
  • ଭୁବନେଶ୍ୱର : ରାଜ୍ୟରେ କଲବଲ କରିବ ଖରା, ରାତି ତାପମାତ୍ରା ଆହୁରି ବଢ଼ିବ: ଉପକୂଳରେ ୩ଡିଗ୍ରୀ ବଢ଼ିବ
  • ||

ସୂର୍ଯ୍ୟକୁମାର ଯାଦବ ୨୦୨୨ର ଶ୍ରେଷ୍ଠ ଟ୍ବେଣ୍ଟି ଟ୍ବେଣ୍ଟି କ୍ରିକେଟର୍, ଦମଦାର ପ୍ରଦର୍ଶନ ଯୋଗୁ ସମ୍ମାନିତ କଲା ICC

ନୂଆଦିଲ୍ଲୀ ୨୫/ ୦୧: ଟିମ୍‌ ଇଣ୍ଡିଆ ଷ୍ଟାର ସୂର୍ଯ୍ୟକୁମାର ଯାଦବ ସମ୍ପ୍ରତି ବିଶ୍ବର ନମ୍ବର ଓ୍ବାନ୍ ଟ୍ବେଣ୍ଟି ଟ୍ବେଣ୍ଟି ବ୍ୟାଟର୍‌ । ୨୦୨୨ରେ ସେ ଖେଳିଥିବା କେତୋଟି ଅବିସ୍ମରଣୀୟ ଇନିଂସ ତାଙ୍କୁ ବିଶ୍ବର ଦୁର୍ଦ୍ଦଶ ବ୍ୟାଟର୍‌ ଆଖ୍ୟା ଦେଇଛି । ପଡିଆ ମଧ୍ୟରେ ଯେକୌଣସି ବୋଲର ହୁଅନ୍ତୁ ନା କାହିଁକି ପଡିଆର ଚତୁର୍ଦିଗକୁ ବଡ ବଡ ସଟ୍‌ ଖେଳିବାରୁ ତ୍ରାହି ଦିଅନ୍ତିନି ସ୍କାଏ । ଯାହାର ପୁରସ୍କାର ଆଇସିସି ତାଙ୍କୁ ଦେଇଛି । ସୂର୍ଯ୍ୟକୁମାର ଯାଦବଙ୍କୁ ବର୍ଷ ୨୦୨୨ ପାଇଁ ଶ୍ରେଷ୍ଠ ଟି-୨୦ କ୍ରିକେଟର ଭାବେ ସମ୍ମାନୀତ କରିଛି ICC ।

୨୦୨୨ରେ ରେକର୍ଡ ପରେ ରେକର୍ଡର ପର୍ବତ ଛିଡା କରିଛନ୍ତି ସୂର୍ଯ୍ୟକୁମାର ଯାଦବ । କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ୍ ଟି-୨୦ରେ ଗୋଟିଏ ବର୍ଷ ମଧ୍ୟରେ ୧୦୦୦ ରନ ପୂରଣ କରିବାରେ ସୂର୍ଯ୍ୟକୁମାର ଦ୍ବିତୀୟ କ୍ରିକେଟର । ଗତ ବର୍ଷ ସେ ୧୮୭.୪୩ ଷ୍ଟ୍ରାଇକ୍‌ ରେଟ୍‌ରେ ମୋଟ ୧୧୬୪ ରନ କରିଛନ୍ତି । ଅନ୍ୟ କ୍ରିକେଟରମାନଙ୍କ ତୁଳନାରେ ସୂର୍ଯ୍ୟଙ୍କ ପାଇଁ ବର୍ଷ ୨୦୨୨ ଥିଲା ସର୍ବଶ୍ରେଷ୍ଠ ବର୍ଷ ।

ପଢନ୍ତୁ ଏହି ଖବର: ଦିନିକିଆ କ୍ରିକେଟ୍‌ରେ ନୂଆ ବୋଲିଂ ବାଦଶାହ, ICC ରାଙ୍କିଂ ଶୀର୍ଷରେ ମହମ୍ମଦ ସିରାଜ

ଗତବର୍ଷ ସୂର୍ଯ୍ୟକୁମାର ଯାଦବ ମୋଟ ୩୧ଟି ମ୍ୟାଚ୍‌ ଖେଳିଥିବା ବେଳେ ୧୧୬୪ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୨ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ରହିଛି ଓ ୬୮ଟି ବିଶାଳ ଛକା ସାମିଲ ଅଛି । ଯେଉଁଥି ପାଇଁକି ବର୍ଷର ଶ୍ରେଷ୍ଠ ଟ୍ବେଣ୍ଟି ଟ୍ବେଣ୍ଟି କ୍ରିକେଟର ଭାବେ ସୂର୍ଯ୍ୟକୁମାର ଯାଦବଙ୍କୁ ଚୟନ କରିଛି ଆଇସିସି ।

ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ସୁଦ୍ଧା ମୋଟ ୪୫ଟି ଟି-୨୦ ଖେଳିଥିବା ବେଳେ ମୋଟ ୧୫୭୮ ରନ୍‌ କରିଛନ୍ତି । ସେଥିରେ ୩ଟି ଶତକ ଏବଂ ୧୩ଟି ଅର୍ଦ୍ଧଶତକ ରହିିଛି । ଟ୍ବେଣ୍ଟି ଟ୍ବେଣ୍ଟି ତାଙ୍କର ସର୍ବାଧିକ ସ୍କୋର ୧୧୭ ରହିଛି ।

ସୂର୍ଯ୍ୟକୁମାର ଯାଦବଙ୍କ ଅନ୍ତର୍ଜାତୀୟ ଟି-୨୦ ରେକର୍ଡ
୪୫ ମ୍ୟାଚ୍‌ରେ ୪୩ ଇନିଂସ ଖେଳିଛନ୍ତି।
୧୫୭୮. ରନ୍‌, ଷ୍ଟ୍ରାଇକ୍ ରେଟ୍ ୪.୧ ହାରାହାରି ରେଟ୍
୧୮୦.୩ ଷ୍ଟ୍ରାଇକ୍‌ ରେଟ୍, ୩ ଶତକ
୪୨ ଚୌକ, ୯୨ ଛକ୍କା

ଟି-୨୦ରେ ସୂର୍ଯ୍ୟଙ୍କ ସର୍ବଶ୍ରେଷ୍ଠ ସ୍କୋର୍-
୧୧୭ ବନାମ ଇଂଲଣ୍ଡ ୨୦୨୨
୧୧୨ ବନାମ ଶ୍ରୀଲଙ୍କା ୨୦୨୩
୧୧୧ ବନାମ ନ୍ୟୁଜିଲାଣ୍ଡ ୨୦୨୨