ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ମୃତ୍ୟୁ ପରେ ବି ଆଜି ବି ସୁଶାନ୍ତଙ୍କ ସହ କଥା ହୁଅନ୍ତି ଭଉଣୀ ଶ୍ବେତା, କହିଲେ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା

ନୂଆଦିଲ୍ଲୀ,୨୦।୨:  ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ଶ୍ବେତାଙ୍କ ଅଧିକାଂଶ ସମୟ ସାଧନାରେ ବିତୁଛି। ସେ ନିଜ ଭାଇକୁ ହରାଇବାର ଦୁଃଖକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେଥିପାଇଁ ସେ ମେଡିଟେସନ୍‌ର ସାହାରା ନେଇଛନ୍ତି। ଶ୍ବେତା କହିଛନ୍ତି, ସୁଶାନ୍ତ ଖୁବ୍ ସୁନ୍ଦର ଓ ଶକ୍ତିଶାଳୀ ଆତ୍ମା। ଯେତେବେଳେ ଚାହିଁଛି ସେତେବେଳେ ତାଙ୍କ ଆତ୍ମାକୁ ଅନୁଭବ କରିପାରିଛି। ଏଭଳି କିଛି ଘଟଣା ସମ୍ପର୍କରେ ମଧ୍ୟ ଶ୍ବେତା ଆଲୋଚନା କରିଛନ୍ତି।  ସେ କହିଛନ୍ତି, ସୁଶାନ୍ତଙ୍କୁ ମୁଁ କୈଳାଶରେ ଦେଖିଛି। ଏହା ସହିତ ମୃତ୍ୟର ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କର ଆତ୍ମ ଖୁବ୍ ଅସନ୍ତୁଷ୍ଟ ଥିଲା।

ଶ୍ବେତା ‘ପେନ୍‌’ (Pain )ନାମକ ଏକ ବହି ଲେଖିଛନ୍ତି। ଏଥିରେ ନିଜର ସାଧନା ଓ ଭକ୍ତିର ଅନୁଭବ ସେ ସେୟାର କରିଛନ୍ତି, ଯାହାଫଳରେ କେହି ନିଜର ଆତ୍ମୀୟଙ୍କୁ ହରାଇଥିବା ଦୁଃଖକୁ ସହି ପାରିବ। ପ୍ରୀତିକା ରାଓ ପଡକାଷ୍ଟରେ ସୁଶାନ୍ତ ବିଷୟରେ ବହୁତ କିଛି କଥା ସେୟାର କରିଛନ୍ତି ଶ୍ବେତା।  ସେ ଖୁସି ହୋଇ କହିଛନ୍ତି, ତାଙ୍କ ଭାଇ ଏବେ କୈଳାଶରେ ଅଛନ୍ତି। କୈଳାଶ ଭଗବାନ ଶିବଙ୍କର ସ୍ଥାନ। ସେଠାରେ ସୁଶାନ୍ତ ବହୁତ ଖୁସିରେ ଅଛନ୍ତି। ଯଦିଓ ସେଠାକୁ କେବେ ଶ୍ବେତା ଯାଇ ନାହାନ୍ତି କିନ୍ତୁ ଭିଜନରେ ସୁଶାନ୍ତ ତାଙ୍କୁ କୈଳାଶରେ ଥିବାର ଲାଗୁଛି।ସେ ଭଗବାନ ଶିବଙ୍କ ସହ ଅଛନ୍ତି, ଖୁସି ଅଛନ୍ତି । ଏବେ ବି ସେ ସବୁ କିଛି ଦେଖୁଛନ୍ତି। ସୁଶାନ୍ତ ସମସ୍ତଙ୍କ ପାଇଁ ପଜିଟିଭ ଏନର୍ଜି ପଠାଉଛନ୍ତି।’

ସୁଶାନ୍ତଙ୍କ ମୃତ୍ୟୁର ଦେଢ ବର୍ଷ ପରର ଏକ ଘଟଣା ଶ୍ବେତା ସେୟାର କରିଛନ୍ତି। ସେ କହିଛନ୍ତି, ଥରେ ମୋ ଇୟରପଡସ୍‌କୁ କେଉଁଠି ରଖି ମୁଁ ଭୁଲି ଯାଇଥିଲା। ସବୁ ଜାଗାରେ ଖୋଜିଥିଲି, କିନ୍ତୁ କେଉଁଠି ମିଳିନଥିଲା। ହେଲେ ଥରେ ମୋତେ ଲାଗିଲା ମୋ ଭାଇ ମୋ କାନରେ କହୁଛି ଝରକାର ପରଦା ପଛରେ ଇୟର ପଡସ୍‌ ରହିଛି। ମୁଁ ଯେତେବେଳେ ଖୋଜିଥିଲି ମୋତେ ମିଳିଗଲା। ସେତେବଳେ ମୁଁ ଡରି ଯାଇଥିଲା ଓ ପଚାରିଥିଲି ଏହା କିଛି ଡରିବା ଭଳି ନୁହେଁ ଭାଇ ? ମୁଁ ତୁମକୁ ଶୁଣିପାରେ, ଅନୁଭବ କରିପାରେ, ସେତେବେଳେ ଭାଇ କହିଥିଲା ନାଁ ମୁଁ ଶାରିରୀକ ରୂପରେ ନାହିଁ, କିନ୍ତୁ ମୁଁ ତୁମ ସହ ଯୋଡି ହୋଇ ରହିପାରିବି ଓ କଥା ମଧ୍ୟ ହୋଇ ପାରିବି। କେବଳ ସେତିକି ନୁହେଁ ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ଅନେକ ଥର ତାଙ୍କ ଆତ୍ମା ସହ କଥା ହୋଇଥିବା କଥା ଶ୍ବେତା କହିଛନ୍ତି। ଉଲ୍ଲେଖନୀୟ ଯେ, ୧୪ ଜୁନ୍ ୨୦୨୦ରେ ସୁଶାନ୍ତ ସିଂ ରାଜପୁତ ନିଜ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଏ । ହେଲେ ତାଙ୍କ ପରିବାର ଲୋକ କିନ୍ତୁ ଏହାକୁ ହତ୍ୟା ବୋଲି କହିଥିଲେ । ଆଜି ପର୍ଯ୍ୟନ୍ତ ମାମଲା ବିଚାରଧୀନ ରହିଛି । ତେବେ ତାଙ୍କ ମୃତ୍ୟୁ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.