PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ଝାଳର ଦୁର୍ଗନ୍ଧ ପାଇଁ ଦାୟୀ ନୁହେଁ ବ୍ୟାକ୍ଟେରିଆ

ଭୁବନେଶ୍ଵର, ୯/୧୨ : ଯଦି ଆପଣଙ୍କ ଝାଳର ଦୁର୍ଗନ୍ଧକୁ ନେଇ ଚିନ୍ତାରେ ରହୁଥାନ୍ତି । ତେବେ ଏହା ପଛରେ ଥିବା କାରଣ ବିଷୟରେ ଜାଣିବା ଆପଣଙ୍କ ଦାୟିତ୍ୱ । ପ୍ରାୟ ସମସ୍ତଙ୍କ ଦେହରୁ ଝାଳ ବାହାରିଥାଏ । ଶରୀରର ତାପମାତ୍ରା ବଜାୟ ରଖିବା ପାଇଁ ଝାଳ ବାହାରିଥାଏ । ଯେତେବେଳେ ଶରୀରର ତାପମାତ୍ରା ବଢିଯାଏ, ସେତେବେଳେ ସ୍ୱେଦ ଗ୍ରନ୍ଥି ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ କରିବା ପାଇଁ ସକ୍ରିୟ ହୋଇଉଠେ । ଝାଳ ଆସିବା ପରେ ଶରୀରର ତାପମାତ୍ରା ସାମାନ୍ୟ ହୋଇଥାଏ । କିନ୍ତୁ ଯଦି ଏହି ଝାଳ ଦୁର୍ଗନ୍ଧ ହେଉଥାଏ । ତେବେ ଏହାର କାରଣ ଜାଣିବା ଆବଶ୍ୟକ । କିଛି ଲୋକଙ୍କର ଧାରଣା ରହିଛି ଯେ ଝାଳ ଆସିବାର କାରଣ ହେଉଛି ବ୍ୟାକ୍ଟେରିଆ । ଅବଶ୍ୟ ଏହା ସତ । ଏହାବ୍ୟତୀତ ମଧ୍ୟ ଅନେକ କାରଣ ରହିଛି, ଯାହା ଝାଳରୁ ଦୁର୍ଗନ୍ଧ ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ଏହି କାରଣ ଗୁଡ଼ିକ ବିଷୟରେ…

ଷ୍ଟ୍ରେସ୍‌ ଯୋଗୁ ଦୁର୍ଗନ୍ଧ-

ଝାଳରୁ ଦୁର୍ଗନ୍ଧ ଆସିବାର ପ୍ରମୁଖ କାରଣ ଷ୍ଟ୍ରେସ୍‌ । ଷ୍ଟ୍ରେସ୍‌ ଓ ଆଗ୍‌ଜାଇଟି ହେବା ଦ୍ୱାରା ବ୍ୟକ୍ତିଠାରେ ଅଧିକ ଝାଳ ଆସିଥାଏ । ଆଉ ସେହି ଝାଳରୁ ଦୁର୍ଗନ୍ଧ ମଧ୍ୟ ବାହାରିଥାଏ । ଏହି ସ୍ଥିତିରେ ଷ୍ଟ୍ରେସ୍‌ ମ୍ୟାନେଜ୍‌ କରିବା ଆବଶ୍ୟକ ।

ମଧୁମେହ-

ଯେଉଁ ଲୋକଙ୍କଠାରେ ମଧୁମେହ ସମସ୍ୟା ଥାଏ, ସେମାନଙ୍କ ପରିସ୍ରା ଓ ଝାଳରୁ ଦୁର୍ଗନ୍ଧ ଆସିବା ସ୍ୱାଭାବିକ । ମଧୁମେହ ହେବା ପରେ ବ୍ୟକ୍ତି ଶରୀରରେ ପର୍ଯ୍ୟାପ୍ତ ମାତ୍ରାର ଇନ୍‌ସୁଲିନ୍‌ କ୍ଷରଣ ହୋଇ ନଥାଏ କିମ୍ବା ତାହା ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ ହୋଇ ନଥାଏ । ତେଣୁ ଉଚ୍ଚ ରକ୍ତଚାପ ସମସ୍ୟା ହୋଇଥାଏ । ଫଳରେ ଶରୀରରେ କିଛି ପରିବର୍ତ୍ତନ ଆସିବା ସହ ଶରୀରରୁ ଦୁର୍ଗନ୍ଧ ଆସିଥାଏ ।

ଖାଦ୍ୟପାନୀୟରେ ପରିବର୍ତ୍ତନ-

ଖାଦ୍ୟପାନୀୟରେ ପରିବର୍ତ୍ତନ ସାରା ଶରୀର ଉପରେ ପ୍ରଭାବ ପକାଇଥାଏ । ହୁଏତ କେବେ କେବେ ଆପଣ ଅଧିକ ମସଲାଦାର ଖାଦ୍ୟ ଖାଇବା ଓ ଅନ୍ୟ କିଛି ଖାଦ୍ୟ ଯୋଗୁ ଝାଳରୁ ଦୁର୍ଗନ୍ଧ ଆସିଥାଏ ।

ଓଭର୍‌ ଆକ୍ଟିଭ୍‌ ଥାଇରଏଡ୍‌-

ଓଭର୍‌ ଆକ୍ଟିଭ୍‌ ଥାଇରଏଡ୍‌ ମଧ୍ୟ ଝାଳର ଦୁଗନ୍ଧ ପାଇଁ ଦାୟୀ ହୋଇଥାଏ । ଯଦି ଆପଣଙ୍କ ଥାଇରଏଡ୍‌ ଗ୍ଲାଣ୍ଡ୍‌ ଅଧିକ କାମ କରିଥାଏ, ତେବେ ବ୍ୟକ୍ତିଠାରେ ଅଧିକ ଝାଳ ଆସିବା ସହ ଦୁର୍ଗନ୍ଧ ହୋଇଥାଏ । ତେଣୁ ନିୟମିତ କରିବା ପାଇଁ ସୁସ୍ଥକର ଜୀବନଶୈଳୀ ସହ ଔଷଧ ନେବା ଆବଶ୍ୟକ ହୋଇଥାଏ ।