ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଶୀତରେ ଶରୀରକୁ ଉଷୁମ ରଖେ କନ୍ଦମୂଳ, ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଦିଏ ଅନେକ ଫାଇଦା

ନୂଆଦିଲ୍ଲୀ ୧୭/୧୧: କନ୍ଦମୂଳ ପୋଷକ ତତ୍ତ୍ୱରେ ଭରା । ଶୀତଦିନେ ଏହା ବଜାରରେ ମିଳିଥାଏ । ଏଥିରେ ବହୁ ମାତ୍ରାରେ ଫାଇବର, ପ୍ରୋଟିନ୍, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍ ସି ମିଳିଥାଏ । କନ୍ଦମୂଳ କେବଳ ଖାଇବାକୁ ବେଶ୍ ସ୍ୱାଦିଷ୍ଟ ନୁହେଁ, ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟକର । ଶୀତରେ ଶରୀରକୁ ହାଲ୍କା ଉଷୁମର ଆବଶ୍ୟକତା ରହିଥାଏ । କନ୍ଦମୂଳ ଶରୀରକୁ ଉଷୁମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାକୁ ସିଝାଇ ବା ପୋଡି ଖାଇପାରିବେ । କିନ୍ତୁ ମଧୁମେହ ରୋଗୀ ଏହାକୁ ଯେତେ କମ୍ ଖାଇବେ, ସେତେ ଭଲ । ଏଥିରେ ବହୁ ମାତ୍ରାରେ ଶର୍କରା ରହିଥାଏ । ତେଣୁ ଯଥାସମ୍ଭବ କମ୍ ଖାଇବା ଉଚିତ୍ ।

ପାଚନ ତନ୍ତ୍ରକୁ ସୁସ୍ଥ କରେ :

କନ୍ଦମୂଳ ଫାଇବରରେ ଭରା, ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । କନ୍ଦମୂଳ ଚାଟ୍ ଖାଇବା ଦ୍ୱାରା ଗ୍ୟାସ୍ ଏବଂ କବ୍ଚ ସମସ୍ୟା ହୋଇ ନଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବଢାଏ :

କନ୍ଦମୂଳ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଶରୀରର ଥକ୍କାପଣ ଓ ଦୁର୍ବଳତା କମ୍ ହୋଇଥାଏ । ଏଥିରେ ଥିବା ଭିଟାମିନ୍-ସି ଶରୀରକୁ ଦୀର୍ଘ ସମୟ ଯାଏ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଆଖିକୁ ସୁସ୍ଥ ରଖେ :

କନ୍ଦମୂଳ ଖାଇବା ଦ୍ୱାରା ଆଖି ଦୀର୍ଘ ଦିନଯାଏ ସୁସ୍ଥ ରହିଥାଏ । ଏଥିରେ ଥିବା ଭିଟା-କ୍ୟାରେଟିନ୍ ଆଖିକୁ ଦୀର୍ଘଦିନ ଯାଏ ସୁସ୍ଥ ରଖିଥାଏ । ସେହିପରି ଏହାକୁ ଖାଇବା ଦ୍ୱାରା ଆଖି ଜନିତ ସମସ୍ତ ସମସ୍ୟା ଆପେ ଆପେ ଦୂର ହୋଇଯାଇଥାଏ ।

ହୃଦୟକୁ ସୁସ୍ଥ କରେ :

ଏଥିରେ ଥିବା ପୋଟାସିୟମ୍ ହୃଦୟକୁ ସୁସ୍ଥ ରଖିବା ସହ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । ଏହା ହାଟ୍ ଷ୍ଟ୍ରୋକ୍ ଓ ଉଚ୍ଚ ରକ୍ତଚାପର ଆଶଙ୍କାକୁ କମ୍ କରିଥାଏ ।

ଓଜନ କମାଏ :

ଏଥିରେ ଥିବା ଫାଇବର ପେଟକୁ ଭରା ରଖିଥାଏ, ଫଳରେ ଭୋକ କମ୍ ଲାଗିଥାଏ । ଭୋକ ନିୟନ୍ତ୍ରିତ ହେବା ଫଳରେ ଓଜନ ବଢି ନଥାଏ ।


Copyright © 2022 - Summa Real Media Private Limited. All Rights Reserved.