ପ୍ରମୂଖ ଖବର
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ମୁହଁ ବି ହେବ ମିଠା ସ୍ୱାସ୍ଥ୍ୟ ରହିବ ଭଲ, ଜାଣନ୍ତୁ ଚିନିର ଏହି ବିକଳ୍ପ

ଏବେ ଲୋକ ମିଠା ଖାଇବା କଥା ଶୁଣିଲେ ଟିକିଏ ହଡ ବଡେଇ ଯାଉଛନ୍ତି । ଅନେକଙ୍କୁ କ୍ୟାଲୋରି କୋଲେଷ୍ଟରଲ  ଓ ଡାଇବେଟିସ୍‌(ମଧୁମେହ)ର ଚିନ୍ତା । ମାତ୍ର ଭାରତରେ କଥା କଥାରେ ମୁଁହ ମିଠା କରିବା ପାଇଁ କୁହାଯାଇଥାଏ ।

ଏପରି ଅନେକ ଜିନିଷ ରହିଛି ଯାହା ମିଠା ହେଲେ ବି ସ୍ୱାସ୍ଥ୍ୟ ପାଇଁ ଭଲ ଏହା ଚିନିର ବିକଳ୍ପ । ଏଥିରେ କ୍ୟାଲୋରି ବି କମ୍‌ । ଏହାକୁ ଚିନି ବଦଳରେ ବ୍ୟବହାର କରାଯାଇ ପାରିବ ।

{"id":35963,"align":"left","width":325,"height":244}
drudgesmaplesyrup

ଆପଣମାନେ ସୁଗାର ଟ୍ରି ବା ମାପେଲ ଗଛ କଥା ଶୁଣିଥିବେ ସାଧାରଣତଃ ଥଣ୍ଡା ଜଳବାୟୁରେ ଏହି ଗଛ ହୋଇଥାଏ । ମାପେଲ୍‌ ଗଛରୁ ମାପେଲ ସିରପ ତିଆରି କରାଯାଇଥାଏ । ଚିନିଠାରୁ ଏହା ବେଶ୍‌ କମ୍‌ କ୍ୟାଲୋରି ବିଶିଷ୍ଟ । ଚିନି ବଦଳରେ ଏହାକୁ ବ୍ୟବହାର କରାଯାଇଥାଏ । ଏଥିରେ ଆଣ୍ଟିଅକ୍ସିଡେଣ୍ଟର ମାତ୍ରା ବହୁତ । ଏଥିପାଇଁ ଅନେକ ସ୍ଥାନରେ ଏହାକୁ ବ୍ୟବହାର କରାଯାଏ।

{"id":35964,"align":"right","width":247,"height":169}
ମହୁ

ଚିନିର ଆଉ ଏକ ବିକଳ୍ପ ହେଉଛି ମହୁ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍‌  ବ ବୀଜାଣୁ ନିରୋଧିତତ୍ୱ ରହିଛି । ଏହା କୋଲେଷ୍ଟରଲକୁ ବି ନିୟନ୍ତ୍ରଣ ରେ ରଖିଥାଏ।  ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଓଜନ ନିୟନ୍ତ୍ରଣ ରଲେ ମୋଟାପଣ କମ୍‌ କରେ । ଶ୍ୱାସର ରୋଗ (ଆଜମା), ଆଲର୍ଜି, ଡାଇବେଟିସ୍‌ ନିଦ୍ରହୀନତା ସମସ୍ୟାକୁ ଦୂର କରିଥାଏ ।  ଏହାର ସ୍ୱତନ୍ତ୍ର ସ୍ୱାଦ ଯୋଗୁଁ ଚିନି ସ୍ଥାନରେ ଏହାକୁ ବେଶୀ ପସନ୍ଦ କରାଯାଇଥାଏ। ମାତ୍ର ମହୁକୁ ଏହାର ସଠିକ୍‌ ପରିମାଣରେ ବ୍ୟବହାର କରିବା ଆବଶ୍ୟକ ।

{"id":35968,"align":"center"}
ଖଜୁରୀ ଚିନି

ଖଜୁରୀର ସ୍ୱାଦ ବି ବେଶ୍‌ ଭଲ । ଏହା ଏକ ପ୍ରକାର ଭଲ ମିଠା  । ଚିନିର ବିକଳ୍ପ । ଖଜୁରୀରୁ ବି ଚିନି ପ୍ରସ୍ତୁତ କରାଯାଇଥାଏ। ଏହାର ଅନେକ ପୌଷ୍ଟିକ ଗୁଣ ରହିଛି ।  କେକ୍‌ ଓ ମିଠାରେ ଏହାର ପ୍ରୟୋଗ କରାଯାଇଥାଏ।

{"id":35965,"align":"left","width":237,"height":168}
ଗୁଡ

ଗୁଡକୁ ବି ଚିନିର ବିକଳ୍ପ ଭାବେ ବ୍ୟବହାର କରାଯାଏ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି । ମାତ୍ର ଏଥିରେ ଅଧିକ କ୍ୟାଲୋରୀ ରହିଛି । ଏହା ଫୁସ୍‌ଫୁସ୍‌କୁ ସୁସ୍ଥ ରଖିଥାଏ।

ନଡିଆରୁ ବି ଚିନି ପ୍ରସ୍ତୁତ କରାଯାଇଥାଏ । ଏହାକୁ ଚିନି ର ବିକଳ୍ପ ଭାବେ ବ୍ୟବହାର କରାଯାଏ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ , କ୍ୟାଲସିୟମ ,ଜିଙ୍କ ସହ ଅନେକ ପୃଷ୍ଟିକର ଖଣିଜ ଦ୍ରବ୍ୟ ରହିଛି ।

{"id":35966}
ନଡିଆ ଚିନି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.