ନୂଆଦିଲ୍ଲୀ, ୧୪/୧୨: ନେସ୍‌ଲେ ବିରୋଧରେ  ଭାରତରେ ହୋଇଥିବା  ଏକ ନ୍ୟାୟିକ ନିଷ୍ପତ୍ତି ପରେ ସୁଇଜର୍‌ଲାଣ୍ଡ ଭାରତକୁ  ଦେଇଥିବା ବହୁ ଅନୁଗୃହିତ  ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତାକୁ ପ୍ରତ୍ୟାହାର କରିନେଇଛି ।  ଏହି ପଦକ୍ଷେପ ଦ୍ୱାରା ୟୁରୋପୀୟ ଦେଶରେ କାରବାର କରୁଥିବା  ଭାରତୀୟ ସଂସ୍ଥାଗୁଡ଼ିକ ଉପରେ ଟିକସ ମାମଲାରେ ପ୍ରତିକୂଳ ପ୍ରଭାବ ପଡ଼ିବ । ଏହାସହିତ ୨୦୨୫ ଜାନୁଆରୀ ୧ରୁ ଭାରତୀୟ କମ୍ପାନିଗୁଡ଼ିକୁ  ସୁଇଜର୍‌ଲାଣ୍ଡ୍‌ରେ ଅର୍ଜିତ ଆୟ ଉପରେ ଅଧିକ ଟିକସ ଦେବାକୁ ହେବ ।