ନୂଆଦିଲ୍ଲୀ,୦୯/୦୬; ଗର୍ଜିଲା ଅର୍ଜୁନଙ୍କ ବ୍ୟାଚ୍ । ବୋଲିଂ ଘାଇଲା ହେଲେ ବ୍ୟାଟର । ୨୫ ବଲରେ ୫୦ । ୫ ଛକା, ୪ ଚୌକା ସହ ୬୬ ରନ୍ । ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପରଜାଏଣ୍ଟସ ସିଜିନ ତମାମ ବେଞ୍ଚରେ ବସାଇଥିଲା । କେବଳ ଶେଷ ମ୍ୟାଚ ଖେଳାଇଥଲା । ଯାହାର ଜବାବ ଦେଇଛନ୍ତି ଅର୍ଜୁନ ତେନ୍ଦୁଲକର । ଜୁନ୍ ୮ ତାରିଖରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅର୍ଜୁନ ତେନ୍ଦୁଲକରଙ୍କ ବିସ୍ଫୋରଣ ଦେଖିବାକୁ ମିଳିଛି । ତାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ତାଙ୍କ ବାପା ସଚିନ୍ ତେନ୍ଦୁଲକରଙ୍କ କଥା ମନେ ପକାଇ ଦେଇଥିଲା । ବଲ୍ ସହିତ ବ୍ୟାଟରଙ୍କୁ ଘାଇଲା କରିବା ସହିତ ବ୍ୟାଟରେ ବିସ୍ଫୋରଣ କରିଥିଲେ ଅର୍ଜୁନ । ମୁମ୍ବାଇ ଟି-ଟ୍ୱେଣ୍ଟି ଲିଗରେ ଅର୍ଜୁନ ତାଙ୍କ ଦଳ ARCS ଅନ୍ଧେରୀଙ୍କୁ ପାଇଁ ଏକ ଦମଦାର ବିଜୟ ଭେଟି ଦେଇଛନ୍ତି। ତିନି ଓଭରରେ ୩ଟି ୱିକେଟ ନେଇଥିଲେ । ବ୍ୟାଟିଂରେ ମାତ୍ର ୨୫ ବଲରେ ଅର୍ଦ୍ଧଶତକ ପୂରଣ କରି ମ୍ୟାଚ୍ର ଗତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଥିଲେ 

ବୋଲିଂରେ ଚମତ୍କାର- ବାନ୍ଦ୍ରା ବ୍ଲାଷ୍ଟର୍ସ ବିପକ୍ଷ ମ୍ୟାଚ୍ରେ, ଅନ୍ଧେରୀ ପ୍ରଥମେ ବୋଲିଂ କରି ପ୍ରତିପକ୍ଷ ଦଳକୁ ୨୦ ଓଭରରେ ୧୪୪/୯ରେ ସୀମିତ ରଖିଥିଲା। ଅର୍ଜୁନ ସବୁଠାରୁ ସଫଳ ବୋଲର ପ୍ରମାଣିତ ହୋଇଥିଲେ । ୩ ଓଭରରେ ମାତ୍ର ୧୧ ରନ ଦେଇ ୩ ୱିକେଟ୍ ନେଇଥିଲେ । ତାଙ୍କର ଘାତକ ବୋଲିଂ ବାନ୍ଦ୍ରା ବ୍ୟାଟରଙ୍କୁ ମୁକ୍ତ ଭାବରେ ଖେଳିବାରୁ ରୋକିଥିଲେ ।

ଅର୍ଜୁନଙ୍କ ବ୍ୟାଟିଂ ବିସ୍ଫୋରଣ- ବୋଲିଂ ପରେ ଅର୍ଜୁନଙ୍କ ବ୍ୟାଟ ଗର୍ଜିଥିଲା । ତୃତୀୟ ନମ୍ବରରେ ବ୍ୟାଟିଂ କରୁଥିବା ଅର୍ଜୁନ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ । ସେ ୩୪ ବଲରୁ ୬୬ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ଯେଉଁଥିରେ ୪ଟି ଚୌକା ଏବଂ ୫ଟି ଲମ୍ବା ଛକା ସାମିଲ ଥିଲା । ଅର୍ଜୁନ ମାତ୍ର ୨୫ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ଯାହା ଫଳରେ ତାଙ୍କ ଦଳ ୧୩.୫ ଓଭରରେ ୯ ୱିକେଟରେ ବିଜୟୀ ହୋଇଥିଲା । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଅର୍ଜୁନଙ୍କ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ଏହା ବି ପଢନ୍ତୁ...Manav Suthar Net Worth 2026: ମାନବ ସୂତାରଙ୍କୁ କେତେ ଟଙ୍କା ଦେଉଛି BCCI ?