ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ତାଲିବାନର ଆଉ ଏକ କଠୋର ନିଷ୍ପତ୍ତି : ଦାଢି ରଖି ନଥିବାରୁ ସିକ୍ୟୁରିଟି ଫୋର୍ସରୁ ୨୮୦ ଜଣଙ୍କୁ କଲା ବିଦା

କାବୁଲ : ମୁହଁରେ ଦାଢି ରଖି ନଥିବାରୁ ଚାକିରି ହରାଇବାକୁ ପଡ଼ିଲା। ଏମିତି ଘଟଣା ଆଫଗାନିସ୍ତାନରେ ଘଟିଛି। ଦାଢି ବଢାଇ ନଥିବାରୁ ସିକ୍ୟୁରିଟି ଫୋର୍ସର୨୮୦ରୁ ଅଧିକ ସଦସ୍ୟଙ୍କୁ ବହିଷ୍କାର କରି ଦିଆ ଯାଇଛି। ଏହାସହ ତାଲିବାନୀ ଶାସନ ପକ୍ଷରୁ ଅନୈତିକ କାର୍ଯ୍ୟର ଅଭିଯୋଗରେ ୧୩ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଅଫିସିଆଲି ସୂତ୍ରରୁ ଏହି ସୂଚନା ମିଳିଛି। 

ଏଥିରେ କୁହାଯାଇଛି କି , ତାଲିବାନର ନୈତିକତା ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଖରାପ ନିବାରଣ ଓ ସଦାଚାର ପ୍ରଚାର ମନ୍ତ୍ରଣାଳୟ , ନିଜର ବାର୍ଷିକ ରିପୋର୍ଟରେ କିଛି ତଥ୍ୟ ସେୟାର କରିଛି। ଏଥିରେ କୁହାଯାଇଛି , ଗିରଫ କରାଯାଇ ଥିବା ଲୋକଙ୍କ ମଧ୍ୟରେ ପାଖାପାଖି ଅଧା ଲୋକଙ୍କୁ ୨୪ ଘଣ୍ଟା ପରେ ଛାଡ଼ି ଦିଆ ଯାଇଛି। ହେଲେ , ଏଥିରେ ଏହା କୁହାଯାଇ ନାହିଁ କି ଏହି ଲୋକେ କେଉଁ ପ୍ରକାରର ଅପରାଧ କରିଥିଲେ ଏବଂ ଏଥିରେ କେତେ ସଂଖ୍ୟକ ମହିଳା ଓ ପୁରୁଷ ଅଛନ୍ତି। 

ମନ୍ତ୍ରଣାଳୟରେ ଯୋଜନା ଓ ଆଇନର ନିର୍ଦ୍ଦେଶକ ମୋହିବୁଲ୍ଲାହ ମୋଖଲିସ୍‌ ଏହାକୁ ନେଇ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ କହିଛନ୍ତି କି, ଅଧିକାରୀମାନେ ଗତ ବର୍ଷ ୨୧,୩୨୮ଟି ସଙ୍ଗୀତ ବାଦ୍ୟଯନ୍ତ୍ରକୁ ନଷ୍ଟ କରି ଦେଇ ଥିଲେ। ଏହାସହ ହଜାର ହଜାର କମ୍ପ୍ୟୁଟର ଅପରେଟରଙ୍କୁ ବଜାରରେ ଅନୈତିକ ଫିଲ୍ମ ବିକ୍ରି କରିବାକୁ ରୋକା ଯାଇଥିଲା। ସେ କହିଛନ୍ତି, ସୁରକ୍ଷା ବଳର ୨୮୧ ଜଣ ଏମିତି ସଦସ୍ୟଙ୍କର ଚିହ୍ନଟ କରାଯାଇଛି , ଯେଉଁମାନେ ଦାଢି ରଖି ନାହାନ୍ତି। ଏଥିରେ ଇସଲାମୀ ଆଇନର ପାଳନ ପୂର୍ବକ ସେମାନଙ୍କୁ ବହିଷ୍କାର କରିଦିଆ ଯାଇଛି। ଏହିପରି ଆଉ କିଛି ଆକ୍ସନ ମଧ୍ୟ ନିଆଯାଇଛି। 

ଉଲ୍ଲେଖନୀୟ ଯେ , ୨୦୨୧ରେ ତାଲିବାନ ଶାସନ ଆସିବା ପରେ ନୈତିକତା ମନ୍ତ୍ରଣାଳୟ, କାବୁଲରେ ମହିଳା ମନ୍ତ୍ରଣାଳୟ ପରିସରକୁ ନିଜ କବଜାକୁ ନେଇଥିଲା। ଏହାପରେ ମହିଳାଙ୍କ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଯାଇ ଥିଲା। ବ୍ୟକ୍ତିଗତ ସ୍ୱାଧୀନତାରେ ରୋକ୍‌ ଲାଗିଥିଲା। ମାନବାଧିକାର ସଙ୍ଗଠନ ଓ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଏହାକୁ ଖୁବ୍‌ ସମାଲୋଚନା କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.