ନୂଆଦିଲ୍ଲୀ,୯/୫ :  ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆସନ୍ତାକାଲି ଅପରାହ୍ନ ୩ଟା ୧୫ମିନିଟରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଭିକେ ପ୍ରମୁଖ ସି.ଜୋଶେଫ ବିଜୟ ।  ତିନି ବର୍ଷ ପୂର୍ବରୁ ହୋଇଥିବା ପାର୍ଟି ତାମିଲନାଡ଼ୁରେ ଏବେ ସରକାର ସମ୍ଭାଳିବ । ଲୋକଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଭେଟିବା ପରେ ସରକାର କରିବାର ଦାବି ଟିଭିକେ ତରଫରୁ କରାଯାଇଛି । ଏହି ସମୟରେ ସେ ରାଜ୍ୟପାଳଙ୍କୁ ଅନ୍ୟ ପାର୍ଟିର ସମର୍ଥନ ପତ୍ର ବି ଦେଇଥିଲେ । ମୁଖ୍ୟମନ୍ତ୍ରୀ ବିଜୟ ହେବେ । ସେହିଭଳି କ୍ୟାବିନେଟରେ ୯ ମନ୍ତ୍ରୀ ଶପଥ ନେବେ । ଏଥିରେ ୩ଜଣ କଂଗ୍ରେସର ଅଛନ୍ତି ।

ଏହି ମନ୍ତ୍ରୀଙ୍କ ମଧ୍ୟରେ ଟିଭିକେର ସୌଗେତିୟନ, ଉଦ୍ଧବ ଅର୍ଜୁନ, ଏନ ଆନନ୍ଦ, ଅରୁର ରାଜ, ନିର୍ମଳ କୁମାର ଏବଂ ରାଜମୋହନ ସାମିଲ ଅଛନ୍ତି । ତାଙ୍କ ବ୍ୟତୀତ ୩କଂଗ୍ରେସର ବିଧାୟକ ସାମିଲ ଅଛନ୍ତି।