PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ବଳିମାଝି ମନ୍ଦିରରୁ ଲୁଟ୍ ଯୋଜନା ବିଫଳ : ସ୍କୁଟି ସହ ଜଣେ ଚୋରକୁ କାବୁ କଲେ ଗ୍ରାମବାସୀ

ଟାଙ୍ଗୀ, ୨୪/୦୫ : ଟାଙ୍ଗୀ ଥାନା ଅଞ୍ଚଳରେ ଦିନକୁ ଦିନ ମନ୍ଦିରରୁ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପୋଲିସର ପାଟ୍ରୋଲିଂ ଅଭାବରୁ ଚୋରମାନେ ମନ୍ଦିରକୁ ଟାର୍ଗେଟ କରୁଛନ୍ତି। ଗତ କିଛି ଦିନର ବ୍ୟବଧାନରେ ମଙ୍ଗଳବାର ରାତିରେ ପୁଣି ଥରେ ବଳିମାଝି ମନ୍ଦିରରୁ ଲୁଟ୍ ଉଦ୍ୟମ ହୋଇଛି। ସ୍ଥାନୀୟ ଲୋକେ ରାତିରେ ଉଠି ପଡିବାରୁ ଲୁଟେରାମାନେ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଜଣେ ଲୁଟେରାକୁ ଗ୍ରାମବାସୀମାନେ କାବୁ କରିଛନ୍ତି।

ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ଟାଙ୍ଗୀ ଥାନା ଭଜାଗଡ ଗ୍ରାମରେ ଥିବା ବଳିମାଝୀ ମନ୍ଦିରରୁ ୪ ଜଣ ଲୁଟେରା ଲୁଟ୍ କରିବାକୁ ଯୋଜନା କରିଥିଲେ। ସ୍ଥାନୀୟ ଲୋକେ ରାତିରେ ଉଠି ପଡିବାରୁ ଲୁଟେରାମାନେ ଫେରାର ହୋଇଯାଇଥିଲେ। ତେବେ ଜଣେ ଚୋର ସହ ସ୍କୁଟିକୁ ଗ୍ରାମବାସୀ ଧରି ଟାଙ୍ଗୀ ପୋଲିସ ଜିମା ଦେଇଛନ୍ତି। ରାତିର ସୁଯୋଗ ନେଇ ୩ ଲୁଟେରା ଫେରାର ହୋଇଯାଇଛନ୍ତି। ଅଟକ ହୋଇଥିବା ଲୁଟେରା ହେଲେ ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧ ନୟାଗଡ ଗ୍ରାମର ଟୁଟୁ ମିଶ୍ର। ପୋଲିସ୍ ର ପାଟ୍ରୋଲିଂ ଅଭାବରୁ ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର