ପ୍ରମୂଖ ଖବର
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ମୋପେଡ ଚାଳନା ଶିଖାଇବାକୁ କହି ଛାତ୍ରୀଙ୍କୁ ନେଇ ଛୁ: ମଦ ପିଇ ରାସ୍ତାରେ ଗଡ଼ିଲେ ଟୁୟସନ୍ ଶିକ୍ଷକ

ପୁରୀ,13।1(ବୁୟରୋ): ସନ୍ଧ୍ୟା 6ଟା। ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ବାଟ ମଙ୍ଗଳା ନିକଟ ଅନ୍ଧାର ଭିତରେ ଅଟକିଲା ଏକ ମୋପେଡ। ମୋପେଡକୁ ରାସ୍ତା କଡରେ ଶୁଆଇ ଦେଇ ତଳେ ଶୋଇଗଲେ ଚାଳକ। ପଛରେ ବସିଥିଲେ ଜଣେ ଯୁବତୀ। କଇଁ କଇଁ ହୋଇ କାନ୍ଦୁଥିବାବେଳେ କିଛି ସମୟ ଅନ୍ତରରେ ଖାଲି କହୁଥିଲେ…ସାର୍ ଉଠନ୍ତୁ। କିଛି ସମୟ ଧରି ରାସ୍ତା କଡ଼ରେ ଛିଡା ହୋଇ ଯୁବତୀ ଚାଳକଙ୍କୁ ତଳୁ ଉଠାଇବାକୁ ଚେଷ୍ଟା କଲେ। ଚାଳକ ଉଠିଲେ କିନ୍ତୁ ପାଦ ବୋଲ ମାନୁ ନ ଥିବାବେଳେ କଥାରେ ବି ତାଳ ମେଳ ରହୁନଥିଲା। ଏପରିକି ପ୍ୟାଣ୍ଟରେ ପରିସ୍ରା ମଧ୍ୟ କରିପକାଇଥିଲେ ଚାଳକ।
ଠିକ୍ ସେହି ସମୟରେ ଘଟଣାସ୍ଥଳରେ ରୁଣ୍ଡ ହୋଇଗଲେ ଶତାଧିକ ଲୋକ। ଲୋକଙ୍କୁ ଦେଖି ଯୁବତୀ ଆତଙ୍କିତ। ଚି+।ର କରି କାନ୍ଦିବାବେଳେ ଚାଳକ ଜଣକ ଆଖି ବୁଜି ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ। ‘ଧନ କାନ୍ଦେନା, ଆମେ କିଛି ଭୁଲ୍ କରିନେ। ଖାଲି ଟିକେ ମାଲ୍ଟା ମାରିଦେଇଛି। ତେଣୁ ଫସିଗଲି।’ ଏହି ଘଟଣା ଶୁଣି ଲୋକେ ସବୁ ବୁଝିଗଲେ। ପୁଲିସକୁ ଖବର ଦିଆଗଲା। ପିସିଆର୍ ବି ପହଞ୍ଚିଗଲା। ଟୁୟସନ୍ ସାର୍ଙ୍କ ସହ ଯୁବତୀଙ୍କୁ ନେଇ ସଦର ଥାନା ଜିମା ଦେଲା ପୁଲିସ। ଏହାପରେ ଘଟଣା ପଛର ରହସ୍ୟ ଖୋଲିଥିଲା।
ଚାଳକ ଥିଲେ ଟୁୟସନ୍ ଶିକ୍ଷକ। ଯୁବତୀ ଥିଲେ ବାଲିପାଟଣା କଲେଜର ଃ3 ତୃତୀୟ ବର୍ଷର ଛାତ୍ରୀ। ଶିକ୍ଷକ ଟୁୟସନ୍ କରିବା ପାଇଁ ତାଙ୍କ ଘରକୁ ଯାଆନ୍ତି। କିଛି ଦିନ ତଳେ ଛାତ୍ରୀଙ୍କ ପାଇଁ ଏକ ମୋପେଡ କିଣାଯାଇଛି। ତେଣୁ ଛାତ୍ରୀଙ୍କୁ ମୋପେଡ ଚଳାଇବାର ଟ୍ରେନିଂ ଦେବେ ବୋଲି ପ୍ରସ୍ତାବ ଦେଇଥିଲେ ଶିକ୍ଷକ। ଏଥିରେ ଘରଲୋକ ରାଜି ହେବାରୁ ଉଭୟ ଘରୁ ଆସିଥିଲେ। କିନ୍ତୁ ଉଭୟ ଅଞ୍ଚଳ ଛାଡ଼ି ସିଧା ପୁରୀରେ ପହଞ୍ଚିଥିଲେ। ସମୁଦ୍ର କୂଳରେ ପହଞ୍ଚି ଟୁୟସନ୍ ସାର୍ କିଣିଥିଲେ ମଦ। ଏକ ରୁମ୍ ନେଇ ସାର୍ ପେଟଭର୍ତ୍ତି କରି ପିଇଥିଲେ। ଅପରାହ୍ନରେ ଘରକୁ ଫେରିବା ପାଇଁ ଉଭୟ ବାହାରିଥିଲେ। କିନ୍ତୁ ବାଟମଙ୍ଗଳା ଠାରେ ଆଉ ଯିବା ପାଇଁ ସକ୍ଷମ ହୋଇନଥିଲେ ସାର୍। ତେଣୁ ରାସ୍ତା ଉପରେ ଶୋଇପଡିଥିଲେ। ପୁଲିସ ଘଟଣା ସମ୍ପର୍କରେ ବୁଝିବା ପରେ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ଖବର ପାଇ ପରିବାର ଲୋକ ପହଞ୍ଚି ଉଭୟଙ୍କୁ ଘରକୁ ନେଇଥିଲେ। କିନ୍ତୁ କାଗଜପତ୍ର ଆଣି ନ ଥିବାରୁ ପୁଲିସ ମୋପେଡକୁ ଥାନାରେ ରଖିଛି। ପ୍ରମାଣ ଦେଖାଇ ନେବା ପାଇଁ କହିବା ସହ ସାର୍ଙ୍କ ସହ ଆଉ ନ ମିଶିବା ପାଇଁ ଛାତ୍ରୀଙ୍କୁ ଉପଦେଶ ଦେଇଛି ପୁଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.