ନୂଆଦିଲ୍ଲୀ,୨୪/୧୨: ଏବେ ଟେଲିକମ ଉପଭୋକ୍ତାଙ୍କ ଲାଗି ସ୍ପାମ୍‌ କଲ୍‌ ଏବଂ ମେସେଜ୍‌  ଚିନ୍ତାଜନକ ହୋଇଛି । ଏହାକୁ ରୋକିବାରେ  ଟେଲିକମ୍‌ କମ୍ପାନିଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା ।  ତେବେ ଏହା ଉପରେ ରୋକ ଲଗାଇବାକୁ ସକ୍ଷମ  ହୋଇନାହାନ୍ତି ଦେଶର ବିଭିନ୍ନ ଟେଲିକମ କମ୍ପାନି ।  ଏହାକୁ ନେଇ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିଛି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ  (ଟ୍ରାଇ) । କମ୍ପାନିଗୁଡିକ ଉପରେ ଲାଗିଛି ୧୪୧  କୋଟିର ଜରିମାନା ।  

ଇକୋନୋମିକ ଟାଇମ୍ସ ପକ୍ଷରୁ ଜାରି ଏକ  ରିପୋର୍ଟରେ ଏ ନେଇ ଦାବି କରାଯାଇଛି । ୪  ବଡ଼ କମ୍ପାନି ବାଦ ଅନେକ ଛୋଟ ଟେଲିକମ ଅପରେଟରଙ୍କ ଉପରେ ମଧ୍ୟ ଲାଗିଛି ଜରିମାନା ।  ଟ୍ରାଇ ଟେଲିକମ୍‌ କମର୍ସିଆଲ କମ୍ୟୁନିକେସନ  କଷ୍ଟମର ପ୍ରିଫରେନ୍ସ ରେଗୁଲେସନ (ଟିସିସିସିପିଆର୍‌) ଅଧିନରେ ଏଭଳି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିଛି ।  

ସଦ୍ୟତମ ରାଉଣ୍ଡରେ ଏହି କମ୍ପାନିଗୁଡିକ  ଉପରେ ୧୨ କୋଟି ଟଙ୍କା ଜରିମାନା ଲାଗିଛି ।  ପୂର୍ବରୁ ଜରିମାନାଗୁଡିକୁ ମିଶାଇଲେ ଏହା ଅଦ୍ୟାବଧି ମୋଟ ୧୪୧ କୋଟି ଟଙ୍କା ହେବ ।  ତେବେ କମ୍ପାନିଗୁଡିକ ଏହି ବକେୟା ରାଶି ପଇଠ  କରିନାହାନ୍ତି । କମ୍ପାନିଗୁଡିକ ବ୍ୟାଙ୍କ ଗ୍ୟାରେଣ୍ଟିକୁ  ନେଇ ପ୍ରଦାନ କରିଥିବା ଅର୍ଥ ମଧ୍ୟରୁ ଏହାକୁ  ଅସୁଲ କରିବାକୁ ଟ୍ରାଇ ଟେଲିକମ ବିଭାଗକୁ  ଅନୁରୋଧ କରିଛି । ଏ ଦିଗରେ ଟେଲିକମ  ବିଭାଗର ନିଷ୍ପତ୍ତି ଆସିବା ବାକି ରହିଛି ।  

ଟିସିସିସିପିଆର୍‌ ୨୦୧୦ରେ ଆସିଥିଲା ।  ଟେଲିକମ ଉପଭୋକ୍ତାଙ୍କୁ ସ୍ପାମ ମେସେଜ  ଏବଂ କଲ୍‌ରୁ ରୋକିବା ଏହାର ଉଦ୍ଦେଶ୍ୟ  ଥିଲା । ତେବେ ଟେଲିକମ ଅପରେଟର ମାନେ  କହିଛନ୍ତି, ବିଜ୍‌ନେସ ଏବଂ ଟେଲି ମାର୍କେଟିଂ  କମ୍ପାନିଗୁଡିକ ଯୋଗୁ ସ୍ପାମ ସମସ୍ୟା ଉପୁଜୁଛି । ଟ୍ରାଇର ଏହି ଫାଇନ ଯୁକ୍ତିଯୁକ୍ତ ନୁହେଁ ବୋଲି  କହିଛନ୍ତି ଟେଲିକମ୍‌ କମ୍ପାନି ।  

ହ୍ୱାଟସଆପ୍‌ ଭଳି ଓଟିଟି ସହ ବ୍ୟାଙ୍କ ଓ  ଅନ୍ୟ ବିଜନେସ ଉପରେ ମଧ୍ୟ ସ୍ପାମ ନିୟମ ଲାଗୁ ହେଉ ବୋଲି ଟେଲିକମ କମ୍ପାନିଗୁଡିକ  କହିଛନ୍ତି। ଏହି ପ୍ଲାଟଫର୍ମଗୁଡିକ ସ୍ପାମ୍‌  ଟ୍ରାଫିକରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି । ଏଗୁଡିକୁ ନିୟନ୍ତ୍ରିତ କରିବା ଜରୁରୀ