ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ରାସ୍ତା ମଝିରେ ଓଲଟିଲା ଆଇରନ ବୋଝେଇ ଟ୍ରକ୍, ତେଲକୋଇରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ

ତେଲକୋଇ, ୦୭/୦୮ : ରାସ୍ତା ମଝିରେ ଓଲଟିଲା ଆଇରନ ବୋଝେଇ ଟ୍ରକ୍। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଦୁଲ୍ଲଭପୁର ଗାଁର ପୂର୍ତ୍ତ ବିଭାଗ ରାସ୍ତା ଉପରେ ଏହି ଦୁର୍ଘଟଣା ଘଟିଛି। ଫଳରେ ତେଲକୋଇ ଭୁବନେଶ୍ୱର ରାସ୍ତାରେ ଗତକାଲି ଠାରୁ ଯାତାୟାତ ବାଧାପ୍ରାପ୍ତ ରହିଛି।

{"id":450009,"sizeSlug":"large","linkDestination":"none"}

ସୂଚନାନୁଯାୟୀ, ଶନିବାର ବିଳମ୍ବିତ ରାତି ପ୍ରାୟ ୧୦ଟା ବେଳକୁ ଏକ ଆଇରନ ବୋଝେଇ ଟ୍ରକ୍ କେନ୍ଦୁଝର ପଟୁ ତେଲକୋଇ ଦେଇ ଅନୁଗୁଳ ଜିଲ୍ଲା ଆଡ଼କୁ ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ତେଲକୋଇ ଭୁବନେଶ୍ୱର ରାସ୍ତାରେ ଗତକାଲି ଠାରୁ ଯାତାୟାତ ବାଧାପ୍ରାପ୍ତ ରହିଛି। ଛୋଟ ଗାଡିଗୁଡ଼ିକ ତେଲକୋଇ ଠାରୁ ଦେଉଳଡିହା ଗାଁ ଦେଇ ଆକୁଳ ଗାଁଠାରେ ବାହାରି ଯିବାଆସିବା କରିବା ଦେଖିବାକୁ ମିଳିଛି। ତେବେ ପୁଲିସ ଓ ଗାଡି ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଇରନ ଗାଡି ଗୁଡିକ ୪୯ ନଂମ୍ବର ଜାତୀୟ ରାଜପଥ ଦେଇ ଯିବାଆସିବାର ନିୟମ ଥିଲେ ମଧ୍ୟ ଟୋଲଗେଟ ଦେୟ ଓ ତେଲ ବଞ୍ଚାଇବାକୁ ଯାଇ ଗାଁ ଗହଳି ରାସ୍ତାରେ ଆଇରନ ଗାଡି ଗୁଡିକ ଚଳାଚଳ କରୁଛି। ଫଳରେ ତେଲକୋଇ ବଜାର ମଧ୍ୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ରାସ୍ତା ଗୁଡିକ ଖରାପ ହେଉଥିବା ଅଭିଯୋଗ ହେଉଛି। ଏନେଇ ତେଲକୋଇ ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ ବାରମ୍ବାର କେନ୍ଦୁଝର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ମଞ୍ଚ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.