PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

‘ମୋ ପାଖେ ପୁଳେ ଖୁଚୁରା ଅଛି’ କହି ଫସିଗଲା ଚୋର, ଖୁଚୁରା ଟଙ୍କା ସହ ମୋବାଇଲ୍‌ ଜବତ କଲା ପୁଲିସ

ପୁରୀ ୦୪/୦୬: ଯୋଜନା କଲା । ଚତୁରତାର ସହ ହୁଣ୍ଡି ଓ ପୂଜକଙ୍କ ମୋବାଇଲ୍‌ ଚୋରି କରି ଚମ୍ପଟ ମାରିଲା। ମୋବାଇଲ୍‌ ସୁଇଚ୍‌ ଅଫ୍‌ କରି ଲୁଚାଇଦେଲା। ହେଲେ ହୁଣ୍ଡି ଭାଙ୍ଗି ଖୁଚୁରା ଟଙ୍କା ଧରି ବୁଲୁଥିବାବେଳେ ପୁଲିସ ଧରିଲା । ଏଭଳି ଏକ ଘଟଣା ଗୁରୁବାର ସିଂହଦ୍ୱାର ଥାନା ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି । ହୁଣ୍ଡି ଚୋର ଜଣକ ହେଲା ବାସେଳୀ ସାହି ଥାନା ଅଧୀନ ମୁଦୁଲି ଯାଗା ନିକଟର ବିଶ୍ୱନାଥ ମହାରଣା ଓରଫ ବିଶିଆ (୨୮) ।

ବିଳମ୍ବିତ ରାତିରେ ପଶ୍ଚିମଦ୍ୱାର ସ୍ଥିତ ‘ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ’ ନାମକ ଅନୁଷ୍ଠାନ ଗୃହରେ ପଶି ବିଶିଆ ଏକ ହୁଣ୍ଡି ବାକ୍ସ ଟେକି ନେଇଥିଲା । ଏଥିସହ ସେ ଏହି ଅନୁଷ୍ଠାନ ଗୃହରେ ଥିବା ଠାକୁରଙ୍କ ପୂଜକ ହରପ୍ରସାଦ ମିଶ୍ରଙ୍କ ଏକ ମୋବାଇଲ୍‌ ବି ଚୋରି କରି ନେଇଥିଲା । ମୋବାଇଲ୍‌ ସୁଇଚ୍‌ ଅଫ୍‌ କରି ଘରେ ଲୁଚାଇ ରଖିଥିବାବେଳେ ଭୋର୍‌ରେ ହୁଣ୍ଡି ଭାଙ୍ଗି ଏଥିରେ ଥିବା ଖୁଚୁରା ଟଙ୍କା ଧରି ବୁଲିଥିଲା । ଏହି ଟଙ୍କାକୁ ବିଭିନ୍ନ ଦୋକାନରେ ବଦଳ କରିବାକୁ ଉଦ୍ୟମ କରିଥିଲା ବିଶିଆ । ‘ମୋ ପାଖେ ପୁଳେ ଖୁଚୁରା ଟଙ୍କା ଅଛି । ଖୁଚୁରା ନେଇ ମୋତେ ନୋଟ୍‌ ଦିଅ’ ବୋଲି କହି ବିଶିଆ ଲୋକନାଥ ରୋଡ ପୁରୁଣା ବାସେଳୀ ସାହି ଥାନା ନିକଟ ଦୋକାନୀମାନଙ୍କୁ ଏହା ଯାଚିଥିଲା ।

ବିଶିଆ ଜଣେ ନିଶାଖୋର ବୋଲି ପୁଲିସ କହିଛି । ସେ ଏତେ ଟଙ୍କା କୁଆଡୁ ପାଇଲା ବୋଲି ଲୋକେ ସନ୍ଦେହ କରିଥିଲେ । ଏହି ଖବର ପ୍ରଚାରିତ ହାଇଯାଇଥିଲା । ସେପଟେ ପୂଜକ ଶ୍ରୀ ମିଶ୍ର ସକାଳେ ୮ଟାରେ ଏତଲା ଧରି ଥାନାରେ ପହଞ୍ଚିଥିଲେ । ଛାନ୍‌ଭିନ୍‌ ଆରମ୍ଭ କରିବାବେଳେ ସହଜରେ ଏହି ଖବର ପାଇଯାଇଥିଲା ପୁଲିସ । ସିଂହଦ୍ୱାର ଥାନା ଆଇଆଇସି ଗେଲିକୁମାରୀ ସାହୁ ଛୁଟିରେ ଥିବାରୁ ଦାୟିତ୍ୱରେ ଥିବା ଟାଉନ୍‌ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ଚଢଉ କରିଥିଲେ । ପୂର୍ବାହ୍ନ ସାଢେ ୯ଟାରେ ବିଶିଆ ଧରା ପଡିଥିଲା । ପଚରା ଉଚରାବେଳେ ସେ ସତ ମାନି ଯାଇଥିଲା । ଘର ନିକଟରେ ଫିଙ୍ଗିଥିବା ଭଙ୍ଗା ହୁଣ୍ଡି ସହିତ ୨୧ ଶହ ଟଙ୍କା (ଖୁଚୁରା) ଓ ଚୋରି ମୋବାଇଲ୍‌ ଜବତ କରିଥିଲା ପୁଲିସ । ଏନେଇ ମାମଲା (୪୮/୨୧) ରୁଜୁ କରି ପୁଲିସ ତାକୁ ଗିରଫ କରିଛି । ପରେ ତାକୁ କୋର୍ଟ ଚାଲାଣ କରିଛି ।