ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଣିପୁରରେ ପୁଣି ହିଂସା, ପୋଲିସ ଫାଣ୍ଡି ସମେତ ଜାଳିଦେଲେ ଅନେକ ଘର

ଇମ୍ଫାଲ, ୯ /୬: ମଣିପୁର୍‌ରେ ପୁଣି ହିଂସା। ଜିରିବାମ ଜିଲ୍ଲାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଶନିବାର ଦୁଇଟି ପୁଲିସ ଆଉଟ୍‌ପୋଷ୍ଟ, ଗୋଟିଏ ଫରେଷ୍ଟ ଅଫିସ୍‌ ସହ ୭୦ଟି ଘର ଜାଳି ଦେଇଥିବା ସୂଚନା । ଏହାକୁ ନେଇ ପୂରା ଅଞ୍ଚଳରେ ଅଶାନ୍ତି ଲାଗି ରହିଛି।

ସୂଚନା ମୁତାବକ, ସନ୍ଦିଗ୍ଧ ଆତଙ୍କବାଦୀମାନେ ଶୁକ୍ରବାର ବିଳମ୍ବିତ ରାତିରେ  ଡଙ୍ଗା ଯୋଗେ ଜିରିବାମ  ଜିଲ୍ଲାରେ ବରାକ ନଦୀ କୂଳରେ ପହଞ୍ଚିଥିଲେ। ଏହାପରେ ସେମାନେ ପୋଲିସ୍‌ ଆଉଟ୍‌ପୋଷ୍ଟ ଓ ମେତେଇ ଗାଁରେ ଥିବା କିଛି ଘର ଉପରକୁ ଆକ୍ରମଣ କରିଥିଲେ। ଏହାପରେ ସେଠାରେ ନିଆଁ ଲଗାଇ ଦେଇଥିଲେ। ପରେ ସେମାନେ ଜିଲ୍ଲାର ଲମତାଇ ଖୁନୋ ଏବଂ ମଧୁପୁର ପୋଲିସ ଆଉଟ୍‌ପୋଷ୍ଟକୁ ଆକ୍ରମଣ କରିଥିଲେ। ଏହି ଘଟଣାର କିଛି ଘଣ୍ଟା ପରେ ଏସପିଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ  ନିରିବାମ  ଏସପି ଘନଶ୍ୟାମ ଶର୍ମାଙ୍କୁ ମଣିପୁର ପୋଲିସ ଟ୍ରେନିଂ ମହାବିଦ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ ପଦକୁ ବଦଳି କରାଯାଇଛି। ଅନ୍ୟପକ୍ଷରେ ଇନର୍‌ ମଣିପୁର ଲୋକସଭା ଆସନରୁ ନବ ନିର୍ବାଚିତ କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଆକୋଏଜାମ  ଜିରିବାମବାସୀଙ୍କ ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ତେବେ ମଣିପୁରରେ ଗତବର୍ଷ ମେ' ମାସରୁ ଏଠାରେ ଜାତୀୟ ହିଂସା ଜାରି ରହିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.