ପ୍ରମୁଖ ଖବର
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଓସ୍କାର ବିଜୟୀ 'ନାଟୁ-ନାଟୁ' ଗୀତରେ ନାଚିଲା ଟେସ୍ଲାର କାର୍‌ ! ଭାଇରାଲ ଭିଡ଼ିଓ

ନୂଆଦିଲ୍ଲୀ – ଏସ.ଏସ, ରାଜାମୌଳୀଙ୍କର ତେଲୁଗୁ ଫିଲ୍ମ ଆରଆରଆର ର ଗୀତ ନାଟୁ-ନାଟୁ କେବଳ ଭାରତୀୟ ଦର୍ଶକଙ୍କୁ ଯାଦୁ କରିନି, ଏହା ବିଦେଶୀ ଲୋକଙ୍କ ହୃଦୟ ବି ଜିତି ପାରିଛି। ଏହି ଗୀତ ନିକଟରେ ବେସ୍ଡ ଓରିଜନାଲ ସଙ୍ଗ୍‌   ପର୍ଯ୍ୟାୟରେ ଓସ୍କାର ଜିତିଛି। ଓସ୍କାର ଜିତିବା ପରେ ଏହି ଗୀତ ଖୁବ୍‌ ଚର୍ଚ୍ଚାରେ ରହିଛି। ବିଦେଶରେ ମଧ୍ୟ ଏହି ଉପଲବ୍ଧିର ଉତ୍ସବ ପାଳନ କରାଯାଉଛି। ଏବେ ନିକଟରେ ନ୍ୟୁ ଜର୍ସିର ଏକ ଭିଡ଼ିଓ ସାମନାକୁ ଆସିଛି, ଯେଉଁଥିରେ ପ୍ରଶଂସକଙ୍କୁ ଟେସ୍ଲା କାର୍‌ ମାଧ୍ୟମରେ ଲାଇଟ୍‌ ଶୋ' ଲଗାଇ ଗୀତକୁ ଟ୍ରିବ୍ୟୁଟ୍‌ ଦେଇଛି। ଭିଡ଼ିଓ ଦେଖି ଏମିତି ଲାଗୁଛି କି, ଯେମିତି ନାଟୁ-ନାଟୁ ଗୀତରେ ଟେସ୍ଲାର କାର୍‌ ଝୁମୁଛି । 

ଉକ୍ତ ଭିଡ଼ିଓ ଦେଖିବା ପରେ ପ୍ରତି ଭାରତୀୟଙ୍କୁ ଗର୍ବ ଅନୁଭବ ହେବ। କହି ରଖୁଛି କି ନାଟୁ-ନାଟୁ ଗୀତକୁ ଏମଏମ କିରାୱନୀ କମ୍ପୋଜ କରିଛନ୍ତି , ଏହାର ଗୀତ ଚନ୍ଦ୍ରବୋଷ ଲେଖିଛନ୍ତି। ଗୀତକୁ ଜୁନିୟର ଏନଟିଆର ଓ ରାମ ଚରଣଙ୍କ ଉପରେ ଦୃଶ୍ୟାୟନ କରାଯାଇଛି।

ଆରଆରଆର ର ଅଫିସିଆଲି ହ୍ୟାଣ୍ଡଲରୁ ଟ୍ୱିଟରରେ ଏକ ମିନିଟ୍‌ରୁ ଅଧିକ ଭିଡ଼ିଓକୁ କ୍ୟାପସନ ସହ ସେୟାର କରାଯାଇଛି। ଏଥିରେ ଲେଖା ହୋଇଛି “ @ Teslalightshows ନ୍ୟୁ ଜର୍ସି #Oscar  ୱିନିଂ ସଙ୍ଗ୍‌ #NaatuNaatuର ବିଟ୍ସ ସହ ଲାଇଟ୍‌ ସିଙ୍କ୍‌ କରିବା ପାଇଁ ଧନ୍ୟବାଦ ...ସବୁ ଭଲ ପାଇବା ପାଇଁ ଧନ୍ୟବାଦ।”

wp:html /wp:html

ଭିଡ଼ିଓରେ ଦେଖିବାକୁ ମିଳିବ କି କିଭଳି ପାର୍କିଂରେ ଥିବା ଅନେକ ଟେସ୍ଲା କାର ଗୁଡ଼ିକ ଗୀତର ବିଟ୍ସ ସହ ନିଜର ହେଡ୍‌ ଲାଇଟ୍ସକୁ ସିଙ୍କ କରି ବ୍ଲିଙ୍କ କରୁଛନ୍ତି। ବଜା ଯାଉଥିବା ବିଟ୍‌ ଆଧାରରେ ଲାଲ୍ ଓ ଧଳା କଲରର ଲାଇଟ୍ ଏପଟ ସେପଟ ଆସୁଛି । ଏହା ଦେଖିବାରେ ଖୁବ୍‌ ଅଦ୍ଭୁତ ଓ ଭଲ ଲାଇଟ୍‌ ଶୋ ପରି ନଜର ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.