ଅଟୋ- ବାଇକ ମୁହାଁମୁହିଁ ଧକ୍କା, ୬ ଆହତ

ସାଲେପୁର, ୨୭/୫ : ବ୍ୟାରେଜ କେନାଲ ବନ୍ଧ ରାସ୍ତାର -ଜନାର୍ଦ୍ଦନପୁର ରାସ୍ତା ସାଲେପୁର ମାରଡ଼ା ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ ବାଇକ ମୁହାଁମୁହିଁ ଧକ୍କା ହୋଇ ୬ଜଣ ଆହତ ହୋଇଛନ୍ତି । ଅଟୋଟି ସାଲେପୁରରୁ ଭଗବାନପୁରକୁ ଯାଉଥିଲା । ଏହି ସମୟରେ ବାଇକକୁ ଧକ୍କା ଦେଇ ଭାରସାମ୍ୟ ହରାଇ କେନାଲ ଭିତରକୁ ଓଲଟି ପଡିଥିଲା ।
ଫଳରେ ଏଥିରେ ୬ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟରେ ସମସ୍ତ ଆହତଙ୍କୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି।