ରାସ୍ତାକଡ଼କୁ ଓଲଟିଲା କାର୍, ୫ ଆହତ

ମୋହନା, ୨୩/୫: ରାସ୍ତା କଡ଼କୁ ଓଲଟିଲା କାର୍ l କାରରେ ଥିବା ୫ ଜଣ ଆହତ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି l ତେବେ ଆହତମାନେ ଜୟପୁରର ରାମ ଚନ୍ଦ୍ର ମିଶ୍ର, ନରେଶ ପଣ୍ଡା, ଦିଲ୍ଲୀପ ରଥ, ଦେବାଶିଷ ପଟନାୟକ ଓ ସରୋଜିନୀ ରଥ ବୋଲି ଜଣାପଡ଼ିଛି l ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି l ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଆଜି ଭୋର ସମୟରେ ଗୋଟିଏ କାରରେ କଟକ ବଡ଼ମ୍ବା ନରସିଂହପୁରରୁ ୫ ଜଣ ଜୟପୁର ଯାଉଥିଲେ l ତେବେ ଭୋର ସମୟରେ ଅଡ଼ବା ଥାନା ଖ୍ରୀଷ୍ଟପୁର ନିକଟରେ ଭାରସାମ୍ୟ ହରାଇ କାରଟି ରାସ୍ତାକଡ଼କୁ ଓଲଟି ପଡ଼ିଛି l