ଭୁବନେଶ୍ୱର,୨୯/୦୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାରଠାରୁ ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ । ସକାଳ ୯ଟା ୪୦ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ରାଞ୍ଚି ଯିବେ । ରାଞ୍ଚିରୁ ହେଲିକପ୍ଟର ଯୋଗେ ପଶ୍ଚିମ ସିଂହଭୂମରେ ପହଞ୍ଚିବେ ।
ସେଠାରେ ଦିନ ୧ଟାରେ ଜମାଣି ମୈଦାନରେ ପରିବର୍ତ୍ତନ ସଭାରେ ଯୋଗ ଦେବେ । ଅପରାହ୍ନ ୩ଟାରେ ମାଝଗାଓଁ ସ୍କୁଲ୍ ପଡ଼ିଆରେ ସଭାକୁ ସମ୍ୱୋଧିତ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୫ଟାରେ ଚାଇବସା ସର୍କିଟ୍ ହାଉସରେ ପହଞ୍ଚି ରାତ୍ରି ଯାପନ କରିବେ । ଅକ୍ଟୋବର ୧ ତାରିଖରେ ଚାଇବସାରେ ଜନସଭାକୁ ସମ୍ୱୋଧିତ କରିବେ । ଅପରାହ୍ନ ୪ଟା ୧୦ରେ ରାଞ୍ଚିରୁ ଭୁବନେଶ୍ୱର ଫେରିବେ ।