PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଆଦିତ୍ୟ ଦାଶ ଡେଥ୍‌ ମିଷ୍ଟ୍ରି : ଫେସ୍‌ବୁକ୍‌କୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ୍, ଶେଷ ପୋଷ୍ଟକୁ ନେଇ ଚାଲିଛି ତନାଘନା

ଭୁବନେଶ୍ୱର ୧୩।୦୮:  ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ।  ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଫେସବୁକକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ ଟିମ୍‌ । ଆଦିତ୍ୟଙ୍କ ଶେଷ ଫେସବୁକ ପୋଷ୍ଟକୁ ନେଇ ଚାଲିଛି ଛାନ୍‌ଭିନ୍‌ । ଆଦିତ୍ୟଙ୍କ ଫେସ୍‌ବୁକ୍‌ରୁ ପୋଷ୍ଟ ହୋଇଥିବା ଶେଷ ପୋଷ୍ଟଟି କିଏ କରିଛି  ଏବଂ କାହା ମୋବାଇଲରୁ ହୋଇଛି ସେସବୁକୁ ନେଇ ତନାଘନା ଜୋର୍‌ ଚାଲିଛି ।

ତେବେ ଏସବୁର ସତ୍ୟ ଜାଣିବା ପାଇଁ ଫେସ୍‌ବୁକ୍‌କୁ ଚିଠି ଲେଖିଛି କ୍ରାଇମ୍‌ବ୍ରାଞ୍ଚ । ଫେସ୍‌ବୁକ୍‌ର ପୋଷ୍ଟ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ତେବେ  ବିଦ୍ୟାଶ୍ରୀ ମଧ୍ୟ ଜାଣିଥିଲେ ଆଦିତ୍ୟଙ୍କ ପାସ୍ଓ୍ବାର୍ଡ । ସେହିପରି ୧୦ ମାସର କଲ ଡିଟେଲ୍ସ ବାହାର କରିବାକୁ ଚାଲିଛି ଚେଷ୍ଟା । ସାଇବର ଏକ୍ସପର୍ଟକୁ ନେଇ ମୃତ୍ୟୁ ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ।

ସମାଜସେବୀ ଆଦିତ୍ୟ ଦାସ୍ ମୃତ୍ୟୁ ମାମଲାର ଏକ ମାସ ପରେ ଘଟଣାରୁ ପରଦା ହଟିପାରିନି । ହତ୍ୟା ନା ଆତ୍ମହତ୍ୟା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରଥମେ ଘଟଣାର ତଦନ୍ତ କରୁଥିବା ଜିଆର୍‌ପି, ଏବେ କ୍ରାଇମ୍‌ବ୍ରାଞ୍ଚ ହାତରେ ଅଛି ମାମଲା । ପୋଲିସ ଡିଜି ଅଭୟଙ୍କ ନିର୍ଦ୍ଦେଶ ଅନୁସାରେ ଘଟଣାର ତଦନ୍ତ ଏବେ କ୍ରାଇମ୍‌ବ୍ରାଞ୍ଚ କରୁଛି । ଘଟଣାରେ କ୍ରାଇମବ୍ରାଞ୍ଚ ୩୦ରୁ ଅଧିକ ଲୋକଙ୍କ ଜେରା କରିସାରିଛି ।