ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବର୍ତ୍ତିବେନି ବେଆଇନ ଋଣ ଆପ୍‌, ଡିଜିଟାଲ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି ସପକ୍ଷରେ ଆର୍‌ବିଆଇ

ନୂଆଦିଲ୍ଲୀ,୦୧/୦୪: ଦ୍ରୁତ ଭାବେ ବଢ଼ିଛି ସାଇବର ଠକେଇ । ଏହା ଦ୍ୱାରା ଅନେକ ଲୋକ ସମସ୍ୟା ସାମ୍ନା କରୁଛନ୍ତି । ଏହା ଉପରେ ରୋକ ଲଗାଇବା ଲାଗି ଦେଶ ମଧ୍ୟରେ ଡିଜିଟାଲ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି  (ଡିଜିଟା) ଗଠନ ନେଇ ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛି । ଛତୁ ଫୁଟିଲା ଭଳି ବଜାରକୁ ଆସୁଥିବା ଡିଜିଟାଲ ଋଣ ଆପ୍‌ଗୁଡିକ ବିରୋଧରେ ଏହା ଦ୍ୱାରା କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି କହିଛି କେନ୍ଦ୍ରୀୟ ବ୍ୟାଙ୍କ ।  

ପ୍ରସ୍ତାବିତ ଏଜେନ୍ସି ଡିଜିଟାଲ ଲେଣ୍ଡିଂ ଆପ୍‌ ଗୁଡିକର ଯାଞ୍ଚ କରିବା ସହ  ଯାଞ୍ଚ ହୋଇଥିବା ଆପ୍‌ ଗୁଡିକ ସମ୍ପର୍କରେ ଏକ ପବ୍ଲିକ ରେଜିଷ୍ଟ୍ରାର ମଧ୍ୟ  ପରିଚାଳନା କରିବ । ଡିଜିଟାର ଯାଞ୍ଚ ହୋଇଥିବା ପ୍ରମାଣପତ୍ର ନ ଥିଲେ  ଆପ୍‌ଗୁଡିକୁ ନିଷିଦ୍ଧ ଘୋଷଣା କରାଯିବ ।  ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ  କରାଯାଇପାରିବ ବୋଲି ପ୍ରକ୍ରିୟା ସହ ଜଡିତ  ଜଣେ ଅଧିକାରୀ କହିଛନ୍ତି । ଆର୍ôଥକ ଠକେଇ  ବିରୋଧରେ ଲଢ଼େଇ କରିବାରେ ଏହା ଏକ  ପ୍ରମୁଖ ପଦକ୍ଷେପ ହେବ । ଯାଞ୍ଚ ପ୍ରକ୍ରିୟା  ଦ୍ୱାରା ଡିଜିଟାଲ ଋଣ କ୍ଷେତ୍ରରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆଣିବାରେ  ମଧ୍ୟ ଏହା ସହାୟକ ହେବ । ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା  ୪୪୨ ଆପ୍‌ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ଆଇଟି  ମନ୍ତ୍ରଣାଳୟକୁ ଏକ ରିପୋର୍ଟରେ ଦେଇଛି । 

୨୦୨୨ ସେପ୍ଟେମ୍ବରରୁ ୨୦୨୩ ଅଗଷ୍ଟ ମଧ୍ୟରେ ବେଆଇନ  କାର୍ଯ୍ୟକଳାପରେ ଲିପ୍ତ ଥିବା ୨୨୦୦ରୁ ଉଦ୍ଧ୍ୱର୍ ଡିଜିଟାଲ ଋଣ ଆପ୍‌ ବିରୋଧରେ  ଗୁଗଲ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛି ।  ଋଣ ଆପ୍‌ ଗୁଡିକର ଅନୁପାଳନ କ୍ଷେତ୍ରରେ ମଧ୍ୟ ନିୟମ ପରିବର୍ତ୍ତନ କରିଛି  ଗୁଗଲ । ଆର୍‌ବିଆଇ ନିୟମ ଅନୁପାଳନ କରିଥିବା ଆପ୍‌ ଗୁଡିକୁ ନିଜ  ପ୍ଲେଷ୍ଟୋରରେ ସ୍ଥାନିତ କରିଛି ଗୁଗଲ । ରିଜର୍ଭ ବ୍ୟାଙ୍କ ଏବଂ ଆର୍ôଥକ ସେବା  ବିଭାଗର ଅନୁରୋଧ ପରେ ଗୁଗଲ କଡା ପଦକ୍ଷେପ ଗ୍ରହଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.