ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ଡ୍ରାଇଭର ମହାସଂଘ

ବାଉଁଶୁଣୀ,୩/୬,ବୌଦ୍ଧ ଜିଲ୍ଲା ୫୭ ନଂ ଜାତୀୟ ରାଜପଥ କମଳପୁର ଛକ ନିକଟରେ ବୁଧବାର ଦିନ ଘଟି ଥିଲା ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ସମେତ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ମୃତକ ଦ୍ବୟ ହେଲେ ବାଉଁଶୁଣୀ ଥାନା ର କର୍ମଚାରୀ ଜଗନ୍ନାଥ ମେହେର ଓ ବୋଲେରୋ ଡ଼୍ରାଇଭର ପ୍ରଶାନ୍ତ ରଣା । ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁଣୀ ପୋଲିସ ରେସ୍କୁ ଅପରେସନ ସାରି ଏକ ଘରୋଇ ଚାରିଚକିଆ ଗାଡି ଯୋଗେ ଥାନାକୁ ଫେରୁଥିଲେ ।

ପ୍ରଶାନ୍ତଙ୍କ ଶନିବାର ଡ଼୍ରାଇଭର ପ୍ରଶାନ୍ତ ରଣାଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଜିଲ୍ଲା ଡ଼୍ରାଇଭର ମହାସଂଘର ସହ ସମ୍ପାଦକଙ୍କ ସହ ବହୁ ଡ଼୍ରାଇଭର ଭାଇମାନେ ଯୋଗ ଦେଇଥିଲେ । ଜିଲ୍ଲା ସହ ସମ୍ପାଦକ ସୁଶାନ୍ତ ହୋତା , କୋଷାଧ୍ୟକ୍ଷ ବିଶ୍ଵାମିତ୍ର ବିଶି, କଣ୍ଟାମାଳ ବ୍ଲକ୍ ସଭାପତି ଅଞ୍ଜନ ପଟ୍ଟନାୟକ, ସମ୍ପାଦକ ମଙ୍ଗୁଳୁ ଦନ୍ତା, କୋଷାଧ୍ୟକ୍ଷ କେଶଲେଶ୍ବର ସଳମା,ଦପଲା ପଞ୍ଚାୟତ ସଭାପତି ପ୍ରଶାନ୍ତ ସାହୁ , ବୌଦ୍ଧ ବ୍ଲକ୍ ସଭାପତି ପଦ୍ମଲୋଚନ ମହଲା, ସମ୍ପାଦକ ଶେଷଦେବ ମହାକୁଡ଼, କୋଷାଧ୍ୟକ୍ଷ ସୁବାଷ ସାହୁ , ଉପଦେଷ୍ଟା ଆନନ୍ଦ ଖଟୁଆ , ବାଉଁଶୁଣୀ ପଞ୍ଚାୟତ ଏଡମିନ ଅଜିତ ଥପା ଙ୍କ ସମେତ ବହୁ ଡ଼୍ରାଇଭର ମହାସଂଘ ର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଜିଲ୍ଲା ଡ଼୍ରାଇଭର ମହାସଂଘ ତରଫରୁ ତାଙ୍କ ସ୍ତ୍ରୀ ଙ୍କୁ ୧୫୦୦୦ ଏବଂ ବାଉଁଶୁଣୀ ଶାଖା ବହିରା, ଅଁଳାପାଲି,ଗୋଛାପଡା,ମନୁପାଲି ଗୁନ୍ଦୁଳିଆ, ପଞ୍ଚାୟତ ଶାଖା ତରଫରୁ ୨୯୦୦୦ ଟଙ୍କା ର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.