ଭୁବନେଶ୍ଵର, ୨୩/୧୧ : ତୃତୀୟ ଦିନରେ ଚାଲିପାରିଲାନି ଗୃହ। ପ୍ରଶ୍ନକାଳ ଆରମ୍ଭରୁ ପୁଣି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ। ଆଦିବାସୀ ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜିରେ କମ୍ପିଲା ଗୃହ। ବିରୋଧୀମାନେ ବ୍ୟାନର ଧରି ବାଚସ୍ପତିଙ୍କ ପୋଡିୟମ ନିକଟରେ ପ୍ରତିବାଦ କଲେ। ଯାହାଫଳରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଲେ ବାଚସ୍ପତି।
ସୂଚନାନୁଯାୟୀ, ବୁଧବାର ଦ୍ଵିତୀୟ ଦିନରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଗୃହକୁ ଚଳାଇ ଦେଇନଥିଲେ । ରାଜନୈତିକ ସ୍ବାର୍ଥକୁ ଢାଲ କରି ଲୋକଙ୍କ କଥା ଆଲୋଚନା ହେବାକୁ ଦେଇନଥିଲେ । ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଧାନସଭା ମଧ୍ୟ ଭାଗକୁ ଆସି ହଟ୍ଟଗୋଳ ଓ ନାରାବାଜି କରି ବାଧା ସୃଷ୍ଟି କରିଥିଲେ । ଆଜି ମଧ୍ୟ ଚାଲିପାରିଲାନି ଗୃହ।