ପ୍ରମୂଖ ଖବର
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁମ୍ବାଇ ଘାଟକୋପର ଅଘଟଣ; ୧୪ ଜୀବନ ନେଲା ଅବୈଧ ହୋର୍ଡିଂ

Image source: Livehindustan

ମୁମ୍ବାଇ,୧୪/୦୫: ସୋମବାର ସନ୍ଧ୍ୟାରେ ଝଡ଼ ଏବଂ ଅସ୍ବାଭାବିକ ବର୍ଷା ହେତୁ ମୁମ୍ବାଇର ଘାଟକୋପରରେ ଏକ ବିରାଟ ହୋର୍ଡିଂ ଖସିପଡ଼ିଥିଲା। ଧୂଳି ଝଡ ଏବଂ ବର୍ଷା ଠାରୁ ନିଜକୁ ରକ୍ଷା କରିବା ପାଇଁ ଲୋକମାନେ ଏକ ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା ବେଳେ ଏହି ବିଶାଳ ହୋର୍ଡିଂ ସେମାନଙ୍କ ଉପରେ ଖସିପଡ଼ିଥିଲା। ଏହି ବିଶାଳ ହୋର୍ଡିଂ ୧୦୦ ଫୁଟ ବଡ଼ ଥିଲା ଏବଂ ସୋମବାର ସନ୍ଧ୍ୟା ପ୍ରାୟ ୪.୩୦ ସମୟରେ ଆସିଥିବା ଝଡ଼ ତୋଫାନରେ ହୋର୍ଡିଂଟି ଲୋକଙ୍କ ଉପରେ ଖସିପଡ଼ିଥିଲା। ହେର୍ଡିଂଟିର ଓଜନ ପ୍ରାୟ ୨୫୦ ଟନ୍ ଥିଲା ବୋଲି କୁହାଯାଉଛି। ହୋର୍ଡିଂ ତଳେ ଚାପି ହୋଇ ରହିଥିବା ଲୋକଙ୍କ ମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଆହତଙ୍କ ସଂଖ୍ୟା ୭୦ ରୁ ଅଧିକ ହୋଇଯାଇଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଟିମ୍ ରାତିସାରା ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଏହି ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଆକଳନ କରାଯାଇପାରୁଛି।

ମୁମ୍ବାଇ ଫାୟାର ବ୍ରିଗେଡ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଏଜେନ୍ସିର ସହଯୋଗରେ ଏନ୍‌ଡିଆରଏଫ୍‌ ଦୁଇଟି ଦଳ ପଠାଇଛି। ଏନ୍‌ଡିଆର୍‌ଏଫ୍‌ର ଇନ୍ସପେକ୍ଟର କହିଛନ୍ତି ଯେ ଏବେ ମଧ୍ୟ ଚାରିଟି ଶବକୁ ଆବର୍ଜନା ତଳେ ପୋତି ହୋଇ ରହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ସେମାନଙ୍କୁ ଚିହ୍ନଟ କରିଛୁ କିନ୍ତୁ ଏହି ପେଟ୍ରୋଲ ପମ୍ପ ଯୋଗୁଁ ଶବ ଗୁଡ଼ିକୁ ହଟାଇ ପାରିବୁ ନାହିଁ ଏବଂ ପରିସ୍ଥିତି ବିପଜ୍ଜନକ ହୋଇପାରେ।" କୁହାଯାଉଛି ଯେ, ବିଏମସିର ବିନା ଅନୁମତିରେ ହୋର୍ଡିଂ ଲଗାଯାଇଥିଲା, ଏହି ହୋର୍ଡିଂକୁ ଇଗୋ ମିଡିଆ ମହାରାଷ୍ଟ୍ରର ଏକ ସ୍ଥାନରେ ଲଗାଇଥିଲା। ସରକାରଙ୍କ ହାଉସିଂ ଡିଭିଜନ୍ ଦ୍ୱାରା ଏହା ପୋଲିସ କଲ୍ୟାଣ ନିଗମକୁ ଲିଜ୍ ଉପରେ ଦିଆଯାଇଛି। କମ୍ପ୍ଲେକ୍ସରେ ଇଗୋ ମିଡିଆର ଚାରୋଟି ହୋର୍ଡିଂ ଅଛି, ସେଥିମଧ୍ୟରୁ ଗୋଟିଏ ସୋମବାର ସନ୍ଧ୍ୟାରେ ହୋଇଥିବା ଝଡ଼ବର୍ଷାରେ ଖସିପଡ଼ିଥିଲା। ଏହି ଘଟଣା ପରେ ଗ୍ରେଟର ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) କହିଛି ଯେ ଏହି ହୋର୍ଡିଂଟି ବିନା ଅନୁମତିରେ ନିର୍ମାଣ କରାଯାଇଛି।

ବିଏମସି କହିଛି ଯେ ସେହି ସ୍ଥାନରେ ଚାରୋଟି ହୋର୍ଡିଂ ଥିଲା ଏବଂ ସମସ୍ତଙ୍କୁ ପୋଲିସ କମିଶନର (ରେଳବାଇ ମୁମ୍ବାଇ) ଅନୁମୋଦନ କରିଥିଲେ। କିନ୍ତୁ ଏହି ହୋର୍ଡିଂ ଲଗାଇବା ପୂର୍ବରୁ ଏଜେନ୍ସି ବିଏମସିରୁ କୌଣସି ଅନୁମତି କିମ୍ବା ଏନ୍‌ଓସି ନେଇ ନଥିଲା। ଦୁର୍ଘଟଣା ପରେ ବିଏମସି ରେଳବାଇ ପୋଲିସ ଏବଂ ରେଳ କମିଶନରଙ୍କୁ ନୋଟିସ ଜାରି କରି ରେଳବାଇ ଦେଇଥିବା ସମସ୍ତ ଅନୁମତିକୁ ବାତିଲ ଏବଂ ହୋର୍ଡିଂ ହଟାଇବାକୁ ଦାବି କରାଯାଇଛି। ହୋର୍ଡିଂ, ଇଗୋ ମିଡିଆ ଏବଂ ଏହାର ଏଜେନ୍ସି ବିରୋଧରେ ପୋଲିସ ଏକ ଅଭିଯୋଗ ପଞ୍ଜିକରଣ କରିଛି। ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୪, ୩୩୮ ଏବଂ ୩୩୭ ଅନୁଯାୟୀ ହୋର୍ଡିଂ ମାଲିକ ଭବଶ ବନ୍ଦେ ଏବଂ ଅନ୍ୟମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସମସ୍ତ ହୋର୍ଡିଂର ଅଡିଟ୍ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସିନ୍ଦେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.