ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ନୁଡୁଲ୍‌ସ୍‌ ନୁହେଁ, ପାରମ୍ପରିକ ଖାଦ୍ୟ ଖାଆନ୍ତୁ

Published By : Rasmita Pradhan | November 6, 2024 12:57 PM

ଭୁବନେଶ୍ୱର, ୦୬/୧୧ : ୧୦ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ । ଏଥିରେ ଶ୍ରୀ ଅନ୍ନ ବା ମିଲେଟ୍‌ ଚାଷ ସହ ହଜିଯାଉଥିବା ପାରମ୍ପରିକ ଖାଦ୍ୟ ଉପରେ ମାନସମନ୍ଥନ ହେବ । ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ନୁଡୁଲ୍‌ସ୍‌ ଓ ବଜାରରେ ମିଳୁଥିବା ଚଟ୍‌ପଟି ଖାଦ୍ୟ ଛାଡ଼ି ପାରମ୍ପରିକ ଓ ଋତୁଜାତୀୟ ଖାଦ୍ୟ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି । 

୧୦ ଓ ୧୧ ଦୁଇ ଦିନ ଏହି ସମ୍ମିଳନୀ ଚାଲିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ । ନୀତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ ଓ ଏମ୍‌ଏସ୍‌ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷା ସୌମ୍ୟା ସ୍ୱାମୀନାଥନଙ୍କ ଭଳି ବ୍ୟକ୍ତିତ୍ୱ ଏହି ସମ୍ମିଳନୀରେ ସାମିଲ ହେବେ । ଚାଷୀଙ୍କ ଠାରୁ ନେଇ ଏସ୍‌ଏଚ୍‌ଜି ସଦସ୍ୟା, ଉଦ୍ୟୋଗୀ, ଗବେଷକ, ହୋଟେଲ ସଂଘ, ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତନାମା ସଂସ୍ଥା, ଜଣାଶୁଣା ସେଫ୍‌ ଓ ବ୍ଲଗର ଏକାଠି ହେବେ । ସମ୍ମିଳନୀରେ "ଓଡ଼ିଶାର ଶ୍ରୀ ଅନ୍ନ ଓ କୃଷି ଐତିହ୍ୟ' ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ହେବ । ପୁଣି ବିଭିନ୍ନ ଅଧିବେଶନରେ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ଆଲୋଚନା ଚାଲିବ । ଆଲୋଚନାର ନିଷ୍କର୍ସକୁ ନେଇ ବିସ୍ତୃତ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହେବ । ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟକୁ ଯେଭଳି ପୁଣି ପ୍ରାଥମିକତା ମିଳିବ ତାହା ରହିବ । 

କୃଷି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଗ୍ୟାସକୁ ନେଇ ହୋଇଥିବା ମନ୍‌ କୀ ବାତ୍‌ରେ ଆମ ରାଜ୍ୟର ଜଣେ ଆଦିବାସୀ ମହିଳାଙ୍କ ସହ କଥା ହୋଇଥିଲେ । ଗ୍ୟାସ୍‌ରେ କ’ଣ ରୋଷେଇ କରିବେ ବୋଲି ପଚାରିଥିଲେ । ମହିଳା କହିଥିଲେ, ମୁଁ ନୂଆ ଗ୍ୟାସରେ ନୁଡୁଲ୍‌ସ୍‌ ତିଆରି କରିବି । ଆମେ ଆମ ପାରମ୍ପରିକ ଖାଦ୍ୟକୁ ଅଧିକ ପ୍ରଚାରପ୍ରସାର କରିବାକୁ ସେ ଏହି ଅବସରରେ ପରାମର୍ଶ ଦେଇଥିଲେ । ବିଦେଶରୁ କୌଣସି ଅତିଥି ଆସିଲେ ଆମେ ତାଙ୍କ ଦେଶର ଖାଦ୍ୟ ବଦଳରେ ଆମ ପାରମ୍ପରିକ ଖାଦ୍ୟ ପରଷିଲେ ଏହାକୁ ଅଧିକ ପ୍ରୋତ୍ସାହନ ମିଳିବ ବୋଲି ସେ କହିଥିଲେ । 

ସେ ପୁଣି କହିଥିଲେ, ଆମ ପାରମ୍ପରିକ ଖାଦ୍ୟ ଅଧିକ ସୁସ୍ଥକର ଓ ସ୍ୱାଦିଷ୍ଟ । ମାଟି ହାଣ୍ଡିରେ ରାନ୍ଧିଲେ ଖାଦ୍ୟର ପୌଷ୍ଟିକ ମାତ୍ରା ବଢ଼େ । ଜଗନ୍ନାଥଙ୍କ ପାଇଁ ହେଉଥିବା ପ୍ରସାଦ ସବୁ ମାଟି ହାଣ୍ଡିରେ ପ୍ରସ୍ତୁତ କରାଯାଏ । ପାରମ୍ପରିକ ଖାଦ୍ୟ ଓ ରୋଷେଇ ଶୈଳୀକୁ ନ ଭୁଲିବାକୁ ଆମକୁ ଲୋକଙ୍କୁ ବୁଝାଇବାକୁ ପଡ଼ିବ । ରୋଷେଇ ବେଳେ ଏହାର ପୌଷ୍ଟିକ ମାତ୍ରା ଯେଭଳି ନ କମିବ ସେଥିପାଇଁ ଲୋକଙ୍କୁ ସଚେତନ କରିବାକୁ ପଡ଼ିବ । ଆଦିବାସୀମାନେ ଏବେ ବି ପାରମ୍ପରିକ ଖାଦ୍ୟକୁ ବଞ୍ଚାଇ ରଖିଛନ୍ତି । ଆମେ କଂକ୍ରିଟ୍‌ ସହରରେ ରହି ଏହାକୁ ଭୁଲିଯାଉଛେ ବୋଲି ସେ କହିଛନ୍ତି । 

କୃଷି ଓ କୃଷକ କଲ୍ୟାଣ ବିଭାଗ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି, ଏହି ସମ୍ମିଳନୀରେ ଶ୍ରୀ ଅନ୍ନ ଓ ବିଲୁପ୍ତପ୍ରାୟ ଫସଲ ଚାଷ, ଏହାର ପ୍ରକ୍ରିୟାକରଣ ଓ ପ୍ରୋତ୍ସାହନ ଆଧାରିତ ବିଭିନ୍ନ ବିଷୟବସ୍ତୁକୁ ନେଇ ୧୧ଟି ଅଧିବେଶନ ହେବ । ଶ୍ରୀ ଅନ୍ନ ଓ ବିଲୁପ୍ତପ୍ରାୟ ଫସଲର ପ୍ରକ୍ରିୟାକରଣ ଓ ଜୈବିକ ଚାଷ ପଦ୍ଧତି, ବିସ୍ମୃତ ଖାଦ୍ୟ, କଳା ଓ ରନ୍ଧନ ପ୍ରଣାଳୀ ଓ ଏହାର ଐତିହ୍ୟ ଉପରେ ଚର୍ଚ୍ଚା ହେବ । ଚାଷୀଙ୍କ ଶ୍ରୀଅନ୍ନକୁ ବଜାର ସହ ଯୋଡ଼ିବାକୁ ଆମେ ପ୍ରୟାସ କରୁଛୁ । ମାଣ୍ଡିଆକୁ ଏମ୍‌ଏସ୍‌ପି ଦେଇ କିଣୁଛୁ । ଓଡ଼ିଶା କୃଷି ଐତିହ୍ୟର ହବ୍‌ ବୋଲି ସେ କହିଛନ୍ତି । କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.