ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

‘କାଶ୍ମୀର ଫାଇଲ୍ସ’ ନିର୍ମାତାଙ୍କ ବଡ ଘୋଷଣା, ମାଗଣାରେ ବାଣ୍ଟିବେ ‘ଆଦିପୁରୁଷ’ର ଦଶ ହଜାର ଟିକେଟ୍‌

ନୂଆଦିଲ୍ଲୀ ୦୮/୦୬: ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେବାକୁ ପ୍ରସ୍ତୁତ। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେସ୍ ଉତ୍ସାହ ରହିଛି। ଏହି ସମୟରେ ଫିଲ୍ମର ଟିକେଟ୍ ବିଷୟରେ ଏକ ଅପଡେଟ୍ ସାମ୍ନାକୁ ଆସିଛି। ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’ର ନିର୍ମାତା ‘ଆଦିପୁରୁଷ’ ର ୧୦,୦୦୦ ଟିକେଟ୍ ମାଗଣାରେ ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି।

{"id":584507,"sizeSlug":"full","linkDestination":"none"}

ରିପୋର୍ଟ ଅନୁଯାୟୀ, ‘ଦି କାଶ୍ମୀର ଫାଇଲ୍ସ’ର ନିର୍ମାତା ଅଭିଷେକ ଅଗ୍ରୱାଲ ‘ଆଦିପୁରୁଷ’ ଫିଲ୍ମ ପାଇଁ ୧୦,୦୦୦ ରୁ ଅଧିକ ଟିକେଟ୍ ମାଗଣାରେ ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟିକେଟ୍ ତେଲେଙ୍ଗାନାରେ ବଣ୍ଟନ କରାଯିବ। ଏଥି ସହିତ ସରକାରୀ ବିଦ୍ୟାଳୟ, ବୃଦ୍ଧାଶ୍ରମ ଘର ଏବଂ ଅନାଥ ଆଶ୍ରମର ଛାତ୍ରଛାତ୍ରୀମାନଙ୍କୁ ଏହି ଟିକେଟ୍ ଦିଆଯିବ। ଯଦି ଏପରି ହୁଏ ତେବେ ଫିଲ୍ମର କଲେକ୍ସନକୁ ଏକ ବଡ଼ ସମର୍ଥନ ମିଳିବ।

{"id":584509,"sizeSlug":"full","linkDestination":"none"}

ନିକଟରେ ଆଦିପୁରୁଷର ନିର୍ମାତା ଘୋଷଣା କରିଥିଲେ ଯେ ପ୍ରଭୁ ହନୁମାନଙ୍କ ପାଇଁ ପ୍ରତ୍ୟେକ ଥିଏଟରରେ ଗୋଟିଏ ସିଟ୍ ଖାଲି ରହିବ। ଏହି ଖବର ସାମ୍ନାକୁ ଆସିବା ପରଠାରୁ ସୋସିଆଲ ମିଡିଆରେ ଫିଲ୍ମର ନିର୍ମାତାଙ୍କୁ ଖୁବ୍‌ ପ୍ରଶଂସା କରାଯାଉଛି।

wp:heading {"level":3}

you can read...

/wp:heading wp:embed {"url":"https://www.prameya.com/kriti-sanon-tirupati-temple-share-a-post-controversy/","type":"wp-embed","providerNameSlug":"prameya"}
https://www.prameya.com/kriti-sanon-tirupati-temple-share-a-post-controversy/
/wp:embed

Copyright © 2022 - Summa Real Media Private Limited. All Rights Reserved.