ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏହି ଦେଶରେ ରହିଛି ବିଶ୍ୱର ଦୀର୍ଘତମ ସିଧା ରାଜପଥ, ଯେଉଁଥିରେ ନାହିଁ କୌଣସି ବୁଲାଣି

ନୂଆଦିଲ୍ଲୀ ୧୬/୦୫: ଅନେକ ସମୟରେ ରାଜପଥରେ ବୁଲାଣି ଅତିକ୍ରମ କରୁଥିବାବେଳେ ଲୋକେ ଦୁର୍ଘଟଣାର ଶିକାର ହୋଇଥାନ୍ତି । ବୁଲାଣି ବା ମୋଡ଼ରେ ଡ୍ରାଇଭରଙ୍କ ଅସାବଧାନତାରୁ ପ୍ରାୟତଃ ଏଭଳି ଅଘଟଣ ଘଟିଥାଏ । ତେବେ ସାଉଦି ଆରବରେ ଏମିତି ଏକ ରାସ୍ତା ରହିଛି ଯେଉଁଥିରେ କୌଣସି ବୁଲାଣି ନାହିଁ । ଏହାକୁ ବିଶ୍ୱର ସବୁଠୁ ଲମ୍ବା ସିଧା ରାଜପଥ ବୋଲି କୁହାଯାଏ । ୧୦ ନମ୍ବର ରାଜପଥ ଭାବେ ପରିଚିତ ଏହି ରାସ୍ତା ୨୪୦ କିମି ଯାଏ ପରିବ୍ୟାପ୍ତ । ଏହା ଦେଶର ଦକ୍ଷିଣପଶ୍ଚିମରେ ଥିବା ଅଲ ଦର୍ବ ସହର ଓ ପୂର୍ବରେ ଥିବା ଅଲ୍‌ ବଥା ସହରକୁ ଯୋଡୁଛି ।

ଏହି ବ୍ୟସ୍ତବହୁଳ ରାସ୍ତାକୁ ସାଧାରଣତଃ ମାଲ୍‌ ପରିବହନ ଲାଗି ଟ୍ରକ୍‌ଗୁଡି଼କ ବ୍ୟବହାର କରିଥାନ୍ତି । ଏହାର ପାଖପାଖରେ ପ୍ରାୟତଃ କୌଣସି ନିର୍ମାଣ, ଜନବସତି କିମ୍ବା କୃଷିକ୍ଷେତ ନାହିଁ । ରାସ୍ତାର ଅଧିକାଂଶ ଅଞ୍ଚଳ ରୁବ-ଅଲ୍‌-ଖାଲି ମରୁଭୂମି ଦେଇ ଯାଇଛି । ସେଥିପାଇଁ ଏହାକୁ ବିଶ୍ୱର ସବୁଠୁ ବିରକ୍ତିକର ରାସ୍ତା ବୋଲି ମଧ୍ୟ କୁହାଯାଇଥାଏ । ପ୍ରାଥମିକ ଭାବେ ଏହାକୁ ରାଜା ଫହାଦ୍‌ ଅବଦୁଲାଜିଜ୍‌ଙ୍କ ଲାଗି ଏକ ଘରୋଇ ରାସ୍ତା ଭାବେ ନିର୍ମାଣ କରାଯାଇଥିଲା । କିନ୍ତୁ ପରେ ଏହାକୁ ସର୍ବସାଧାରଣଙ୍କ ଲାଗି ଉନ୍ମୁକ୍ତ କରାଯାଇଥିଲା । 

ବିଶ୍ୱର ସବୁଠୁ ଲମ୍ବା ସିଧା ରାସ୍ତା ଭାବେ ଏହା ଗିନିଜ୍‌ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । ଟ୍ରକ୍‌ କିମ୍ବା କାର୍‌ରେ ଏହାକୁ ଅତିକ୍ରମ କରିବା ଲାଗି ପ୍ରାୟ ୨ ଘଣ୍ଟା ସମୟ ଲାଗିଥାଏ ବୋଲି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ ପ୍ରକାଶ କରିଛି । ସାଉଦି ଆରବର ୧୦ ନମ୍ବର ରାଜପଥ ପୂର୍ବରୁ ବିଶ୍ୱର ସବୁଠୁ ଲମ୍ବା ସିଧା ରାସ୍ତାର ମାନ୍ୟତା ଅଷ୍ଟ୍ରେଲିଆର ଏକ ରାଜପଥକୁ ମିଳିଥିଲା । ତା’ର ଲମ୍ବ ୧୪୬ କିମି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.