ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ଗେଟ୍‌ ଖୋଲିଲେନି ମାଲିକ, ରାତି ଅଧରେ ହଟହଟା ହେଲେ ଅଭିନେତ୍ରୀ

ଚନ୍ଦ୍ରଶେଖରପୁର, ୨୬/୦୬ : ରାଜଧାନୀରେ ରାତି ଅଧରେ ଜଣେ ଅଭିନେତ୍ରୀ ହଟାହଟା ହୋଇଛନ୍ତି । ବିଳମ୍ବିତ ରାତିରେ ଫେରିବାରୁ ଘର ମାଲିକ ଗେଟ୍‌ ଖୋଲିନଥିଲେ । ଫଳରେ ଅଭିନେତ୍ରୀ ଜଣଙ୍କ ଦୀର୍ଘ ସମୟ ଧରି ବାହାରେ ଛିଡା ହୋଇ ରହିଥିଲେ । ଏମିତି ଘଟଣା ଗଜପତି ନଗର ଅଞ୍ଚଳରେ ଘଟିଛି। ପୁଲିସ ପହଞ୍ଚି ମାଲିକଙ୍କ ସହ କଥା ହେବା ପରେ ଅଭିନେତ୍ରୀ ଜଣଙ୍କ ଘର ଭିତରକୁ ଯାଇଥିଲେ । 

ମିଳିଥିବା ସୂଚନା ଅନୁଯାୟୀ ସଞ୍ଜନା (ଛଦ୍ମନାମ) ନାମ୍ନୀ ଅଭିନେତ୍ରୀ ଗଜପତି ନଗରରେ ମାସେ ହେବ ରହୁଛନ୍ତି । ସେ ଏମ୍‌ବିଏ ପଢିବା ସହ ୟୁଟ୍ୟୁବରେ ଆଲବମ୍‌ ସହ ସିରିଏଲରେ କାମ କରନ୍ତି । ବେଳେ ବେଳେ ସୁଟିଂ ସାରି ଫେରିବାରେ ବିଳମ୍ବ ହୁଏ । ଗତକାଲି ଅଧିକ ବିଳମ୍ବ ହେବାରୁ ଘର ମାଲିକ ନିର୍ଦ୍ଦେଶ କ୍ରମେ ସିକ୍ୟୁରିଟି ଗାର୍ଡ ଗେଟ୍‌ରେ ତାଲା ପକାଇ ଦେଇଥିଲେ । ସଞ୍ଜନା ରାତି ପ୍ରାୟ ସାଢେ ୧୨ଟାରେ ଫେରିବା ପରେ ଗେଟ୍‌ରେ ତାଲା ଝୁଲୁଥିବା ଦେଖି ସିକ୍ୟୁରିଟି ଗାର୍ଡକୁ ଡାକ ପକାଇଥିଲେ । ହେଲେ ସିକ୍ୟୁରିଟି ଗାର୍ଡ ସିଧା ସିଧା ମନା କରି ଦେଇଥିଲେ, ଗେଟ୍‌ ନଖୋଲିବା ପାଇଁ ମାଲିକଙ୍କ ନିର୍ଦ୍ଦେଶ ରହିଛି ବୋଲି କହିଥିଲେ । ସଞ୍ଜନା ମାଲିକଙ୍କୁ ଫୋନ୍‌ କରିଥିଲେ । ସେ ଫୋନ୍‌ ଉଠାଇନଥିଲେ । ଦୀର୍ଘ ସମୟ ଯାଏଁ ବାହାରେ ଅପେକ୍ଷା କରି ଠିଆ ହୋଇଥିଲେ । କେହି ବି ଗେଟ୍‌ ଖୋଲି ନଥିଲେ । କିଛି ଉପାୟ ନପାଇ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ୍‌ କରିଥିଲେ । ଏକ ପିସିଆର୍‌ ଭ୍ୟାନରେ ପୁଲିସ ପହଞ୍ଚି ଘର ମାଲିକଙ୍କୁ ଡାକିବା ପରେ ସେ ତଳକୁ ଆସି ଗେଟ୍‌ ଖୋଲିଥିଲେ । ଏନେଇ ସଞ୍ଜନା ପୁଲିସକୁ କହିଥିଲେ ଘର ଭଡା ନେବା ସମୟରେ ମାଲିକଙ୍କୁ ବିଳମ୍ବ ହେବା ବିଷୟରେ ଜଣାଇଥିଲି । ସେ ରାଜି ହେବା ପରେ ମୁଁ ରହିଥିଲି । ହେଲେ ରାତି ଅଧରେ ଘର ମାଲିକ ଏମିତି ହଇରାଣ କରିବା ଭୁଲ୍‌ । ମୁଁ ଏହି ସପ୍ତାହ ଭିତରେ ଅନ୍ୟତ୍ର ଯାଇ ରହିବି ବୋଲି କହିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.